ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ବାଇକ୍: ୨ ମୃତ
ସୋନପୁର: ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ ଉଫୁଲା ନାରାୟଣୀ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବିଦ୍ୟୁତ୍ ଖୁଣ୍ଟରେ ଏକ ବାଇକ୍ ପିଟିହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କମୀରା ଗାଁର ସମ୍ୱିତ ପ୍ରଧାନ (୨୧) ଏବଂ ବୁଠୀପଦର ଗାଁର ସିପକ ନାଗ (୧୮) ବୋଲି ଜଣାପଡିଛି ।