ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କକୁ ଇକ୍ୟୁଟି ସହାୟତାକୁ କ୍ୟାବିନେଟ୍ ମଞ୍ଜୁରି
ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କକୁ ଇକ୍ୟୁଟି ସହାୟତାକୁ କ୍ୟାବିନେଟ୍ ମଞ୍ଜୁରି
କରିବା ସିଡବି ପ୍ରତିଯୋଗିତାମୂଳକ ଦରରେ ଅତିରିକୁ ସମ୍ବଳ ଯୋଗାଡ଼ କ ଫଳରେ ଏମଏସଏମଇକୁ ଋଣ ପ୍ରବାହ ବୃଦ୍ଧି ପାଇବ
25.74 ଲକ୍ଷ ନୂଆ ଏମଏସଏମଇ ହିତାଧୂକାରୀଙ୍କୁ ସାମିଲ କରାଯିବ ପ୍ରାୟ 25.
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ (ସିଡବି)କୁ ଅତିରିକୁ 5 ହଜାର କୋଟି ଟଙ୍କାର ଇକ୍ୟୁଟି ସହାୟତା ଯୋଗାଇ ଦେବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
କେନ୍ଦ୍ର ସରକାରଙ୍କ ବିତ୍ତୀୟ ସେବା ବିଭାଗ (ଡିଏଫଏସ) ତିନୋଟି କିସ୍ତିରେ 5 ହଜାର କୋଟି ଟଙ୍କାର ଇକ୍ୟୁଟି ପୁଞ୍ଜି ସିଡବିରେ ବିନିଯୋଗ କରିବ। 2025-26 ଆର୍ଥକ ବର୍ଷ ଲାଗି 568.65 ଟଙ୍କାର ବୁକ୍ ବୁକ୍ ଭେଲ୍ୟୁ ଆଧାରରେ 3 ହଜାର କୋଟି ଟଙ୍କା ଯୋଗାଇ ଦିଆଯିବ। 2026-27 ଏବଂ 2027-28 ଆର୍ଥିକ ବର୍ଷ ଲାଗି ପୂର୍ବ ଆର୍ଥକ ବର୍ଷର 31 ମାର୍ଚ୍ଚ ସୁଦ୍ଧା ରହିଥିବା ବୁକ୍ ଭେଲ୍ୟୁ ଆଧାରରେ 1,000 କୋଟି ଟଙ୍କା ଲେଖାଏଁ ପୁଞ୍ଜି ବିନିଯୋଗ କରାଯିବ।
ପ୍ରଭାବ:
5000 କାଟି ଟଙ୍କାର ଇକ୍ୟୁଟି ପୁଞ୍ଜି ବିନିଯୋଗ ପରେ 2025 ଆର୍ଥକ ବର୍ଷ ସୁଦ୍ଧା ଆର୍ଥକ ସହାୟତା ପାଉଥିବା ଏମଏସଏମଇଗୁଡ଼ିକ ସଂଖ୍ୟା 76.26 ଲକ୍ଷରୁ ବୃଦ୍ଧି ପାଇ 2028 ଆର୍ଥିକ ବର୍ଷ ଶେଷ ସୁଦ୍ଧା 1 କୋଟି 2 ଲକ୍ଷରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହାର ଅର୍ଥ ହେଉଛି ପାଖାପାଖୂ 25.74 ଲକ୍ଷ ନୂଆ ଏମଏସଏମଇ ହିତାଧୂକାରୀ ସାମିଲ ହୋଇପାରିବେ। ଏମଏସଏମଇ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ମୁତାବକ, 6.90 କୋଟି ଏମଏସଏମଇ ଉଦ୍ୟୋଗ ଦ୍ବାରା 30.16 କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି, ଅର୍ଥାତ୍ ପ୍ରତ୍ୟେକ ଏମଏସଏମଇ ହାରାହାରୀ 4.37 ବ୍ୟକ୍ତିଙ୍କୁ ରୋଜଗାର ଦେଉଛି । ଏହି ହାରକୁ ଧ୍ଯାନରେ ରଖିଲେ, ଆର୍ଥକ ବର୍ଷ 2027-28 ଶେଷ ସୁଦ୍ଧା 25.74 ଲକ୍ଷ ନୂଆ ଏମଏସଏମଇ ଆନୁମାନିକ 1.12 କୋଟି ନିଯୁକ୍ତି ସୃଷ୍ଟି କରିବେ।
ପୃଷ୍ଠଭୂମି
ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ନିର୍ଦ୍ଦେଶିତ ଋଣ ଯୋଗାଣ ଏବଂ ସେହି ପୋର୍ଟଫୋଲିଓରେ ଆଶା କରାଯାଇଥିବା ଅଭିବୃଦ୍ଧି ଉପରେ ଧ୍ଯାନ ଦେଇ, ସିଡବିର ବାଲାନ୍ସ୍ ସିଟରେ ବିପଦ-ଭାରଯୁକ୍ତ ସମ୍ପତ୍ତା ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇବାର ଆଶା କରାଯାଉ ଉଛି। ଏହି ବୃଦ୍ଧି ପାଇଁ ପୁଞ୍ଜିରୁ ବିପଦ-ଭାରଯୁକ୍ତ ସମ୍ପତ୍ତା ଅନୁପାତ (ସିଆରଏଆର)ର ସମାନ ସ୍ତରକୁ ବଜାୟ ରଖୁବା ଲାଗି ଅଧୂକ ପୁଞ୍ଜି ଆବଶ୍ୟକ ହେବ। ଏହା ସହିତ, ଋଣ ପ୍ରବାହ ବୃଦ୍ଧି କରିବା ପାଇଁ ସିଡବି ଦ୍ବାର
ବିକଶିତ ଡିଜିଟାଲ୍ ଏବଂ ଡିଜିଟାଲ୍ ରୂପେ ସକ୍ଷମ, ସମାନ୍ତରାଳ-ମୁକ୍ତ ଋଣ ଉତ୍ପାଦ ଏବଂ ଷ୍ଟାର୍ଟ-ଅପୃକୁ ପ୍ରଦାନ କରାଯାଉଥିବା ଉଦ୍ୟୋଗ ଋଣ ମଧ୍ଯ ବିପଦ-ଭାରଯୁକ୍ତ ସମ୍ପତ୍ତାକୁ ବୃଦ୍ଧି କରିବ। ଫଳରେ ଏକ ସୁସୁ ସିଆରଏଆର ବଜାୟ ରଖୁବା ପାଇଁ ଅଧୂକ ପୁଞ୍ଜି ଆବଶ୍ୟକତା ପଡ଼ିବ।
ନିର୍ଦ୍ଧାରିତ ସ୍ବର ଠାରୁ ଯଥେଷ୍ଟ ଉପରେ ସୁସୁ ସିଆରଏଆରକୁ ବଜାୟ ରଖୁବା କ୍ରେଡିଟ୍ ରେଟିଂର ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅତିରିକୁ ଇକ୍ସିଟି ପୁଞ୍ଜିର ପ୍ରବେଶ ଦ୍ବାରା ଏକ ସୁସୁ ସିଆରଏଆର ବଜାୟ ରଖିବାରେ ସିଡବିକୁ ଲାଭ ମିଳିବ। ଏହି ଅତିରିକୁ ପୁଞ୍ଜି ବିନିଯୋଗ ସିଡବିକୁ ଯୁକ୍ତିସଂଗତ ସୁଧ ହାରରେ ସମ୍ବଳ ସଂଗ୍ରହ କରିବାରେ ସାହାଯ୍ୟ କରିବ, ଯାହାଦ୍ବାରା ପ୍ରତିଯୋଗିତାମୂଳକ ମୂଲ୍ୟରେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଗୁଡ଼ିକୁ ଋଣ ପ୍ରବାହ ବୃଦ୍ଧି ପାଇବ। ପ୍ରସ୍ତାବିତ ପର୍ଯ୍ୟାୟ କ୍ରମିକ ଇକ୍ସିଟି ପୁଞ୍ଜିର ବିନିଯୋଗ ଦ୍ବାରା ସିଡବି ଆଗାମୀ ତିନି ବର୍ଷ ମଧ୍ୟରେ ଉଚ୍ଚ ଚାପ ପରିସ୍ଥିତିରେ ସିଆରଏଆରକୁ 10.50 ପ୍ରତିଶତରୁ ଅଧୂକ ଏବଂ ପିଲାର୍-1 ର୍-1 ଏବଂ ପିଲାର୍-2 ଅଧୀନରେ 14.50 ପ୍ରତିଶତରୁ ଅଧୂକ ହାରରେ ବଜାୟ ରଖୂପାରିବ ରିବ।