ଭିକେ ପାଣ୍ଡିଆନଙ୍କ ଭେନେଜୁଏଲା ଗ୍ରସ୍ତର କାହାଣୀ ହେଲା ଏବେ ଖୁଲାସା...
ଧରାପଡିଲା ବିଜେଡିର ମିଛ ପ୍ରଚାର ।
ଗସ୍ତ ନାମରେ କୋଟି କୋଟି ଟଙ୍କା ଠକେଇ ର ପର୍ଦାପାସ ହେଲା
MEA, Permanent Mission of India to UN ଓ ଗୃହ ମନ୍ତ୍ରଣାଳୟରେ ତଥ୍ୟ ନାହିଁ ।
ପୂର୍ବତନ IAS ଅଧିକାରୀ ତଥା ପୂର୍ବତନ BJD ନେତା ଭି.କେ. ପାଣ୍ଡିଆନଙ୍କ ୨୦୨୬ ମସିହାର ଭେନେଜୁଏଲା ଯାତ୍ରାକୁ ନେଇ ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରୁ ମିଳିଥିବା RTI ଉତ୍ତର ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି ।
ଭି.କେ. ପାଣ୍ଡିଆନଙ୍କ ଭେନେଜୁଏଲା ଯାତ୍ରା ସମ୍ପର୍କରେ ବାସ୍ତବ ରେକର୍ଡ, ତାଙ୍କୁ କିଏ ପଠାଇଥିଲା, କୌଣସି ସରକାରୀ କିମ୍ବା ଅନ୍ତର୍ଜାତୀୟ ସଂସ୍ଥା ତାଙ୍କୁ ଅଧିକୃତ କରିଥିଲା କି ନାହିଁ ଏହି ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ସାମାଜିକ ତଥା ସୂଚନାଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସ ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଏବଂ ସମ୍ପୃକ୍ତ ଭାରତୀୟ ମିଶନ୍ଗୁଡ଼ିକୁ RTI ମାଧ୍ୟମରେ ତଥ୍ୟ ମାଗିଥିଲେ।
MEA South America Divisionର ଉତ୍ତର ୨୩.୦୭.୨୦୨୬ର RTI ଆବେଦନର ଉତ୍ତରରେ Ministry of External Affairs, South America Division ସ୍ପଷ୍ଟ ଭାବେ ଜଣାଇଛି ଯେ: ଭାରତ ସରକାର ଭି.କେ. ପାଣ୍ଡିଆନଙ୍କୁ ଭେନେଜୁଏଲା ଯିବା ପାଇଁ ଅଧିକୃତ, ନାମିତ, deputed କିମ୍ବା assigned କରିଥିବା ସମ୍ପର୍କରେ “No” ବୋଲି ଉତ୍ତର ଦିଆଯାଇଛି ।
ସେହି କାରଣରୁ appointment/nomination/deputation order, approval/sanction order, file noting, ToR ଏବଂ ଭାରତ-ଭେନେଜୁଏଲା ସରକାରୀ correspondence ସମ୍ପର୍କିତ ତଥ୍ୟକୁ “Not Applicable” ବୋଲି କୁହାଯାଇଛି ।
ତାଙ୍କ ଯାତ୍ରା ପାଇଁ ଭାରତ ସରକାରୀ ଅର୍ଥ ବହନ କରିଥିବା ସମ୍ପର୍କରେ ମଧ୍ୟ ଏହି ଶାଖାରେ କୌଣସି ରେକର୍ଡ ଆଧାରିତ ତଥ୍ୟ ଦିଆଯାଇନାହିଁ।
ଅନ୍ୟପଟେ, MEAର UNP Division ମଧ୍ୟ ୨୭.୦୭.୨୦୨୬ର ଉତ୍ତରରେ କହିଛି: “There is no record of the visit with UNP Division.” ଅର୍ଥାତ୍ ଭି.କେ. ପାଣ୍ଡିଆନଙ୍କ ଭେନେଜୁଏଲା ଯାତ୍ରା ସମ୍ପର୍କରେ UNP Divisionର ରେକର୍ଡରେ କୌଣସି ତଥ୍ୟ ନାହିଁ।
Permanent Mission of India to the UN, New Yorkରୁ ମିଳିଥିବା ଉତ୍ତରରେ ମଧ୍ୟ କୁହାଯାଇଛି: “There is no official record available in this Mission.”
ଏହା ମଧ୍ୟ ଏହି ଯାତ୍ରା ସମ୍ପର୍କରେ ସେହି Missionର ଅଧିକୃତ ରେକର୍ଡ ନଥିବାକୁ ଦର୍ଶାଉଛି।
ଗୃହ ମନ୍ତ୍ରଣାଳୟର RTI ଉତ୍ତର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଗୃହ ମନ୍ତ୍ରଣାଳୟର Police-II Divisionରୁ ମିଳିଥିବା RTI ଉତ୍ତରରେ ଆବେଦନକୁ ସମ୍ପୃକ୍ତ ଶାଖାକୁ ପଠାଯାଇଥିବା ଏବଂ ପରବର୍ତ୍ତୀ ଉତ୍ତରରେ ମାଗିଥିବା ସୂଚନା “ଅଧୋହସ୍ତାକ୍ଷରୀଙ୍କ ପାଖରେ ମଜୁଦ ଅଭିଲେଖରେ ଉପଲବ୍ଧ ନାହିଁ” ବୋଲି ଜଣାଇ ଦିଆଯାଇଛି।
ତେବେ ପ୍ରଶ୍ନ ଉଠୁଛି, ପାଣ୍ଡିଆନଙ୍କୁ ଭେନେଜୁଏଲା ପଠାଇଥିଲା କିଏ?
୨୦୨୬ ଜୁଲାଇରେ ପ୍ରକାଶିତ ଖବରଗୁଡ଼ିକରେ ପାଣ୍ଡିଆନ ଭେନେଜୁଏଲା ଯାଇଥିବା, ସେଠାରେ ରାଷ୍ଟ୍ରପତି Delcy Rodríguezଙ୍କୁ ଭେଟିଥିବା ଏବଂ ଓଡ଼ିଶାର disaster-management experience ବିଷୟରେ ଆଲୋଚନା କରିଥିବା ଖବର ପ୍ରକାଶ ପାଇଥିଲା।
ଏହା ସହିତ ଭି.କେ. ପାଣ୍ଡିଆନ ନିଜେ ମଧ୍ୟ ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟରେ ଭେନେଜୁଏଲାରେ ଭୂମିକମ୍ପ ପ୍ରଭାବିତ ଅଞ୍ଚଳ ପରିଦର୍ଶନ ଏବଂ ସେଠାର ରାଷ୍ଟ୍ରପତିଙ୍କ ସହ disaster mitigation ବିଷୟରେ ଆଲୋଚନା କରିଥିବା କଥା ପ୍ରକାଶ ପାଇଥିଲା ।
ଏହା ପରେ ବିଜେଡି ସାଂସଦ ଓ ନେତାମାନେ ପ୍ରଚାର କଲେ: ନବୀନଙ୍କ ବିପର୍ଯ୍ୟୟ ପରିଚାଳନାରେ ଦକ୍ଷତା ପାଣ୍ଡିଆନ ବିଶ୍ବକୁ ଶିଖାଉଛନ୍ତି । ଏବଂ ଜାତିସଂଘ (united nation) ପାଣ୍ଡିଆନଙ୍କୁ ଭେନେଜୁଏଲା ପଠାଇଛନ୍ତି ।
ଏଭଳି ମିଛ ପ୍ରଚାର ପ୍ରସାର କଲେ । ଜାତିସଂଘ (UN) ପାଣ୍ଡିଆନଙ୍କୁ ଭେନେଜୁଏଲା ପାଠାଇନାହାନ୍ତି ।
ଏହି ତଥ୍ୟ ଆସିବା ପରେ ବିଜେଡି ନେତାଙ୍କ ଅସଲ ମୁଖା ଖୋଲି ଯାଇଛି ।
କିଭଳି ବିଜେଡି ଦଳ, ସାଂସଦ, ନେତା, କର୍ମୀ ମିଛ ପ୍ରଚାର କରିଛନ୍ତିି ତାହାର ଖୁଲାସା ହୋଇଛି ।
କିନ୍ତୁ ଏବେ ଭାରତ ସରକାରଙ୍କ ସମ୍ପୃକ୍ତ RTI ଉତ୍ତରଗୁଡ଼ିକ ଏକ ମୂଳ ପ୍ରଶ୍ନକୁ ସାମ୍ନାକୁ ଆଣିଛି, ଯଦି ଏହା ଭାରତ ସରକାର କିମ୍ବା ଜାତିସଂଘର official assignment ନଥିଲା, ତେବେ ଶ୍ରୀ ପାଣ୍ଡିଆନ କେଉଁ ସଂସ୍ଥା, ସରକାର କିମ୍ବା ସଂଗଠନର ଆମନ୍ତ୍ରଣ/ଅଧିକୃତିରେ ଭେନେଜୁଏଲା ଯାଇଥିଲେ?
ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ସାର୍ବଜନୀନ ହେବା ଆବଶ୍ୟକ ।
ଏହା ସହିତ Sri Satya Sai Seva Organisation (India) ଏବଂ Sri Sathya Sai International Organisation (SSSIO) କୁ ମଧ୍ୟ ପ୍ରକାଶ ଚନ୍ଦ୍ର ଦାସ ୧୧.୦୭.୨୦୨୬ରେ voluntary request ମାଧ୍ୟମରେ ତଥ୍ୟ ମାଗିଥିଲେ ।
ପାଣ୍ଡିଆନଙ୍କ ସହ SSSIOର କୌଣସି association, official role, overseas assignment କିମ୍ବା Venezuela/UN ସମ୍ପର୍କିତ କୌଣସି recommendation, nomination, authorisation କିମ୍ବା communication ଥିଲା କି ନାହିଁ ଏ ସମ୍ପର୍କରେ ଛଅଟି ପ୍ରଶ୍ନ ପଚରାଯାଇଥିଲା ।
ଏହି voluntary requestର କୌଣସି ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ ।
ପ୍ରକାଶ ଦାସ ପ୍ରଶ୍ନ କରିଛନ୍ତି
ଉପଲବ୍ଧ RTI ରେକର୍ଡକୁ ଆଧାର କରି ଏବେ ଶ୍ରୀ ଭି.କେ. ପାଣ୍ଡିଆନ ଏବଂ ବିଜେଡି ନେତାମାନେ ସାର୍ବଜନୀନ ଭାବେ ସ୍ପଷ୍ଟ କରିବା ଆବଶ୍ୟକ:
1. ଭି.କେ. ପାଣ୍ଡିଆନଙ୍କୁ ଭେନେଜୁଏଲା କିଏ ଆମନ୍ତ୍ରଣ କରିଥିଲା?
2. ତାଙ୍କ ଯାତ୍ରାର official purpose କ’ଣ ଥିଲା?
3. ତାଙ୍କୁ କେଉଁ ସଂସ୍ଥା କିମ୍ବା ସରକାର officially nominate/authorise କରିଥିଲା?
4. ଯାତ୍ରାର ଖର୍ଚ୍ଚ କିଏ ବହନ କରିଥିଲା?
5. ଭାରତ ସରକାର, ଜାତିସଂଘ କିମ୍ବା କୌଣସି international organisation ସହ ଏହି ଯାତ୍ରାର official linkage ଥିଲା କି?
6. ଯଦି ଥିଲା, ତେବେ ସେହି authorisation/invitation/appointment/communicationର ପ୍ରତିଲିପି ସାର୍ବଜନୀନ କରାଯାଉ ।
ଭେନେଜୁଏଲାର ଭୂମିକମ୍ପ ପରେ ଜାତିସଂଘ ନିଜେ ସେଠାରେ humanitarian assistance ଓ international response coordination କରୁଥିବା ନିଶ୍ଚିତ କରିଥିଲା ।
କିନ୍ତୁ ଭି.କେ. ପାଣ୍ଡିଆନଙ୍କ ଯାତ୍ରାରେ UN ର official role ଥିଲା ବୋଲି ବିଜେଡି ନେତା ଦାବି କରୁଛନ୍ତି, ତେଣୁ ତାହାର ଦଲିଲ ଭିତ୍ତିକ ପ୍ରମାଣ ସାମ୍ନାକୁ ଆସିବା ଉଚିତ ।
ପାଣ୍ଡିଆନ ଓ ବିଜେଡି ଏହାର ତଥ୍ୟ/ସ୍ପଷ୍ଟୀକରଣ ଦିଅନ୍ତୁ । ଏବଂ ଏଭଳି ମିଛ ପ୍ରଚାରରୁ ଖ୍ୟାନ୍ତ ରୁହନ୍ତୁ ।