ଭାରତର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡରକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Feb 23, 2026 - 13:03
 15
ଭାରତର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡରକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଭାରତର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡରକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଆଜି, ଉତ୍ତର ପ୍ରଦେଶ ଏବଂ ସମଗ୍ର ଦେଶରେ ବିଶ୍ୱସ୍ତରୀୟ ଭିତ୍ତିଭୂମିର ଏକ ନୂତନ ଯୁଗ ଆରମ୍ଭ ହୋଇଛି : ପ୍ରଧାନମନ୍ତ୍ରୀ

ମେରଠ ମେଟ୍ରୋ, ନମୋ ଭାରତ ଟ୍ରେନ ଏବଂ ଆଞ୍ଚଳିକ ଦ୍ରୁତ ପରିବହନ ପ୍ରଣାଳୀର ନୂତନ ସେକ୍ସନ ଉଦଘାଟନ ଏନସିଆର ଲୋକଙ୍କ ଜୀବନକୁ ଆହୁରି ସରଳ, ସୁଗମ ଏବଂ ସୁବିଧାଜନକ କରିବ: ପ୍ରଧାନମନ୍ତ୍ରୀ

ଆମର କାର୍ଯ୍ୟ ସଂସ୍କୃତି ଏପରି ଯେ ଗୋଟିଏ କାର୍ଯ୍ୟର ଶିଳାନ୍ୟାସ ହେବା ପରେ, ତାହାକୁ ସମାପ୍ତ କରିବା ପାଇଁ ଦିନ ଓ ରାତି ଏକ ହୋଇଯାଏ, ତେଣୁ ବର୍ତ୍ତମାନ ପ୍ରକଳ୍ପଗୁଡ଼ିକ ପୂର୍ବ ପରି ବିଳମ୍ବିତ ହୋଇ ପଡ଼ି ରହୁନାହିଁ: ପ୍ରଧାନମନ୍ତ୍ରୀ

ନମୋ ଭାରତ ହେଉ କିମ୍ବା ମେଟ୍ରୋ ସେବା, ମୋତେ ଉଭୟର ଶିଳାନ୍ୟାସ କରିବାର ସୁଯୋଗ ମିଳିଥୁଲା, ଆଉ ଆଜି ମୁଁ ସେଗୁଡ଼ିକୁ ଉଦଘାଟନ କରିବାର ସୌଭାଗ୍ୟ ମଧ୍ଯ ପାଇଛି: ପ୍ରଧାନମନ୍ତ୍ରୀ

ଦେଶରେ ପ୍ରଥମ ଥର ପାଇଁ ନମୋ ଭାରତ ଏବଂ ମେଟ୍ରୋ ଟ୍ରେନ୍ ସମାନ ଷ୍ଟେସନ ଏବଂ ସମାନ ଟ୍ରାକରେ ଚାଲିବ: ପ୍ରଧାନମନ୍ତ୍ରୀ

ସମାନ ପ୍ଲାଟଫର୍ମରୁ, ଜଣେ ସହର ଭିତରେ ଯାତ୍ରା କରିପାରିବେ, ଏବଂ ସେହି ଷ୍ଟେସନରୁ ଜଣେ ସିଧାସଳଖ ଦିଲ୍ଲୀକୁ ଯିବା ଆସିବା ମଧ୍ୟ କରିପାରିବେ: ପ୍ରଧାନମନ୍ତ୍ରୀ

ବିଶ୍ବର ଅନେକ ବିକଶିତ ଦେଶ ଆଜି ଭାରତ ସହିତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରୁଛନ୍ତି: ପ୍ରଧାନମନ୍ତ୍ରୀ

ଆଜି, ବିକଶିତ ଦେଶଗୁଡ଼ିକ ଭାରତ ସହିତ ସ‌ହଭାଗୀ ହେବାକୁ ଆଗ୍ରହୀ; କାରଣ ସେମାନେ ଭାରତର ବିକାଶରେ ନିଜର ଭବିଷ୍ୟତ ଦେଖନ୍ତି ଏବଂ ସେମାନେ ଭାରତର ଯୁବ ଶକ୍ତିକୁ ଆଶାର ସହିତ ଦେଖୁଥା'ନ୍ତି: ପ୍ରଧାନମନ୍ତ୍ରୀ

ଯାତ୍ରୀମାନଙ୍କୁ ସହର ଭିତରେ ଯାତ୍ରା କରିବାକୁ କିମ୍ବା ସିଧାସଳଖ ଦିଲ୍ଲୀ ଯିବାଆସିବା କରିବାକୁ ସୁବିଧା ଦେବ। ଏହା ଫଳରେ ଦିଲ୍ଲୀରେ ଭଡା ଘରେ ରହିବା ପାଇଁ ଅନେକ ଶ୍ରମିକ ଏବଂ ଛାତ୍ରଛାତ୍ରୀଙ୍କ ବାଧ୍ୟବାଧକତା ସମାପ୍ତ ହେବ।

ଏକ୍ସପ୍ରେସୱେ, ମାଲ ପରିବହନ କରିଡର ଏବଂ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର ସମେତ ଆଧୁନିକ ଭିତ୍ତିଭୂମିରେ ସରକାରଙ୍କ ନିବେଶ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଅଞ୍ଚଳକୁ ନୂତନ ଶିଳ୍ପ ଏବଂ ବ୍ୟବସାୟକୁ ଆକର୍ଷିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଉତ୍ତର ପ୍ରଦେଶକୁ ଶ୍ରମ ଏବଂ ସୃଷ୍ଟିର ଭୂମି ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଚାଷୀ ଏବଂ କାରିଗରମାନେ ଐତିହ୍ୟ ଏବଂ ବିକାଶର ମନ୍ତ୍ରକୁ ସଫଳତାର ସହ ସାକାର କରୁଛନ୍ତି। ଭାରତର ବିଶ୍ବ ଶକ୍ତି ବୃଦ୍ଧି ପାଇବା ସହିତ ବିକଶିତ ରାଷ୍ଟ୍ରଗୁଡ଼ିକ ଭାରତର ଯୁବ ଶକ୍ତିକୁ ବ୍ୟବହାର କରିବା ପାଇଁ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିବାକୁ ଆଗ୍ରହୀ। ଆଜି, ବିଶ୍ବ ଭାରତକୁ ଏକବିଂଶ ଶତାବ୍ଦୀର ଆହ୍ବାନଗୁଡ଼ିକୁ ସମାଧାନ କରିବାରେ ସକ୍ଷମ ଏକ ଶକ୍ତିଶାଳୀ କେ ଭାବରେ ଦେଖୁଥାଏ, ଯାହା ସିଧାସଳଖ ଉତ୍ତର ପ୍ରଦେଶର ନାଗରିକମାନଙ୍କୁ ଲାଭ ପ‌ହଞ୍ଚାଇଥାଏ ବୋଲି ଶ୍ରୀ ମୋଦୀ କହିଥିଲେ। କେନ୍ଦ୍ର

ଏମଏସଏମଇ କ୍ଷେତ୍ରକୁ ସମ୍ବୋଧୂତ କରି ପ୍ରଧାନମନ୍ତ୍ରୀ ଚଳିତ ବର୍ଷର କେନ୍ଦ୍ର ବଜେଟରେ ୧୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ପାଣ୍ଠି ଉପରେ ଆଲୋକପାତ କରିଥିଲେ ଯାହା ଏମଏସଏମଇ ପାଇଁ ଋଣ ସହଜ କରିବ। ସୈ ବୁଣାକାରମାନଙ୍କୁ ବିଶ୍ବ ବଜାରରେ ପହଞ୍ଚିବାରେ ସାହାଯ୍ୟ କରିବା ଲାଗି ମହାତ୍ମା ଗାନ୍ଧୀ ଗ୍ରାମ ସ୍ଵରାଜ ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ, କୋରିଅର ମାଧ୍ୟମରେ ସାମଗ୍ରୀ ପଠାଇବାର 10 ଲକ୍ଷ ସୀମା ହଟାଇ ଦିଆଯାଇଛି। ଏହା ମେରଠ ଏବଂ ଉତ୍ତର ପ୍ରଦେଶର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଅନଲାଇନ୍ ଆପ୍ ମାଧ୍ୟମରେ ଆମେରିକା ଏବଂ ୟୁରୋପର ଗ୍ରାହକମାନଙ୍କୁ ସିଧାସଳଖ ବିକ୍ରୟ କରିବାକୁ ଅନୁମତି ଦେଇଛି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।

ଶ୍ରୀ ମୋଦୀ କହିଥିଲେ, ଚୌଧୁରୀ ଚରଣ ସିଂହ ଜୀଙ୍କ ବିଚାରକୁ ସମ୍ମାନ ଜଣାଇବା ପାଇଁ, ସରକାର ତାଙ୍କୁ ଭାରତ ରନ୍ ପ୍ରଦାନ କରିଛନ୍ତି। ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଡବଲ-ଇଞ୍ଜିନ୍ ସରକାର ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୂ ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରୁଛି। ଏହି ଯୋଜନା ଅଧୀନରେ, ଉତ୍ତର ପ୍ରଦେଶର ଚାଷୀମାନଙ୍କୁ ପ୍ରାୟ ୯୫ ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇସାରିଛି ବୋଲି ଶ୍ରୀ ମୋଦୀ ମନୃବ୍ୟ ଦେଇଥିଲେ।

♦ ଆଜି ବିଶ୍ବ ଅନୁଭବ କରୁଛି ଯେ ଭାରତ ହେଉଛି ସେହି ଶକ୍ତି ଯାହା ଏକବିଂଶ ଶତାବ୍ଦୀର ଆହ୍ବାନଗୁଡ଼ିକ ପାଇଁ ସମାଧାନ ଯୋଗାଇପାରିବ: ପ୍ରଧାନମନ୍ତ୍ରୀ

ମେରଠ-ହାପୁର ଅଞ୍ଚଳ ଏବଂ ଆଖପାଖ ଅଞ୍ଚଳଗୁଡ଼ିକ ବହୁଦିନରୁ ଚୌଧୁରୀ ଚରଣ ସିଂହ ଜୀଙ୍କ ଦୂରଦୃଷ୍ଟି ଦେଖୁଆସିଛନ୍ତି, ଏବଂ ଏହା ଆମ ସରକାରଙ୍କ ସୌଭାଗ୍ୟ ଯେ ଆମେ ଚୌଧୁରୀ ଚରଣ ସିଂହ ଜୀଙ୍କୁ ଭାରତ ରତ୍ନ ପ୍ରଦାନ କରିବାର ସୌଭାଗ୍ୟ ପାଇଲୁ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମେରଠରେ ନମୋ ଭାରତ ରାପିଡ୍ ରେଳ ଏବଂ ମେରଠ ମେଟ୍ରୋ ମାର୍ଗକୁ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ ‘ବିକଶିତ ଉତ୍ତର ପ୍ରଦେଶ' ଏବଂ ବିକଶିତ ଭାରତ' ଲକ୍ଷ୍ୟକୁ ଗତିଶୀଳ କରିବ ବୋଲି ସେ କହିଛନ୍ତି। ଭାରତରେ ପ୍ରଥମ ଥର ପାଇଁ ଗୋଟିଏ ପ୍ଲାଟଫର୍ମରୁ ଗୋଟିଏ ଦିନରେ ଗୋଟିଏ ରାପିଡ୍ ରେଳ ଏବଂ ମେଟ୍ରୋ ସେବା ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପ ଏକ ବିକଶିତ ଭାରତରେ ଯୋଗାଯୋଗ ବ୍ୟବସ୍ଥା କିପରି ଦେଖାଯିବ ତାହାର ଏକ ଚମତ୍କାର ଝଲକ ପ୍ରଦାନ କରେ। ଏହି ସମନ୍ବିତ ବ୍ୟବସ୍ଥାରେ ମେଟ୍ରୋ ମାଧ୍ଯମରେ ସହର ଭିତରେ ଯାତ୍ରା ଏବଂ "ଟ୍ରିନ୍ ସିଟି" ପରିବହନ ଲାଗି ନମୋ ଭାରତ ଟ୍ରେନ ବ୍ୟବସ୍ଥା ରହିଛି । ଡବଲ୍-ଇଞ୍ଜିନ୍ ସରକାରଙ୍କ କାର୍ଯ୍ୟ ସଂସ୍କୃତି ଉପରେ ଆଲୋକପା ପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରକଳ୍ପଗୁଡ଼ିକ ଆଉ ଅଧାରୁ ଝୁଲି ରହୁନାହିଁ। ତାଙ୍କ ସରକାର ଏହି ସେବାଗୁ ବାଗୁଡ଼ିକର ଭିତ୍ତିପ୍ରସ୍ତର ଏବଂ ଉଦଘାଟନ ଉଭୟକୁ ଆଗକୁ ବଢ଼ାଇ ଶିଳାନ୍ୟାସ କରିଥିବା କାର୍ଯ୍ୟକୁ ସାରିବା ଉପରେ ଗୁରୁତ୍ବ ଦେଇଥ‌ିବା ପ୍ରମାଣିତ କରିଛି।

ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମେରଠ ମେଟ୍ରୋରେ ଯାତ୍ରା କରିଥିଲେ। ସେ ଛାତ୍ରଛା ৩৫° ଯାତ୍ରୀମାନଙ୍କ ସହିତ ଭାବ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପକୁ 'ନାରୀ- ରୀ-ଶକ୍ତି'ର ପ୍ରତୀକ ଭାବରେ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଅଧୂକାଂଶ ଟ୍ରେନ ଅପରେଟର ଏବଂ ଷ୍ଟେସନ ନିୟନ୍ତ୍ରଣ କର୍ମଚାରୀ ମହିଳା। ଦେଶର ପ୍ରଥମ ନମୋ ଭାର ଭାରତ ରାପିଡ୍ ରେଳ ସେବା ପାଇଁ ସେ ଉତ୍ତର ପ୍ରଦେଶର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ମେରଠ ସହିତ ତାଙ୍କର ବିଶେଷ ସମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛ ଚରିଛନ୍ତି ଯେ ୨୦୧୪, ୨୦୧୯ ଏବଂ ୨୦୨୪ରେ ତାଙ୍କର ଜାତୀୟ ନିର୍ବାଚନ ପ୍ରଚାର ଏହି କ୍ରାନ୍ତିକାରୀ କ୍ରାନ୍ତିକାରୀ ଭୂମିରୁ ଆରମ୍ଭ ହୋଇଥିଲା । ସେ ଏହି ଅଞ୍ଚଳର ଚାଷୀ, କାରିଗର ଏବଂ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ନିରନ୍ଧର ଆଶୀର୍ବାଦ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, ୨୦୧୪ ପୂର୍ବରୁ, ମେଟ୍ରୋ ସେବା କେବଳ ୫ଟି ସହରରେ ପହଞ୍ଚିଥିଲା, କିନ୍ତୁ ବର୍ତ୍ତମାନ ୨୫ରୁ ଅଧୂକ ସହରରେ ମେଟ୍ରୋ ଚାଲୁଛି, ଯାହା ଭାରତକୁ ବିଶ୍ବର ତୃତୀୟ ବୃହତ ନେଟୱାର୍କରେ ପରିଣତ କରୁଛି ଏହି ପ୍ରକଳ୍ପର ଏକ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଭାରତୀୟ ରେଳ, ମେଟ୍ରୋ ଏବଂ ସରାଇ କାଲେ ଖାନ, ଆନନ୍ଦ ବିହାର, ଗାଜିଆବାଦ ଏବଂ ମେରଠ ବସ୍ ଷ୍ଟାଣ୍ଡର ସମନ୍ବୟ। ଭାରତରେ ପ୍ରଥମ ଥର ପାଇଁ ନମୋ ଭାରତ ଏବଂ ମେଟ୍ରୋ ରେଳ ସମାନ ଟ୍ରାକ୍ ଏବଂ ଷ୍ଟେସନରେ ଚାଲିବ। ଏହି ସମନ୍ବୟ