ଆଇଆଇଆଇଟି -ଭୁବନେଶ୍ବରରେ ୪ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀର ଭବ୍ୟ ଉଦ୍‌ଘାଟନ

Dec 12, 2025 - 11:49
 9
ଆଇଆଇଆଇଟି -ଭୁବନେଶ୍ବରରେ ୪ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀର ଭବ୍ୟ ଉଦ୍‌ଘାଟନ

ଭୁବନେଶ୍ବର, ଭାରତ — [୧୧/୧୨/୨୫]

ଆନ୍ତର୍ଜାତୀୟ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ, ଭୁବନେଶ୍ବର (ଆଇଆଇଆଇଟି -ଭୁବନେଶ୍ବର) ଗର୍ବର ସହିତ ଭୂବିଜ୍ଞାନ ଏବଂ ରିମୋଟ ସେନିଂ ସିଷ୍ଟମ୍ ଉପରେ ଆନ୍ତର୍ଜାତୀୟ ସମ୍ମିଳନୀ (InGARSS-୨୦୨୫) ର ଉଦ୍‌ଘାଟନ କରିଛି । ଏହା ଚାରି-ଦିନିଆ ବିଶ୍ବସ୍ତରୀୟ କାର୍ଯ୍ୟକ୍ରମ ଯେଉଁଥିରେ ପ୍ରମୁଖ ବିଜ୍ଞାନୀ, ଗବେଷକ, ପ୍ରଯୁକ୍ତିବିଦ୍ ଓ ନୀତି-ନିର୍ଦ୍ଦେଶକମାନେ ଏକତ୍ରିତ ହୋଇ ଭୂବିଜ୍ଞାନ ଓ ରିମୋଟ୍ ସେନିଂ ପ୍ରଯୁକ୍ତିର ନବୀନତମ ଅଗ୍ରଗତି ବିଷୟରେ ଆଲୋଚନା କରୁଛନ୍ତି । ସମ୍ମିଳନୀର ଲକ୍ଷ୍ୟ ହେଉଛି ବିପର୍ଯ୍ୟୟ ପରିଚାଳନା, ଜଳବାୟୁ ବିଶ୍ଳେଷଣ, ଓ ପରିବେଶୀୟ ସସ୍ଥିରତା ସହିତ ସମ୍ପର୍କିତ ସମସାମୟିକ ଆହ୍ବାନଗୁଡ଼ିକର ସମାଧାନ କରିବା ।

ଉଦ୍ଘାଟନୀ ସମାରୋହରେ ଭାରତ ଏବଂ ବିଦେଶର ପ୍ରତିଷ୍ଠିତ ବ୍ୟକ୍ତିତ୍ବମାନେ ଉପ‌ସ୍ଥିତ ଥିଲେ । ଓଡ଼ିଶାର ରାଜ୍ୟପାଳ ମାନ୍ୟବର ଡ଼. ହରିବାବୁ କାମ୍ଭମପତି ଉଦ୍‌ଘାଟନୀ ଭାଷଣ ଦେଇ ଆଇଆଇଆଇଟି -ଭୁବନେଶ୍ବରକୁ ଏପରି ବିଶ୍ବସ୍ତରୀୟ ସମ୍ମିଳନୀ ଆୟୋଜନ ପାଇଁ ପ୍ରଶଂସା କରିଥିଲେ ଓ ରାଜ୍ୟର ବୈଜ୍ଞାନିକ ଉତ୍କର୍ଷତା ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରିଥିଲେ ।

ଆଇଆଇଆଇଟି -ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରୋଫେସର ଅଶିଷ ଘୋଷ ସ୍ବାଗତ ଭାଷଣରେ ସଂସ୍ଥାର ଭୂବିଜ୍ଞାନ, କୃତ୍ରିମ ବୁଦ୍ଧିମତା (ଏଆଇ), ଓ ଡାଟା-ଭିତ୍ତିକ ପରିବେଶୀୟ ପ୍ରଯୁକ୍ତିରେ ଅଗ୍ରଗତିକୁ ଉଲ୍ଲେଖ କରିଥିଲେ।

ସମାରୋହଟି ଡ଼. ପଲ୍ ଏ. ରୋଜେନ୍ (ନାସା ବିଜ୍ଞାନୀ) ଓ ଡ଼. ସାଇବୁନ୍ ଜୁଆଟଜା (GRSS ଅଧ୍ୟକ୍ଷ) ଙ୍କ ଦ୍ବାରା ସଭାପତିତ୍ବ କରାଯାଇ ଥିଲା । ସେମାନେ ରିମୋଟ୍ ସେନିଂ ପ୍ରୟୋଗରେ ଆନ୍ତର୍ଜାତୀୟ ଗବେଷଣା ସହଯୋଗର ଭବିଷ୍ୟତ ସମ୍ଭାବନାକୁ ଜୋର ଦେଇଥିଲେ।

ଈ ଓ ଆଇଟି ବିଭାଗର ବିଶେଷ ସଚିବ ଶ୍ରୀ ପ୍ରଦୀପ କୁମାର ରାଉତ ଏବଂ ias ଶ୍ରୀ ମନୋଜ ଆହୁଜା, ମୁଖ୍ୟ ସଚିବ ରାଜ୍ୟର ପ୍ରଯୁକ୍ତିଗତ ନବୀନତା ପ୍ରତିବଦ୍ଧତା ଏବଂ ଶାସନ ଓ ବିପର୍ଯ୍ୟୟ ପ୍ରସ୍ତୁତିରେ ଭୌଗୋଳିକ ବୁଦ୍ଧିମତ୍ତାର ସମ୍ମିଳନ ବିଷୟରେ ଆଲୋଚନା କରିଥିଲେ ।

ସମାରୋହ ଟି ପ୍ରୋଫେସର ସୁସ୍ମିତା ଘୋଷ, ଯାଦବପୁର ବିଶ୍ବବିଦ୍ୟାଳୟ,ଙ୍କର ଧନ୍ୟବାଦ ଜ୍ଞାପନ ଦ୍ୱାରା ସମାପ୍ତ ହୋଇଥିଲା । ସେ ସମସ୍ତ ଅତିଥି, ଅଂଶଗ୍ରାହୀ, ଆୟୋଜକ ଓ ସହଭାଗୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ବିଭିନ୍ନ ଦେଶର ଅଂଶଗ୍ରାହୀ ଓ ବିଭିନ୍ନ ବୈଜ୍ଞାନିକ କ୍ଷେତ୍ରର ସହଭାଗୀତା ସହିତ InGARSS-୨୦୨୫ ଏକ ସଫଳ ଓ ପ୍ରତିଶ୍ରୁତିଶୀଳ ଆରମ୍ଭ କରିଛି । ଆଗାମୀ ଚାରି ଦିନରେ ମୁଖ୍ୟ ଉପସ୍ଥାପନ, ପ୍ରାୟୋଗିକ ସେସନ୍, କାର୍ଯ୍ୟଶାଳା, ଓ ପ୍ୟାନେଲ୍ ଆଲୋଚନା ଆୟୋଜିତ ହେବ।