ବିଶ୍ବକୁ ଟ୍ରମ୍ପ ଙ୍କ ଭୟଙ୍କର ବୟାନ...

Nov 8, 2025 - 19:08
 46
ବିଶ୍ବକୁ ଟ୍ରମ୍ପ ଙ୍କ ଭୟଙ୍କର ବୟାନ...

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବୟାନକୁ ନେଇ ସାରା ବିଶ୍ବରେ ହଇଚଇ ସୃଷ୍ଟି ହୋଇଛି । ସେ କହିଛନ୍ତି ଯେ ଆମେରିକା ପାଖରେ ଏତେ ପରମାଣୁ ଅସ୍ତ୍ର ଅଛି ଯେ ତାହା ବିଶ୍ବକୁ ୧୫୦ ଥର ଧ୍ବଂସ କରିଦେବ । କିନ୍ତୁ ଏପରି କିଛି କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କ ସାକ୍ଷାତକୁ “ଉତ୍ତମ” ବୋଲି ବର୍ଣ୍ଣନା କରି ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଚୂଡ଼ାନ୍ତ ଲକ୍ଷ୍ୟ ହେଉଛି ଏକ ପରମାଣୁ ମୁକ୍ତ ବିଶ୍ବ ହାସଲ କରିବା। ହ୍ବାଇଟ୍ ହାଉସରେ ଭାଷଣ ଦେଇ ଟ୍ରମ୍ପ କହିଛନ୍ତି, “ମୁଁ ଭାବୁଛି ପରମାଣୁ ନିରସ୍ତୀକରଣ ଏକ ଚମତ୍କାର ଜିନିଷ ହେବ। ଆମେ ପୃଥ‌ିବୀକୁ ୧୫୦ ଥର ଉଡ଼ାଇ ଦେଇପାରିବୁ, କିନ୍ତୁ ଏହାର କୌଣସି ଆବଶ୍ୟକତା ନାହିଁ।”

ଟ୍ରମ୍ପଙ୍କ ଅନୁସାରେ, ଆମେରିକା ପାଖରେ ସର୍ବାଧୂକ ସଂଖ୍ୟକ ପରମାଣୁ ଅସ୍ତ୍ର ଅଛି, ତା'ପରେ ରୁଷ ଏବଂ ଚୀନ୍ ଅଛନ୍ତି। ସେ କହିଛନ୍ତି, “ସି ଜିନପିଙ୍ଗ ଏବଂ ଭ୍ଲାଦିମିର ପୁଟିନଙ୍କ ପରି ନେତାମାନେ ଏବେ ଅନ୍ୟ ଉଦ୍ଦେଶ୍ୟରେ ଟଙ୍କା ବ୍ୟବ‌ହାର କରିବେ। ମୁଁ ସେମାନଙ୍କ ସହ କଥା ହୋଇଛି। ଏବେ ସେମାନେ ଏପରି କାମ କରିବେ ଯାହା ଲୋକମାନଙ୍କ ପାଇଁ ଲାଭଦାୟକ ହେବ।” ଟ୍ରମ୍ପଙ୍କ ଏହି ବିବୃତ୍ତ ପରମାଣୁ ନିୟନ୍ତ୍ରଣ ଲାଗି ଆମେରିକା, ରୁଷ ଏବଂ ଚୀନ୍ ମଧ୍ୟରେ ତ୍ରିପାକ୍ଷିକ ସହଯୋଗର ସମ୍ଭାବନାର ଗୋଟିଏ ଦିନ ପରେ ଆସିଛି।

ଟ୍ରମ୍ପ ଗତ ସପ୍ତାହରେ କହିଥିଲେ ଯେ ଆମେରିକା ପୁଣି ପରମାଣୁ ପରୀକ୍ଷଣ କରିବ । ଏଥିପାଇଁ ପେଣ୍ଟାଗନକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ଦେଶମାନେ ପରମାଣୁ ପରୀକ୍ଷଣ କରୁଛନ୍ତି , ଏଣୁ ଆମେରିକା ମଧ୍ୟ ଏହା କରିବ