ବିଶ୍ୱ ଡାକ ଦିବସ ପାଳନର ଇତିହାସ କଥା...
ବିଶ୍ବ ଡାକ ଦିବସର ଇତିହାସ ୧୮୪୦ ମସିହାରୁ ଆରମ୍ଭହୋଇଛି। ଇଂଲଣ୍ଡରେ, ସାର୍ ରୋଲାଣ୍ଡ ହିଲ୍ ଚିଠି ପୋଷ୍ଟ କରିବା ପାଇଁ ଏକ ବ୍ୟବସ୍ଥା ପ୍ରଚଳନ କରିଥିଲେ, ଯାହା ପାଇଁ ଏକ ଶୁକ୍ଳ ଆଦାୟ କରାଯାଉଥିଲା । ସମସ୍ତ ଘରୋଇ ଚିଠି ଦୂରତା ଆଧାରରେ ଆଦାୟ କରାଯାଉଥିଲା। ଶୁକ୍ଳ ନିର୍ଣ୍ଣୟ ପାଇଁ ଓଜନ ମଧ୍ୟ ଏକ ମାନକ ଭାବରେ ପ୍ରତିଷ୍ଠିତ ହୋଇଥିଲା। ସେ ବିଶ୍ବର ପ୍ରଥମ ଡାକ ଟିକେଟ୍ ମଧ୍ଯ ପ୍ରଚଳନ କରିଥିଲେ।
୧୮୬୩ ମସିହାରେ, ଯୁକ୍ତରାଷ୍ଟ୍ର ପୋଷ୍ଟମାଷ୍ଟର ଜେନେରାଲ ମଣ୍ଡଗୋମେରୀ ବ୍ଲେୟାର ପ୍ୟାରିସରେ ଏକ ସମ୍ମିଳନୀ ଡକାଇଥିଲେ, ଯେଉଁଥ୍ରେ ୧୫ଟି ୟୁରୋପୀୟ ଏବଂ ଆମେରିକୀୟ ଦେଶର ପ୍ରତିନିଧୂମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଡାକ ସେବା ସହିତ ଜଡିତ ଅନେକ ଗୁରୁତ୍ବପୂର୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପରେ, ଅନେକ ସାଧାରଣ ନୀତି ଉପରେ ସହମତ ହୋଇଥିଲା। ତଥାପି, ଏହି ସମ୍ମିଳନୀ ଏକ ଅନ୍ତର୍ଜାତୀୟ ଡାକ ଚୁକ୍ତିନାମା ସ୍ଥାପନ କରିନଥ୍ଲା।
ଅକ୍ଟୋବର ୯ ତାରିଖରେ ବିଶ୍ବ ଡାକ ଦିବସ ପାଳନ କରାଯାଏ। ଏହି ଦିନଟି ୧୮୭୪ ମସିହାରେ ସ୍ଵିଜରଲ୍ୟାଣ୍ଡର ବର୍ନରେ ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିଅନ୍ (UPU) ପ୍ରତିଷ୍ଠାର ସ୍ମୃତିଚାରଣ କରେ । ୧୯୬୯ ମସିହାରେ ଜାପାନର ଟୋକିଓରେ ଅନୁଷ୍ଠିତ UPU କଂଗ୍ରେସରେ ଏହି ତାରିଖକୁ ବିଶ୍ବ ଡାକ ଦିବସ ଭାବରେ ନାମିତ କରାଯାଇଥିଲା । ଡାକ ବ୍ୟବସ୍ଥା ଯୋଗାଯୋଗର ସବୁଠାରୁ ପୁରୁଣା ମାଧ୍ଯମ ଭାବରେ ଜଣାଶୁଣା। ଏହି ସେବା ବିଶ୍ବରେ ବହୁତ ଦିନ ଧରି ରହିଛି। ଯଦିଓ ବର୍ତ୍ତମାନ ଆମ ପାଖରେ ଯୋଗାଯୋଗର ନୂତନ ମାଧ୍ୟମ ଅଛି, ଏହି ପଦ୍ଧତି ଲୋକଙ୍କୁ ସେହି ସମୟର ମନେ ପକାଇ ଦିଏ ଯେତେବେଳେ ଲୋକମାନେ ଚିଠି ଆଦାନପ୍ରଦାନ କରୁଥିଲା|
ପ୍ରତିବର୍ଷ ଅକ୍ଟୋବର ୯ ତାରିଖରେ ବିଶ୍ବ ଡାକ ଦିବସ ପାଳନ କରାଯାଏ । ଏହି ତାରିଖ ୧୮୭୪ ମସିହାରେ ସ୍ବିଜରଲ୍ୟାଣ୍ଡର ବର୍ନରେ ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିଅନ୍ (UPU) ପ୍ରତିଷ୍ଠାକୁ ମନେ ପକାଇଥାଏ।
କନଫେଡେରେସନର ବର୍ନରେ (୧୮୭୪), ଉତ୍ତର ଜର୍ମାନ ଜଣେ ବରିଷ୍ଠ ଡାକ ଅଧୂକାରୀ ହାଇନରିଚ୍ ଭନ୍ ଷ୍ଟିଫାନ୍ ଏକ ଅନୁର୍ଜାତୀୟ ଡାକ ସଂଘ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ତାଙ୍କ ପରାମର୍ଶ ଆଧାରରେ, ସ୍ବିସ୍ ସରକାର ୧୫ ସେପ୍ଟେମ୍ବର ୧୮୭୪ରେ ବର୍ନରେ ଏକ ଅନୁର୍ଜାତୀୟ ସମ୍ମିଳନୀର ଆୟୋଜନ କରିଥିଲେ, ଯେଉଁଥିରେ ୨୨ଟି ଦେଶର ପ୍ରତିନିଧୂ ଯୋଗ ଦେଇଥିଲେ।
ସେହି ବର୍ଷ ଅକ୍ଟୋବର ୯ ତାରିଖରେ ଜେନେରାଲ ପୋଷ୍ଟାଲ୍ ୟୁନିଅନ୍ ଦ୍ବାରା ବିଶ୍ବ ପୋଷ୍ଟାଲ୍ ଦିବସ ପ୍ରତିଷ୍ଠା କରାଯାଇଥିଲା। ୧୮୭୮ ମସିହାରେ, ଏହାକୁ ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିଅନ୍ ନାମ ଦିଆଯାଇଥିଲା । ୧୮୭୪ ମସିହାରେ ସ୍ବାକ୍ଷରିତ ବର୍ନର ଚୁକ୍ତିନାମା ଏକକ ପୋଷ୍ଟାଲ୍ କ୍ଷେତ୍ରରେ ଚିଠି ଆଦାନପ୍ରଦାନ ପାଇଁ ଅନ୍ତର୍ଜାତୀୟ ପୋଷ୍ଟାଲ୍ ସେବା ଏବଂ ନିୟମାବଳୀକୁ ସଂଗଠିତ କରିବାରେ ସଫଳ ହୋଇଥିଲା।