କୋଣାର୍କ ଓଡ଼ିଶା ପରିବାର ଟ୍ରଷ୍ଟର ଦଶମ ବାର୍ଷିକ ସାହିତ୍ୟ ଉତ୍ସବ-୨୦୨୬...

Mar 9, 2026 - 21:31
 11
କୋଣାର୍କ ଓଡ଼ିଶା ପରିବାର ଟ୍ରଷ୍ଟର ଦଶମ ବାର୍ଷିକ ସାହିତ୍ୟ ଉତ୍ସବ-୨୦୨୬...

କୋଣାର୍କ ଓଡ଼ିଶା ପରିବାର ଟ୍ରଷ୍ଟର ଦଶମ ବାର୍ଷିକ ସାହିତ୍ୟ ଉତ୍ସବ-୨୦୨୬...

ଓଡ଼ିଶା ସାହିତ୍ୟ ଏକାଡେମୀ ଓ କୋଣାର୍କ ଓଡିଶା ପରିବାର ଟ୍ରଷ୍ଟ୍ ମିଳିତ ଆନୁକୁଲ୍ୟରେ କୋଣାର୍କ ଓଡିଶା ପରିବାରର ଦଶମ ବାର୍ଷିକ ସାହିତ୍ୟ ଉତ୍ସବ - ୨୦୨୬ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି l 

ଉତ୍ସବର ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ କବି ଫନୀ ମହାନ୍ତି କହିଲେ ଯେ, ଗଛର ଡାଳରେ ବସି ସାହିତ୍ୟ ସାଧନା ହୋଇପାରେନି l 

କେଉଁ ମୁହୂର୍ତ୍ତରେ ଡାଳ ଭାଙ୍ଗି ସାହିତ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଯାଇପାରେ l ମାତ୍ର ବାସ୍ତବ ଭାବେ ସାହିତ୍ୟ ସାଧନା ପାଇଁ ପ୍ରସଙ୍ଗର ମୂଳକୁ ଯିବାର ଆବଶ୍ୟକତା ଅଛି l 

????ଗଭୀର ଅନୁଭବ ଏବଂ ଅଧ୍ୟୟନ ବିନା ସାହିତ୍ୟ ସମ୍ଭବ ହୁଏନା l 

ସେହିପରି ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ସାହିତ୍ୟିକ ଦାଶ ବେନହୁର୍ କହିଲେ ଯେ, ପାରିବାରିକ ମୂଲ୍ୟବୋଧ, ସମ୍ବେଦନଶୀଳତା ଏବଂ ଭାବପ୍ରବଣତା ଆମ ସାହିତ୍ୟ ଏବଂ ସଂସ୍କୃତିର ବିଶେଷତ୍ଵ l ତାହା ହିଁ ଆମକୁ ଏଯାଏଁ ସମୃଦ୍ଧ କରିଛି l ସେହିପରି ସମ୍ମାନିତ ଅତିଥି ଭାବେ ଜଳସମ୍ପଦ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ବେହେରା ଏବଂ ଇଂ ଯାମିନୀକାନ୍ତ ଦାସ ଯୋଗ ଦେଇଥିଲେ l  

ଏହି ଅବସରରେ 

????ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କୁ କୋଣାର୍କ ଓଡିଶା ସମ୍ମାନ, ????ଶଙ୍କର ପ୍ରସାଦ ବସୁ ମଲ୍ଲିକଙ୍କୁ କୋଣାର୍କ ଓଡିଶା ନାଟ୍ୟ ସମ୍ମାନ, ????ଜଗନ୍ନାଥ ତ୍ରିପାଠୀଙ୍କୁ କୋଣାର୍କ ଓଡ଼ିଶା କଳା ସମ୍ମାନ, 

????ଜାନକୀ ବଲ୍ଲଭ ମହାପାତ୍ରଙ୍କୁ କୋଣାର୍କ ଓଡ଼ିଶା ସାହିତ୍ୟ ସମ୍ମାନ, ନୃସିଂହ ଷଡ଼ଙ୍ଗୀଙ୍କୁ ସ୍ଵତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା l 

ଏଥିସହିତ ବାର୍ଷିକ ପତ୍ରିକା 'ମୁଖଶାଳା' ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା l 

ଅନୁଷ୍ଠାନର ସମ୍ପାଦକ ବିଚିତ୍ର ମହାପାତ୍ର ସ୍ଵାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସଭାପତି ଶ୍ରୀ କପିଳେଶ୍ଵର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ l

ପ୍ରଥମ ପର୍ଯ୍ୟାୟରେ ଦଶଟି ଜିଲ୍ଲାର କବିଙ୍କୁ ନେଇ କବିତା ଆସର ଅନୁଷ୍ଠିତ ହୋଇଥିଲା l 

ଅପରାହ୍ନରେ ବ୍ୟଙ୍ଗ କବିତା ଆସରରେ ବ୍ୟଙ୍ଗ କବି ଶ୍ରୀଯୁକ୍ତ ସତ୍ୟାନାଶ, ଡ. କୁଳାଙ୍ଗାର, ଶ୍ରୀମାନ୍ ସର୍ବଗିଳା, ରମାକାନ୍ତ ମହାପାତ୍ର ପ୍ରମୁଖ ବ୍ୟଙ୍ଗ କବିତା ପଢି ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲେ l 

ସେହିପରି ନୂଆ ପିଢ଼ି, ନୂଆ ସାହିତ୍ୟ ଓ ନୂଆ ସମ୍ଭାବନା ଶୀର୍ଷକ ଆଲୋଚନାରେ ବିଶିଷ୍ଟ ସାହିତ୍ୟିକ ଅଜୟ ସ୍ୱାଇଁ, ଅମରେଶ ବିଶ୍ଵାଳ ଏବଂ ଅଂଶୁମାନ ସାହୁ ଅଂଶଗ୍ରହଣ କରିଥିଲେ l 

କାର୍ଯ୍ୟକ୍ରମର ଶେଷରେ କବି ଶ୍ରୀସିକ୍ତା ଶୁଭଦର୍ଶିନୀଙ୍କ ସଂଯୋଜନାରେ ତରୁଣ କବି ଏବଂ କଣ୍ଠଶିଳ୍ପୀଙ୍କୁ ନେଇ କବିତା ଏବଂ ଗୀତର ଆକର୍ଷଣୀୟ ଯୁଗଳବନ୍ଦୀ ଅନୁଷ୍ଠିତ ହୋଇଥିଲା l 

କାର୍ଯ୍ୟକ୍ରମ ପରିଚାଳନାରେ ଜ୍ୟୋତି ରଞ୍ଜନ ବାରିକ, ଅଂଶୁମାନ ସାହୁ, ସଞ୍ଜୟ କୁମାର ଜୟସିଂହ, ସୌରଭ ଆଚାର୍ଯ୍ୟ, ଜ୍ଞାନରଞ୍ଜନ ଦାସ ପ୍ରମୁଖ ସହଯୋଗ କରିଥିଲେ l