ବାଲିଯାତ୍ରା ରେ ଭାରତ ମସଲାର ଲକି ଡ୍ର କୁପନ ଆରମ୍ଭ ହୋଇଛି|
ଭାରତ ମସଲା ପକ୍ଷରୁ ଚଳିତ ବର୍ଷ ଗୋଟିଏ ମସଲା କିଣିଲେ ଗୋଟିଏ ଫ୍ରି ରେ ପାଇବା ସ୍କିମ୍ ଜାରି ରହିଛି ।
ସର୍ବନିମ୍ନ ୨୫୦ ଟଙ୍କାର ମସଲା କିଣି ସୁନିଶ୍ଚିତ ଉପହାର ମଧ୍ଯ ଗ୍ରାହକ ପାଇପାରୁଛନ୍ତି । କେବଳ ସେତିକି ନୁହେଁ ସୁନିଶ୍ଚିତ ଉପହାର ସହ ଗୋଟିଏ ଲକି ଡ୍ର କୁପନ ପାଇବାକୁ ସକ୍ଷମ ହେଉଛି ଜଣେ ଗ୍ରାହକ। ଯାହାକି ଜଣେ ଗ୍ରାହକଙ୍କର ଭାଗ୍ୟକୁ ବଦଳାଇ ଦେଉଛି ।
ବାଲି ଯାତ୍ରାରୁ ମସଲା କ୍ରୟ କରି କୁପନ ହାସଲ କରିଥିବା ଭାଗ୍ୟଶାଳୀ ବିଜେତା ମାନଙ୍କୁ ନେଇ ଭାରତ ମସଲା ପକ୍ଷରୁ ତଳ ପଡିଆରେ ଥିବା ନିଜସ୍ବ ଷ୍ଟଲରେ ଏକ ଲକି ଡ୍ର କାର୍ଯ୍ୟକ୍ରମ କମ୍ପାନୀର ପ୍ରତିଷ୍ଠାତା ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା ।
ଉପସ୍ଥିତ କୁପନ ଧାରୀ ମାନେ ଲକି ଡ୍ର ବାକ୍ସ ମଧ୍ଯରୁ କୁପନ ଟିଏ କାଢ଼ି ଭାଗ୍ୟଶାଳୀ ବିଜେତା ମାନଙ୍କ ନାମ, କ୍ରମିକ ନମ୍ବର ଓ ମୋବାଇଲ ନମ୍ବରକୁ ସର୍ବ ସମ୍ମୁଖରେ ଘୋଷଣା କରିଥିଲେ ।
ଲକି ଡ୍ରର ଭାଗ୍ୟଶାଳୀ ପ୍ରଥମ ବିଜେତା ଯାଜପୁର ଟାଉନର ବସନ୍ତ କୁମାର ସାହୁଙ୍କୁ ମାଇକ୍ରୋ ଓଭାନ୍,
୨ୟ ବିଜେତା ଭଦ୍ରକ ଧାମରାର ଦିୟା ନାୟକଙ୍କୁ ରେସିଙ୍ଗ ବାଇ ସାଇକେଲ।
୩ୟ ବିଜେତା ବାଳକାଟିର ଆଶୁତୋଷ ପାଣିଗ୍ରାହୀଙ୍କୁ ବାଉଲ୍ ସେଟ୍,
ସ୍ୱାନ୍ତନା ମୂଳକ ବିଜେତା କଟକ ସଦରର ପୂର୍ଣ୍ଣଚନ୍ଦ୍ର ପରିଜାଙ୍କୁ ଫ୍ରାୟୀଙ୍ଗ ପାନ୍ କୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଣ୍ଡା ଅତିଥି ଭାବେ ଯୋଗଦେଇ ପ୍ରଦାନ କରିଥଲେ।