ବିଜେପିରେ ହିନ୍ଦୀ ଲୋକସଂଗୀତ ଗାୟିକା ମୈଥିଲୀ ଠାକୁର...
ବିଜେପିରେ ହିନ୍ଦୀ ଲୋକସଂଗୀତ ଗାୟିକା ମୈଥିଲୀ ଠାକୁର...
ବିହାର ନିର୍ବାଚନ ପାଇଁ ଆଜି ବିଜେପିର ପ୍ରଥମ ତାଲିକା ପ୍ରକାଶ ପାଇଛି।
ଏଥିରେ ୭୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେପି କିଛି ପ୍ରମୁଖ ନେତାଙ୍କୁ ମଧ୍ୟ ତାଲିକାରୁ ବାଦ୍ ଦେଇଛି।
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ବିଜେପିରେ ନୂତନ ଚେହେରା ଯୋଗ ଦେବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଆଜି ପ୍ରଥମ ତାଲିକାରେ ଲୋକ ଗାୟିକା ମୈଥିଲୀ ଠାକୁର ବିଜେପିରେ ଯୋଗ ଦେଇଛନ୍ତି।
୨୫ବର୍ଷ ବୟସରୁ ହିଁ ଏତେ ବଡ଼ ସୁଯୋଗ ତାଙ୍କୁ ବଜେପି ଦେଇଛି। ବିଜେପିରେ ସାମିଲ ହେବା ପରେ ସେ ଦରଭଙ୍ଗାର ଆଲିନଗର ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ରିପୋର୍ଟ ଅନୁଯାୟୀ, ଆଲିନଗର ଆସନଟି ବର୍ତ୍ତମାନ ବିଜେପିର ମିଶ୍ରିଲାଲ ଯାଦବଙ୍କ ପାଖରେ ଅଛି, ଯାହାଙ୍କ ଟିକେଟ୍ ବାଦ୍ ପଡ଼ିପାରେ।
ବିଜେପି ନିର୍ବାଚନ ପ୍ରଭାରୀ ବିନୋଦ ତାୱଡେ ଏବଂ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସହ ମୈଥିଳୀଙ୍କ ଏକ ଫଟୋ ଅନଲାଇନରେ ପ୍ରକାଶ ପାଇବା ପରେ ଗତ କିଛି ସପ୍ତାହ ଧରି ତାଙ୍କ ରାଜନୀତିରେ ଯୋଗଦାନ ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଉଥିଲା।
ମୈଥିଲୀ ଠାକୁର ଭୋଜପୁରୀ, ହିନ୍ଦୀ ଲୋକସଙ୍ଗୀତ ଗାଇ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି। ମୈଥିଳୀ ଠାକୁରଙ୍କର ସାରା ଭାରତ ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଏକ ବିଶାଳ ପ୍ରଶଂସକ ଅଛନ୍ତି | ବର୍ଷ ବର୍ଷ ଧରି, ସେ ପାରମ୍ପରିକ ସଙ୍ଗୀତ ଏବଂ ଆଞ୍ଚଳିକ ପରିଚୟକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସାଂସ୍କୃତିକ ପ୍ରତୀକ ପାଲଟିଛନ୍ତି।