ବସ୍ତିର ଦଶହରା ମହୋତ୍ସବକୁ ସମ୍ବୋଧୂତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ

Oct 5, 2025 - 10:16
 7
ବସ୍ତିର ଦଶହରା ମହୋତ୍ସବକୁ ସମ୍ବୋଧୂତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ

୭୫ ଦିନ ଧରି ଚାଲିଥିବା ବସ୍ତର ଦଶହରା ପର୍ବ, ବିଶ୍ବର ସର୍ବବୃହତ ସାଂସ୍କୃତିକ ପର୍ବ

ବର୍ଷ ବର୍ଷ ଧରି, କିଛି ଲୋକ ଏହି ଭୁଲ ଧାରଣା ରଖୁଥିଲେ ଯେ ନକ୍ସଲବାଦ ହେଉଛି ବିକାଶ ପାଇଁ ଲଢ଼େଇ, କିନ୍ତୁ ବିକାଶରୁ ବସୁରକୁ ବଞ୍ଚିତ କରିବାର ମୂଳ କାରଣ ହେଉଛି ନକ୍ସଲବାଦ

ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ମୁଁ ଆପଣମାନଙ୍କୁ ଆଶ୍ବମ୍ଭ କରିବାକୁ ଚାହେଁ ଯେ ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପରେ, ନକ୍ସଲବାଦୀମାନେ ଆଉ ବସୁରର ବିକାଶ କିମ୍ବା ସେଠାକାର ଲୋକମାନଙ୍କ ଅଧୂକାରରେ ବାଧା ସୃଷ୍ଟି କରିପାରିବେ ନାହିଁ

ମୁଁ ବସ୍ତରର ଜନସାଧାରଣଙ୍କୁ ଅନୁରୋଧ କରୁଛି ଯେ ସେମାନେ ବିଭ୍ରାନୁ ଯୁବକମାନଙ୍କୁ ଅସ୍ତ୍ର ସମର୍ପଣ କରିବା, ମୁଖ୍ୟଧାରାରେ ସାମିଲ ହେବା ଏବଂ ବସୁରର ବିକାଶରେ ଅଂଶୀଦାର ହେବା ପାଇଁ ବୁଝାନ୍ତୁ

କେନ୍ଦ୍ର ଏବଂ ଛତିଶଗଡ଼ ସରକାର ବସ୍ତର ଏବଂ ସମସ୍ତ ନକ୍ସଲ ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ସମ୍ପୂର୍ଣ ପ୍ରତିଶ୍ରୁତିବଦ୍ଧ

ଯଦି କେହି ଅସ୍ତ୍ରଶସ୍ତ୍ର ଦ୍ବାରା ବସୁରର ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରନ୍ତି, ତେବେ ଆମର ସଶସ୍ତ୍ର ବାହିନୀ ଏବଂ ପୋଲିସ ମିଳିତ ଭାବେ ଉପଯୁକୁ ଜବାବ ଦେବେ

ବସ୍ତିର ଦଶହରା, ବସ୍ତିର ଅଲିମ୍ପିକ୍ସ, ଏହାର ରନ୍ଧନ ପ୍ରଣାଳୀ, ପୋଷାକ, କଳା ଏବଂ ବାଦ୍ୟଯନ୍ତ୍ର କେବଳ ବସ୍ତରରେ ନୁହେଁ ବରଂ ସମଗ୍ର ବିଶ୍ବରେ ଆକର୍ଷଣର କେନ୍ଦ୍ର ପାଲଟିଛି

୧୮୭୪ ମସିହାରୁ, ସକ୍ରିୟ ଅଂଶଗ୍ରହଣ, ନ୍ୟାୟିକ ବ୍ୟବସ୍ଥା, ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ପ୍ରୟାସ ଏବଂ ମୁରିଆ ଦରବାରରେ ସାର୍ବଜନୀନ ଆଲୋଚନାର ଐତିହାସିକ ପରମ୍ପରା ଏକ ବିଶ୍ବ ଐତିହ୍ୟକୁ ପ୍ରତିନିଧୂତ୍ବ କରିଥାଏ

ବସୁର ଦଶହରା ଏବଂ ମୁରିଆ ଦରବାର ଆଦିବାସୀ ସମ୍ପ୍ରଦାୟକୁ ଏକଜୁଟ କରିବା ଏବଂ ସମଗ୍ର ବସ୍ତର ଅଞ୍ଚଳକୁ ଏକାଠି ପାଇଁ କାର୍ଯ୍ୟ କରନ୍ତି

ଚତୁର୍ଦ୍ଦଶ ଶତାବ୍ଦୀରେ ଆରମ୍ଭ ହୋଇଥ‌ିବା ମା' ଦନ୍ତେଶ୍ବରୀଙ୍କ ରଥଯାତ୍ରା ସମଗ୍ର ବସ୍ତର ଅଞ୍ଚଳରେ ଏକ ସାଂସ୍କୃତିକ ଜାଗରଣର ସୂତ୍ରପାତ କରିଥିଲା

ଯଦି ୧୪୦ କୋଟି ଲୋକ ସ୍ବଦେଶୀ ଶପଥ ଗ୍ରହଣ କରନ୍ତି, ତେବେ ଭାରତକୁ ବିଶ୍ବର ଅଗ୍ରଣୀ ଆର୍ଥିକ ଶକ୍ତି ହେବାରେ କେହି ଅଟକାଇ ପାରିବେ ନାହିଁ