NEET ପରୀକ୍ଷା ନେଇ ହୋଇଥିବା ପ୍ରଶ୍ନ ପତ୍ର ଲିକ ଘୋଟାଲା ରେ ରାଜ୍ୟ ବ୍ୟାପୀ ପ୍ରତିବାଦ ଓ ଆନ୍ଦୋଳନ...

May 14, 2026 - 14:44
 7
NEET ପରୀକ୍ଷା ନେଇ ହୋଇଥିବା ପ୍ରଶ୍ନ ପତ୍ର ଲିକ ଘୋଟାଲା ରେ ରାଜ୍ୟ ବ୍ୟାପୀ ପ୍ରତିବାଦ ଓ ଆନ୍ଦୋଳନ...

NEET ପରୀକ୍ଷା ନେଇ ହୋଇଥିବା ପ୍ରଶ୍ନ ପତ୍ର ଲିକ ଘୋଟାଲା ରେ ରାଜ୍ୟ ବ୍ୟାପୀ ପ୍ରତିବାଦ ଓ ଆନ୍ଦୋଳନ...

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ରାଜ୍ୟବ୍ୟାପୀ ବିଜୁ ଯୁବ ଛାତ୍ର ଜନତା ଦଳର ପ୍ରତିବାଦ

ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ 

ନିଟ୍ ପରୀକ୍ଷାରେ ହୋଇଥିବା ଦୁର୍ନୀତି ବିରୋଧରେ ଛାତ୍ର-ଯୁବଙ୍କ ଆକ୍ରୋଶ

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଆଜି ସମଗ୍ର ରାଜ୍ୟରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ଆନେ୍ଦାଳନ ହୋଇଛି । 

ଭୁବନେଶ୍ୱର ସ୍ଥିତ ଉକ୍ରଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । 

ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କଟକ ଜିଲ୍ଲା ପକ୍ଷରୁ ଖ୍ରୀଷ୍ଟ ମହାବିଦ୍ୟାଳୟ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ ହୋଇଛି । 

ସେହିପରି ବ୍ରହ୍ମପୁର, ବାରିପଦା, ଅନୁଗୁଳ, ଯାଜପୁର, ବାଲେଶ୍ୱର ଆଦି ଜିଲ୍ଲାରେ ମଧ୍ୟ ବିଜେଡି ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । 

ଏହି ଆନ୍ଦୋଳନରେ ଶତାଧିକ ଛାତ୍ର ଓ ଯୁବ କର୍ମୀମାନେ ଯୋଗଦେଇ କେନ୍ଦ୍ର ସରକାର ବିରୋଧରେ ଜୋରଦାର ନାରାବାଜି କରିଥିଲେ । 

ଆନ୍ଦୋଳନକାରୀ ଯୁବ ଛାତ୍ର ନେତାମାନେ କହିଥିଲେ ଯେ, ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଛି । 

ପୁନଃ ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷାରେ ଅନିୟମିତତା ଘଟଣା କେନ୍ଦ୍ର ସରକାରଙ୍କ ବିଫଳତାକୁ ପଦାରେ ପକାଇଛି । 

ନେତୃବୃନ୍ଦ ଏହି ଘଟଣାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ସହ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । 

ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୈତିକ ଦାୟିତ୍ୱ ନେଇ ତୁରନ୍ତ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ଛାତ୍ରନେତାମାନେ ଦାବି କରିଥିଲେ । 

ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆସ୍ଥା ଫେରାଇ ଆଣିବା ପାଇଁ ପରୀକ୍ଷା ବ୍ୟବସ୍ଥାରେ ତୁରନ୍ତ ସଂଶୋଧନ ଆଣିବାକୁ ମଧ୍ୟ ଦାବି କରାଯାଇଥିଲା । 

କେନ୍ଦ୍ର ସରକାର ଯଦି ଏହି ଘଟଣାରେ କଠୋର ପଦକ୍ଷେପ ନେବାରେ ବିଫଳ ହୁଏ, ତେବେ ଆଗାମୀ ଦିନରେ ଏହି ଆନେ୍ଦାଳନକୁ ଆହୁରି ତୀବ୍ର କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି ।