ଆମ ବସ୍ରେ ବନ୍ଧା ହେଲା ଲେମ୍ବୁ-ଲଙ୍କାମାଳ...
ଆମ ବସ୍ରେ ବନ୍ଧା ହେଲା ଲେମ୍ବୁ-ଲଙ୍କାମାଳ...
ଆମ ବସ୍ ଯୋଗୁଁ ଦିନକୁ ଦିନ ଦୁର୍ଘଟଣାର ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି ।
ଏହାକୁ ଦୃଷ୍ଟିରେ ରଖି ଆଜି କଟକର କିଛି ସଚେତନ ଯୁବକ ଏକ ଭିନ୍ନ ଧରଣର ପ୍ରତିବାଦ ଓ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ।
କଟକ ଖାନ ନଗର ସ୍ଥିତ କାଳୀ ମନ୍ଦିରରେ ପ୍ରଥମେ ଲେମ୍ବୁ ଓ ଲଙ୍କା ପୂଜା କରିବା ପରେ, ସେମାନେ ସହରର ପ୍ରାୟ ୧୦୦ଟି ଆମ ବସ୍ରେ ଏହି ଲେମ୍ବୁ-ଲଙ୍କାକୁ ବାନ୍ଧିଛନ୍ତି ।
ଏହା ମାଧ୍ୟମରେ ସେମାନେ ଦୁର୍ଘଟଣା ରୋକିବା ସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ଭଗବାନଙ୍କ କୃପା କାମନା କରିବା ସହ ସରକାରଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ।