ବିଧାନସଭା ସମ୍ମୁଖରେ ବିଜେଡିର ଜୋରଦାର ବିକ୍ଷୋଭ...

Sep 23, 2025 - 12:48
 15
ବିଧାନସଭା ସମ୍ମୁଖରେ ବିଜେଡିର ଜୋରଦାର ବିକ୍ଷୋଭ...

ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ  ବିଧାନସଭା ଘେରାଉ କରିଛି ବିଜେଡି  । 

ଲୋୟର ପିଏମଜିରେ ବିଜେଡିର ବରିଷ୍ଠ ନେତା ଓ ପଞ୍ଚାୟତ ପ୍ରତିନିଧି ମାନେ ଏକାଠି ହୋଇ ପ୍ରଥମ ବ୍ୟାରିକେଡ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ଭାଙ୍ଗିବାକୁ ପ୍ରୟାସ କରୁଥିବା ବେଳେ ପୁଲିସ ସେମାନଙ୍କୁ ବାଧାଦେଇଛି ।

ବ୍ୟାରିକେଡ ଭାଙ୍ଗି ବିଧାନସଭା ଆଡକୁ ଅଗ୍ରସର ହେଉଥିବା ବେଳେ ବିଜେଡି କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି । 

କିଛି ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ନେଇଥିବା ସୂଚନା ମିଳିଛି  

ବିକ୍ଷୋଭରେ ସରପଞ୍ଚ, ୱାର୍ଡମେମ୍ବର ଓ ଜିଲ୍ଲା ପରିଷଦ ପ୍ରତିନିଧିମାନେ ସାମିଲ ହୋଇ ବିକ୍ଷୋଭ କରିଛନ୍ତି ।