ଚୀନ ଆଜି ସୁଦ୍ଧା ଅରୁଣାଚଳରେ ଗୋଟିଏ ଇଞ୍ଚ ଭାରତକୁ ପଶି ନାହିଁ କି ଭୂମି ମଧ୍ୟ କବଜା କରି ପାରି ନାହିଁ I
ସଂସଦର ମୌସୁମୀ ଅଧିବେଶନର ଲୋକସଭାରେ ‘ଅପରେସନ ସିନ୍ଦୂର’କୁ ନେଇ ଲଗାତାର ହଂଗାମା ଜାରି ରହିଛି।ଏହି ସମୟରେ ସମାଜବାଦୀ ପାର୍ଟିର ସାଂସଦ ଅଖିଳେଶ ଯାଦବ ଅରୁଣାଚଳ ପ୍ରଦେଶରେ ଚୀନର ଦଖଲକୁ ନେଇ ସରକାରଙ୍କ ଉପରେ କରିଥିଲେ ଟାର୍ଗେଟ୍। ଏହାର ଦୃଢ ଜବାବ ଦେଇଥିଲେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରେନ ରିଜିଜୁ। ସେ ଲୋକସଭାରେ କହିଥିଲେ ଯେ, ୧୯୬୨ ମସିହା ପରେ ଚୀନ , ଅରୁଣାଚଳରେ ଗୋଟିଏ ଇଞ୍ଚ ଭିତରକୁ ପଶି ପାରିନି କି ଗୋଟିଏ ଇଞ୍ଚ ଭୂମି କବଜା କରି ପାରିନି।
ଏହା ପୂର୍ବରୁ ସମାଜ ବାଦୀ ପାଟି ପ୍ରମୁଖ ଅଖିଳେଶ ଯାଦବ ଆଲୋଚନାରେ ଭାଗ ନେଇ ଅରୁଣାଚଳର କିଛି କ୍ଷେତ୍ରରେ ଚୀନର ଦଖଲ କରିବାକୁ ନେଇ ପ୍ରଶ୍ନ ପଚାରି ଥିଲେ। ଯେଉଁ ସମୟରେ ବିଜେପି କେନ୍ଦ୍ରର କ୍ଷମତାକୁ ଆସିଛି , ଏହି ସମୟରେ କ୍ଷେତ୍ରଫଳ କେତେ ଥିଲା ଏବଂ ଆଜି କେତେ ଅଛି ?
ଅଖିଳେଶ ଯାଦବ ତାଙ୍କର ଭାଷଣ ବେଳେ କହିଥିଲେ ଯେ, ଯେଉଁ ପ୍ରଦେଶରୁ ମୁଁ ଆସୁଛି, ସେଠାରେ କେତେ ଭିତରକୁ ଚୀନ ପଶି ଦଖଲ କରିଛି। ରିଜିଜୁ କହି ଥିଲେ- ମୁଁ ସ୍ପଷ୍ଟ କରି ଦେବାକୁ ଚାହୁଁଛି ଯେ, ୧୦ ଅକ୍ଟୋବର ୧୯୬୨ ରେ ଯେତେବେଳେ ଚୀନ ଆକ୍ରମଣ କରି ଥିଲା, ଚାଇନା ସୈନିକ ୧୦ ଅକ୍ଟୋବରରେ ମୋ ଗାଁ ମଧ୍ୟ ଦେଇ ମାସେ ୧୦ ଦିନରେ ଆସାମର ମିସାସାରୀ ପର୍ଯ୍ୟନ୍ତ ପହଞ୍ଚି ଥିଲେ। ପୁଣି ୨୧ ନଭେମ୍ୱରରେ ଅସ୍ତ୍ରବିରତି ପରେ ସେ ସଂପୂର୍ଣ୍ଣ ରୂପେ ଫେରି ଯାଇ ଥିଲେ। ରିଜିଜୁ ପୁଣି କହିଥିଲେ – ଏହାପର ଠାରୁ ୧୯୬୨ ପରେ , ଚୀନ , ଭାରତରେ ନା ଗୋଟିଏ ଇଞ୍ଚ ପଶିଛି ନା ହିଁ ଗୋଟିଏ ଇଞ୍ଚ ଭୂମି ଅକ୍ତିଆର କରିଛି।