ବିଚାରଗତ ଭ୍ରାନ୍ତି ଦୂର କରି ମାତୃଶକ୍ତିର ସଶକ୍ତିକରଣ ସମୟର ଆହ୍ଵାନ - ଧର୍ମେନ୍ଦ୍ର ପ୍ରଧାନ

Mar 9, 2026 - 21:32
 20
ବିଚାରଗତ ଭ୍ରାନ୍ତି ଦୂର କରି ମାତୃଶକ୍ତିର ସଶକ୍ତିକରଣ ସମୟର ଆହ୍ଵାନ - ଧର୍ମେନ୍ଦ୍ର ପ୍ରଧାନ

ବିଚାରଗତ ଭ୍ରାନ୍ତି ଦୂର କରି ମାତୃଶକ୍ତିର ସଶକ୍ତିକରଣ ସମୟର ଆହ୍ଵାନ - ଧର୍ମେନ୍ଦ୍ର ପ୍ରଧାନ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ବିଚାରକ ସମ୍ମିଳନୀରେ ମାତୃଶକ୍ତିର ଗୌରବ ଗାନ

ମକାଉଲେ ଶିକ୍ଷା ପଦ୍ଧତି ଦ୍ବାରା ସୃଷ୍ଟ ବିଚାରଗତ ବିଭ୍ରାଟ ଯୋଗୁଁ ମାତୃଶକ୍ତି ଅଧିକ କ୍ଷତିଗ୍ରସ୍ତ

୨୦୩୫ ସୁଦ୍ଧା ଗୋଲାମୀ ମାନସିକତାକୁ ପରିତ୍ୟାଗ କରି ସାଂସ୍କୃତିକ ମୂଲ୍ୟବୋଧକୁ ଫେରାଇ ଆଣିବା

ବେଟି ଏବଂ ମାତୃଶକ୍ତିର ସଶକ୍ତିକରଣ ପାଇଁ ସାମଗ୍ରିକ ଆଭିମୁଖ୍ୟ ଆପଣାଇବା ସମୟର ଆହ୍ଵାନ

ନୂଆଦିଲ୍ଲୀ/ ଦିଲ୍ଲୀ/ ଭୁବନେଶ୍ବର, ମାର୍ଚ୍ଚ ୦୮ ବିଚାରଗତ ଭ୍ରାନ୍ତି ଦୂର କରି ମାତୃଶକ୍ତିର ସଶକ୍ତିକରଣ ବର୍ଭମାନ ସମୟର ଆହ୍ଵାନ ବୋଲି ଆଜି ନୂଆଦିଲ୍ଲୀ ଠାରେ ‘ଭାରତୀ-ନାରୀ ସେ ନାରାୟଣୀ'ର ଉଦଯାପନୀ ଅଧୂବେଶନ ‘କୃତି’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

‘ଅନ୍ତର୍ଜାତୀ ତୀୟ ମହିଳା ଦିବସ' ଅବସ ବସରରେ ରାଷ୍ଟ୍ରୀୟ ବିଦ୍ବତ ପରିଷଦ ଏବଂ ରାଷ୍ଟ୍ର ସେ ସେବିକା ସ ସମିତି ଦ୍ବାରା ଆୟୋଜିତ ଦୁଇ ଦିନିଆ ମହିଳା ବିଚାରକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ ମାତୃଶକ୍ତିର ଗୌରବ ଗାନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜର ଅଭିଭାଷଣ ରଖ୍ କହିଛନ୍ତି ଯେ, ‘ନାରୀ ତୁ ନାରାୟଣୀ’ ଆମ ସଂସ୍କୃତି ଓ ସଭ୍ୟତାର ମୂଳ ଅବଧାରଣା । ଏହି ସମ୍ମିଳନୀ ସେହି ପବିତ୍ର ବିଚାରଧାରାର ଏକ ପ୍ରତିଫଳନ । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ୨୦୩୫ ସୁଦ୍ଧା ଭାରତକୁ ମାକାଉଲେଙ୍କ ଗୋଲାମୀ ମାନସିକତାରୁ ମୁକ୍ତ କରିବାକୁ ହେବ । ଏହି ଔପନିବେଶିକ ମାନସିକତା ଯୋଗୁଁ ସମାଜରେ ଯେଉଁ ବିଚାରଗତ ବିଭ୍ରାଟ ସୃଷ୍ଟି ହୋଇଛି, ତାହାର ସବୁଠାରୁ ଅଧିକ କ୍ଷତି ଆମର ମାତୃଶକ୍ତି ସହିଛନ୍ତି । ଆମର ମୂଳ ପରମ୍ପରାକୁ ବଦଳାଇବା ପାଇଁ ହୋଇଥିବା ପ୍ରୟାସକୁ ଏବେ ସଂସ୍କାର ସ୍କାର କରି କରିବାର ସମୟ ଆସିଛି 1

ଏହି ମହିଳା ନେତୃତ୍ବରେ ଆୟୋଜିତ ଏହି ସମ୍ମିଳନୀରେ ହୋଇଥିବା ମନ୍ଥନ ପ୍ରଶଂସନୀୟ । ବେଟି ଏବଂ ମାତୃଶକ୍ତିର ସଶକ୍ତିକରଣ ସଂକଳ୍ପକୁ ସିଦ୍ଧ କରିବା ପାଇଁ ଆମକୁ ଏକ ସମାବେଶୀ ଦୃଷ୍ଟିଭଙ୍ଗୀ ଏବଂ ସାମଗ୍ରିକ ଦୃଷ୍ଟିକୋଣ ସହ ଆଗକୁ ବଢ଼ିବାକୁ ହେବ । ଶ୍ରୀ ପ୍ରଧାନ ଦୁଇ ଦିନିଆ ସମ୍ମିଳନୀରୁ ନିର୍ଗତ ହୋଇଥିବା ଅମୃତ ବିଚାରକୁ ଦେଶବାସୀଙ୍କ ସମ୍ମୁଖରେ ପ୍ରଖରତାର ସହ ଉପସ୍ଥାପନ କରିବା ପାଇଁ ସମସ୍ତଙ୍କୁ ସ୍ତଙ୍କୁ ଆହ୍ଵାନ ଦେଇଛନ୍ତି |

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତୀ ମୃଦୁଳା ଟି. ପ୍ରଧାନ, ପ୍ରତିଷ୍ଠିପ ତିଷ୍ଠିତ ହିନ୍ଦୁ ସନ୍ନ୍ୟାସିନୀ ତଥା ସମାଜସେବୀ ପଦ୍ମଭୂଷଣ ସାଧୀ ରିତାମ୍ଭରା, ବହୁ ବିଶିଷ୍ଟ ମହିଳା ବିଚାରକ ଏବଂ ଶିକ୍ଷାବିତମାନେ ଉପସ୍ଥିତ ସ୍ଥିତ ଥିଲେ ।