ବର୍ଷାନ୍ତ ସମୀକ୍ଷା 2025: ପଞ୍ଚାୟତିରାଜ ମନ୍ତ୍ରଣାଳୟ
ବର୍ଷାନ୍ତ ସମୀକ୍ଷା 2025: ପଞ୍ଚାୟତିରାଜ ମନ୍ତ୍ରଣାଳୟ
2.75 କୋଟିରୁ ଅଧିକ ଗ୍ରାମୀଣ ସମ୍ପଭି କାର୍ଡ ସୃଷ୍ଟି କରି ସ୍ବାମୀତ୍ଵ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି
ମେରୀ ପଞ୍ଚାୟତ ଏମଗଭର୍ଣ୍ଣାନ୍ସ ପ୍ଲାଟଫର୍ମକୁ ଡବ୍ଲୁଏସଆଇଏସ ଚାମ୍ପିଅନ୍ ପୁରସ୍କାର
ପଞ୍ଚାୟତର କ୍ଷମତାବୃଦ୍ଧି, ମହିଳା ଅନୁକୂଳ ପ୍ରଶାସନ, ଆର୍ଥିକ ଆତ୍ମନିର୍ଭରଶୀଳତା ହାସଲ କରିବା ଲାଗି ନିଆଯାଇଛି ଅନେକ ପଦକ୍ଷେପ
2025 ବର୍ଷ ଦେଶର ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଏବଂ ଗ୍ରାମୀଣ ଭାରତରେ ତୃଣମୂଳସ୍ତରର ପ୍ରଶାସନରେ ସୁଧାର ଆଣିବା କ୍ଷେତ୍ରରେ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ବର୍ଷ ଥିଲା I କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ କ୍ଷମତା ନିର୍ମାଣ, ତାଲିମ, ଡିଜିଟାଲ୍ ଶାସନ, ସାଂସ୍ଥାଗତ ସୁଦୃଢ଼ୀକରଣ ଏବଂ ଜନଭାଗିଦାରୀ ଉପରେ କେନ୍ଦ୍ରିତ ବିଭିନ୍ନ ପଦକ୍ଷେପ କାର୍ଯ୍ୟକାରୀ କରିଥିଲା I ପଞ୍ଚାୟତ-ସ୍ତରୀୟ ଯୋଜନା ଏବଂ ସେବା ପ୍ରଦାନରେ ଉନ୍ନତି, ନିର୍ବାଚିତ ପ୍ରତିନିଧୂମାନଙ୍କୁ ସଶକ୍ତ କରିବା, ମହିଳା ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ନାଗରିକଙ୍କ ଅଧୂକ ସମ୍ପୃକ୍ତିକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ଏବଂ ବିକଶିତ ଭାରତର ଦୃଷ୍ଟିକୋଣ ସହିତ ସମନ୍ବିତ ଏହି ପଦକ୍ଷେପଗୁଡ଼ିକ ଦୀର୍ଘସ୍ଥାୟୀ ଗ୍ରାମୀଣ ବିକାଶରେ ପଞ୍ଚାୟତର କେନ୍ଦ୍ରୀୟ ଭୂମିକାକୁ ସୁଦୃଢ଼ କରିଥିଲା । ପ୍ରଧାନ ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 18 ଜାନୁଆରୀ 2025ରେ ସ୍ବାମୀତ୍ଵ ଯୋଜନାରେ 65 ଲକ୍ଷ ଗ୍ରାମୀଣ ନାଗରିକଙ୍କୁ ସେମାନଙ୍କ ଜମିର ଆଇନଗତ ଦସ୍ତାବିଜ ଗୋଟିଏ ଦିନରେ ହସ୍ତାନ୍ତର କରିଥିଲେ। ଏବେ ସୁଦ୍ଧା ସ୍ବାମୀତ୍ଵ ଯୋଜନାରେ 1.82 ଲକ୍ଷ ଗ୍ରାମରେ 2.76 କୋଟି ସମ୍ପଭି କାର୍ଡ ବିତରଣ ରାଯାଇସାରିଛି। ଏହି ଯୋଜନାକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଶଂସା ମିଳିଛି। 24 ଏପ୍ରିଲ 025ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ମଧୁବନୀ ଜିଲ୍ଲାରେ ଜାତୀୟ ପଞ୍ଚାୟତିରାଜ ଦିବସକୁ ଉଦଘାଟନ କରିବା ସହିତ 13 ହଜାର 480 କୋଟି ଟଙ୍କାର ଆବାସିକ, ଗ୍ରାମୀଣ ବିକାଶ, 202
ଶକ୍ତି, ପ ପରିବହନ ଏବଂ ଯୋଗାଯୋଗ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ I ଏହି ଅବସରରେ ସେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଭିନ ବିଭିନ୍ନ ପଞ୍ଚାୟତକୁ ପୁରସ୍କୃତ କରିଥିଲେ I
ପଞ୍ଚାୟତିରାଜ ମନ୍ତ୍ରଣାଳ ନ୍ତ୍ରଣାଳୟ ୟୁଟ୍ୟୁବ୍ ଏବଂ ବଂ ଅନ୍ୟାନ୍ୟ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ପଞ୍ଚାୟତିରାଜ ସହ ଜଡ଼ିତ ପ୍ରସଙ୍ଗରେ ଜନସଚେତନତା ସୃଷ୍ଟି କରିଥିଲା I ଫୁଲେରା କା ପଞ୍ଚାୟତି ରାଜ ଶୀର୍ଷକ କାର୍ଯ୍ୟକ୍ରମ ଏହାର ଏକ ପ୍ରକୃଷ୍ଟ ଉଦାହରଣ I ଇଗ୍ରାମ ସ୍ବରାଜ ଯୋଜନା ପଞ୍ଚାୟତଗୁଡ଼ିକର ଆର୍ଥି ପରିଚାଳନାକୁ ସୁଦୃଢ଼ କରିଥିଲା I ଏଥିରେ 2.52 ଲକ୍ଷ ପଞ୍ଚାୟତ ସାମିଲ ହେବା ସହିତ ହିତାଧ୍କାରୀ ଓ ବିକ୍ରେତାମାନଙ୍କୁ 34,573 କୋଟି ଟଙ୍କା ସ୍ବଚ୍ଛ ଭାବେ ହସ୍ତାନ୍ତର କରିଥିଲେ I ଅନଲାଇନ୍ ଅଡିଟ୍ ପ୍ରକ୍ରିୟା ପଞ୍ଚାୟତଗୁଡ଼ିକର ଆର୍ଥିକ ଉତ୍ତରଦାୟିତ୍ବ ସୁନିଶ୍ଚିତ କରିଥିଲା I ଭାରତରେ ପଞ୍ଚା ଞ୍ଚାୟତଗୁଡ଼ିକ ପାଇଁ ମେରୀ ପଞ୍ଚାୟତ - ଏମପ୍ରଶାସନ ପ୍ଲାଟପ [ଟଫର୍ମକୁ ଡବ୍ଲ୍ୟୁଏସଆଇଏସ ଚାମ୍ପିଅନ୍ ସିପ୍ ପୁରସ୍କାର ମିଳିଥୁଲା ଯାହାକି ଅନ୍ତର୍ଜାତୀୟ ସ୍ତରରେ ଏକ ସମ୍ମାନଜନକ କ ମାନ୍ୟତା ଥ୍ଲା I 3ହଜାରରୁ ଅଧିକ ଜନସଂଖ୍ୟାଥ୍ବା 1,638ଟି ପଞ୍ଚାୟତରେ ନିଜସ୍ବ ଗ୍ରାମ ପଞ୍ଚାୟତ ଭବନ ନିର୍ମାଣକୁ ମଞ୍ଜୁର କରାଯାଇଥିବା ବେଳେ ଓଡ଼ିଶା ଓ ପଞ୍ଜାବକୁ ସର୍ବାଧିକ 500 ଲେଖାଏଁ ପଞ୍ଚାଯ ଞ୍ଚାୟତ ଭବନ ପାଇଁ ମଞ୍ଜୁରି ମିଳିଛି।
ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ 19,472ଟି କମ୍ପ୍ୟୁଟର ମଞ୍ଜୁର କରିବା ସହିତ ମନ୍ତ୍ରଣା ମନ୍ତ୍ରଣାଳୟ ଡିଜିଟାଲ ସଶକ୍ତିକରଣ ପାଇଁ ପଦକ୍ଷେପ ଗ୍ରହଣ କରିଛି I
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଗତ ମାର୍ଚ୍ଚ 3-4ରେ ଅନୁଷ୍ଠିତ ମହିଳା ପଞ୍ଚାୟତ ପଞ୍ଚ ପ୍ରତିନିଧୂମାନଙ୍କର ଜାତୀୟ କର୍ମଶାଳାରେ 12ଶହରୁ ଅଧିକ ମହିଳା ନେତ୍ରୀ ଯୋଗ ଦେଇତି ଦେଇତିଲେ। ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଆଦର୍ଶ ମହିଳା ଅନୁକୂଳ ପଞ୍ଚାୟତ ପ୍ରତିଷ୍ଠା ଲାଗି ନିଷ୍ପଭି ନିଆଯାଇଥିଲା । ସଶକ୍ତ ପଞ୍ଚାୟତ ନେତ୍ରୀ ଅଭିଯାନ ଅଧୀନରେ 44,421 ମହିଳା ନିର୍ବାଚିତ ପ୍ରତିନିଧୂଙ୍କୁ ନେତୃତ୍ବ, ନେ ପ୍ରଶାସନ ଏବଂ ଅଂଶଗ୍ରହଣକାରୀ ଯୋଜନା ପ୍ରସ୍ତୁତିରେ ତାଲିମ ଦିଆଯାଇଥୁଲା I ସେହିପରି ସକ୍ଷମ ପଞ୍ଚାୟତ ପ୍ରୟାସ ଅଧୀନରେ ପଞ୍ଚାୟତଗୁଡ଼ିକୁ ନିଜସ୍ବ ଉତ୍ସରୁ ରାଜସ୍ବ ଆୟ କରିବା ଏବଂ ଆତ୍ମନିର୍ଭର କରିବା ସକା ସକାଶେ 1,10,524 ନିର୍ବାଚିତ ପ୍ରତିନିଧ୍, ଅଧିକାରୀ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ତାଲିମ ଦିଆଯାଇଥ୍ ||ଯାଇଥିଲା I ରାଷ୍ଟ୍ରୀୟ ଗ୍ରାମ ସ୍ବରାଜ ଅଭିଯାନକୁ 32ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ କାର୍ଯ୍ୟକାରୀ କରାଯାଇଥିଲା ରାଯାଇଥିଲା। I ଏହି ଯୋଜନା ଅଧୀନରେ 1,316.27 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା I ଲା। ପଞ୍ଚାୟତର ବ୍ୟବସ୍ଥା (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ, 1996 (ପେସା ଆଇନ) ସମ୍ବିଧାନର ଭାଗ-9 ର ବ୍ୟବସ୍ଥାଗୁଡ଼ିକୁ 10 ଟି ରାଜ୍ୟର 77,564 ଗ୍ରାମ, 22,040 ପଞ୍ଚାୟତ ଏବଂ 45 ଟି ସମ୍ପୂର୍ଣ୍ଣ କଭର ହୋଇଥିବା ଏବଂ 63 ଟି ଆଂଶିକ କଭର ହୋଇଥିବା ଜିଲ୍ଲାର 664 ଟି ବ୍ଲକକୁ ସାମିଲ କରି ଅନୁସୂଚିତ ଅଞ୍ଚଳକୁ ବିସ୍ତାର କରିଛି I ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ 10ଟି ରାଜ୍ୟକୁ ନେଇ ପେସା ମହୋତ୍ସବ ଆୟୋଜନ କରାଯାଇଥିଲା I