ଜାମସେଦପୁରରେ ୨୨ତମ ପାରସୀ ମହା ଏବଂ ଓଲ ଚିକି ଶତବାର୍ଷିକୀ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି
ଜାମସେଦପୁରରେ ୨୨ତମ ପାରସୀ ମହା ଏବଂ ଓଲ ଚିକି ଶତବାର୍ଷିକୀ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଝାଡଖଣ୍ଡର ଜାମସେଦପୁରରେ ୨୨ତମ ପାରସୀ ମହା ଏବଂ ଓଲ ଚିକିର ଶତବାର୍ଷିକୀ ସମାରୋହର ସମାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ଏହାକୁ ସମ୍ବୋଧୂତ କରିଥିଲେ ।
ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ସାନ୍ତାଳମାନଙ୍କର ନିଜସ୍ବ ଭାଷା, ସାହିତ୍ୟ ଏବଂ ସଂସ୍କୃତି ରହିଛି । କିନ୍ତୁ, ଏକ ଶତାବ୍ଦୀ ପୂର୍ବରୁ ସାନ୍ତାଳୀ ଭାଷା ପାଇଁ ଏକ ଲିପି ଅଭାବରୁ, ରୋମାନ, ଦେବନାଗରୀ, ଓଡ଼ିଆ ବଙ୍ଗାଳୀ ଭଳି ବିଭିନ୍ନ ଲିପି ବ୍ୟବହାର କରାଯାଉଥିଲା । ଏହି ଲିପିଗୁଡିକରେ, ଅନେକ ସାନ୍ତାଳୀ ଶବ୍ଦ ସଠିକ ଭାବରେ ଉଚ୍ଚାରଣ ହୋଇପାରୁନ ରୁନଥ୍ଲା । ୧୯୨୫ ମସିହାରେ, ପଣ୍ଡିତ ରଘୁନାଥ ମୁର୍ମୁ ଓଲ ଚିକି ଲିପି वृबू କରିଥିଲେ । ସେବେଠାରୁ, ଏହି ଲିପି ସାନ୍ତାଳୀ ସମ୍ପ୍ରଦାୟର ପରିଚୟର ଏକ ଶକ୍ତିଶାଳୀ ପ୍ର ପ୍ରତୀକ ପାଲଟିଛି ଛି ।
ରାଷ୍ଟ୍ରପତି କହିଥିଲେ ଯେ, ତାଙ୍କୁ ୨୫ ଡିସେମ୍ବର ୨୦୨୫ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀରେ ଓଲ ଚିକି ଲିପିରେ ଲିଖୂତ ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଉନ୍ମୋଚନ କରିବାର ସୁଯୋଗ ମିଳିଥିଲା । ଏବେ ସାନ୍ତାଳୀ ଭାଷାଭାଷୀ ଲୋକମାନେ ସେମାନ ମାତୃଭାଷା ଏବଂ ଓଲ ଚିକି ଲିପିରେ ଲିଖୂତ ସମ୍ବିଧାନ ପଢ଼ିପାରିବେ ଏବଂ ବୁଝିପାରିବେ ବୋଲି ସେ ବିଶ୍ବାସ ପ୍ରକାଶ କରିଛନ୍ତି ।
ରାଷ୍ଟ୍ରପତି କହିଛନ୍ତି ଯେ, ଅନ୍ୟ କୌଣସି ଭାଷାରେ ଶିକ୍ଷା ପାଇବା ସହିତ, ଓଲ ଚିକି ଲିପିରେ ମାତୃଭାଷା ସାନ୍ତାଳୀ ଶିଖୁବା ମଧ୍ୟ ସାନ୍ତାଳ ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ଗୁରୁତ୍ଵପୂର୍ଣ୍ଣ । ସେ ଏହା ଜାଣି ଖୁସି ହୋଇଥିଲେ ଯେ, ଲେଖକ ଏବଂ ଭାଷା ପ୍ରେମୀମାନେ ସାନ୍ତାଳୀ ଭାଷାର ବିକାଶ ଏବଂ ପ୍ରସାର ପାଇଁ କାର୍ଯ୍ୟ କରୁଛନ୍ତି ।
ପରିବେଶ ସଂରକ୍ଷଣର ଆବଶ୍ୟକତାକୁ ଗୁରୁତ୍ବ ଦେଇ ବିକାଶ ପଥରେ ଆଗେଇ ଆସିବାକୁ ରାଷ୍ଟ୍ରପତି ଲୋକଙ୍କୁ ଆହ୍ବାନ ଦେଇଥିଲେ । ସେ କହିଥିଲେ ଯେ, ସାନ୍ତାଳୀ ଏବଂ ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟଠାରୁ ପରିବେଶ ଅନୁକୂଳ ଜୀବନଶୈଳୀ ଶିଖ୍ହେବ ।
ରାଷ୍ଟ୍ରପତି କହିଥିଲେ ଯେ, ସାନ୍ତାଳୀ ସମ୍ପ୍ରଦାୟର ମୌଖୂକ ପରମ୍ପରା ଏବଂ ଗୀତ ମାଧ୍ୟମରେ ସାନ୍ତାଳୀ ସାହିତ୍ୟକୁ ଶକ୍ତି ମିଳିଥାଏ । ସେ ଉଲ୍ଲେଖ କରିଥିଲେ ଯେ, ଅନେକ ଲେଖକ ସେମାନଙ୍କର କୃତି ମାଧ୍ଯମରେ ସାନ୍ତାଳୀ ସାହିତ୍ୟକୁ ସମୃଦ୍ଧ କରୁଛନ୍ତି । ସେ କହିଥିଲେ ଯେ, ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଜାଗ୍ରତ
କରିବା ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ । ସେ ଲେଖକମାନଙ୍କୁ ସେମାନଙ୍କର ଲେଖା ମାଧ୍ୟମରେ ଏହା କରିବାକୁ ଆହ୍ବାନ କରିଥିଲେ ।
ରାଷ୍ଟ୍ରପତି କହିଥିଲେ ଯେ, ଭାଷା ଏବଂ ସାହିତ୍ୟ ସମ୍ପ୍ରଦାୟଗୁଡିକୁ ଏକତ୍ର ବାନ୍ଧିଥାଏ । ବିଭିନ୍ନ ଭାଷା ମଧ୍ୟରେ ସାହିତ୍ୟ ଆଦାନପ୍ରଦାନ ସେହି ଭାଷା ଏବଂ ସମ୍ପ୍ରଦାୟକୁ ସମୃଦ୍ଧ କରିଥାଏ । ଅନୁବା ବାଦ ଏହି ଆଦାନପ୍ର ନପ୍ରଦାନକୁ ସମ୍ଭବ କରିଥାଏ । ତେଣୁ, ସାନ୍ତାଳୀ ଭାଷାର ଛାତ୍ରଛାତ୍ରୀମାନଙ୍କୁ ଅନ୍ୟ ଭାଷା ସହ ସହ ପରିଚିତ କରିବାର ଆବଶ୍ୟକତା ରହିଛି । ସେହିପରି ସାନ୍ତାଳୀ ସାହିତ୍ୟକୁ ଅନ୍ୟ ଭାଷାର ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ମଧ୍ୟ ଅନୁରୂପ ପ୍ରୟାସ କରାଯିବା ଉଚିତ । ଅଖୂଳ ଭାରତୀୟ ସାନ୍ତାଳୀ ଲେଖକ ସଂଘ ଏହି କାର୍ଯ୍ୟକୁ ନିଶ୍ଚିତ ଭାବରେ ଫଳପ୍ରଦ କରିବେ ବୋଲି ସେ ବିଶ୍ବାସ ପ୍ରକାଶ କରିଥିଲେ ।