ଭାରତୀୟ ରେଳ ଇତିହାସରେ ଏକ ଯୁଗାନ୍ତକାରୀ ପଦକ୍ଷେପ!!!

Jun 6, 2025 - 19:51
 41
ଭାରତୀୟ ରେଳ ଇତିହାସରେ ଏକ ଯୁଗାନ୍ତକାରୀ ପଦକ୍ଷେପ!!!


#ଭାରତୀୟ_ରେଳ_ଇତିହାସରେ_ନୂଆ_ଅଧ୍ୟାୟ...
ଲୋକାର୍ପିତ ହୋଇଛି ବିଶ୍ବର ସର୍ବୋଚ୍ଚ ରେଲୱେ ବ୍ରିଜ୍ ଚେନାବ୍ ବ୍ରିଜ୍। ଜମ୍ମୁ କଶ୍ମୀର ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ରିଜର ଲୋକାର୍ପଣ କରିଛନ୍ତି। ୩୫୯ ମିଟର୍ ଉଚ୍ଚତା ଏବଂ ୧ ହଜାର ୩୧୫ ମିଟର ଦୈର୍ଘ୍ୟର ଅତ୍ୟାଧୁନିକ ସେତୁ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ୧୫ ଶହ କୋଟି ଟଙ୍କା। ଏହି ସେତୁ ଉପର ଦେଇ ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ସହଜ ହେବ ବୋଲି କୁହାଯାଉଛି। ଚେନାବ୍ ବ୍ରିଜ୍ ସହ ଅଞ୍ଜି ବ୍ରିଜର ମଧ୍ୟ ଲୋକାର୍ପଣ ହୋଇଛି। ଦେଶର ପ୍ରଥମ କେବଲ ଷ୍ଟେ ରେଲୱେ ବ୍ରିଜ୍ ହେଉଛି ଅଞ୍ଜି ବ୍ରିଜ୍। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜମ୍ମୁ କଶ୍ମୀରକୁ ୪୬ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି PM। ଏହି ଅବସରରେ କଟ୍ରା ରେଲୱେ ଷ୍ଟେସନ ଠାରେ କଟ୍ରା-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ମୋଦି ଟ୍ରେନ୍ ଭିତରେ ବୁଲିବା ସହ ଟ୍ରେନରେ ଯାତ୍ରା କରିବାକୁ ଥିବା ଛାତ୍ରଛାତ୍ରୀ ଏବଂ ରେଲୱେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ !
ରିପୋର୍ଟ :ରଶ୍ମିରଂଜନ ମିଶ୍ର 
ଭୁବନେଶ୍ୱର