'ଯୁଗେ ଯୁଗେ ଜଗନ୍ନାଥ' ଆଲୋଚନା ଚକ୍ର...

Feb 10, 2026 - 09:17
 55
'ଯୁଗେ ଯୁଗେ ଜଗନ୍ନାଥ' ଆଲୋଚନା ଚକ୍ର...

'ଯୁଗେ ଯୁଗେ ଜଗନ୍ନାଥ' ଆଲୋଚନା ଚକ୍ର...

କଳା, ସାହିତ୍ୟ, ସଂସ୍କୃତି ଓ ସେବା ଅନୁଷ୍ଠାନ ଅନ୍ତରୀକ୍ଷ ଚାରିଟେବୁଲ ଟ୍ରଷ୍ଟ ତରଫରୁ " ଯୁଗେ ଯୁଗେ ଜଗନ୍ନାଥ" ଶୀର୍ଷକ ଏକ ଆଲୋଚନା ଚକ୍ର ଓ ଜଗନ୍ନାଥ ଶୀର୍ଷକ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କଟକ ସ୍ଥିତ ଗାନ୍ଧୀ ଭବନ ସଭା କକ୍ଷରେ ଦିନର ଅପରାହ୍ନ ଦିନର ଅପରାହ୍ନ ସମୟରେ ଅନୁଷ୍ଠିତ ହୋଇ ଯାଇଅଛି। 

ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ସମ୍ପାଦିକା ଡ଼.ବସନ୍ତ ମଞ୍ଜରୀ ଦାସଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ପ୍ରାକ୍ତନ ନଗର ଉନ୍ନୟନ ଅଧିକାରୀ ମୀନକେତନ ଦାସ, ମୁଖ୍ୟବକ୍ତା ଆଇନ୍ ଜୀବୀ ଓ ରଜନୀ ଦେବୀ ଜରାଶ୍ରମ କୁଜଙ୍ଗର ଶ୍ରୀମତୀ ମଞ୍ଜୁଲତା ରାଉତ, ସେବା ନିବୃତ ଅବସର ପ୍ରାପ୍ତ ଭିଜିଲାନ୍ସ ଅଧିକାରୀ ଶ୍ରୀଯୁକ୍ତ ବଂଶୀଧର ସାହୁ, ସମ୍ମାନୀତ ବକ୍ତା ସୁସାହିତ୍ୟକ, ନାଟ୍ୟକାର ଶ୍ରୀଯୁକ୍ତ ସନ୍ତୋଷ ଉପାଧ୍ୟାୟ, ବରିଷ୍ଠ କବି, ଶାସ୍ତ୍ରବିଦ୍ ଶ୍ରୀଯୁକ୍ତ ହରେକୃଷ୍ଣ ପତି ବରିଷ୍ଠ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବର୍ତ୍ତମାନ ସମୟର କବୟିତ୍ରୀ ଶ୍ରୀମତୀ ସ୍ନିଗ୍ଧା ନାୟକ କବିତା ସଂଯୋଜନା କରିଥିଲେ । 

ଅନୁଷ୍ଠାନର ସଭାପତି ଆନନ୍ଦ କୁମାର ମାଇତି ସଭା ପରିଚାଳନା ସହ ଅନୁଷ୍ଠାନର ସମ୍ପାଦିକା ଲକ୍ଷ୍ମୀପ୍ରିୟା ମାଇତି ସ୍ୱାଗତ ଭାଷଣ ଦେଇଥିଲେ । 

କାର୍ଯ୍ୟକ୍ରମର ବହୁ ସଂଖ୍ୟକ କବି କବୟିତ୍ରୀ ସ୍ବରଚିତ କବିତା ପାଠ କରିବା ସହିତ ତିନି ଜଣ ପ୍ରତିଭାଧାରୀଙ୍କୁ ଜଗନ୍ନାଥ ସମ୍ମାନ ପ୍ରଦାନ କରା ଯାଇଥିଲା। 

ଶେଷରେ ଧନ୍ୟବାଦ୍ ଦେଇଥିଲେ " ଟିକି ଦୁନିଆଁ'ର ସମ୍ପାଦିକା ଶ୍ରୀମତୀ ନମିତା ମହାନ୍ତି।