ଭୀଷ୍ମାଷ୍ଟମୀ ବା ନିର୍ବାଣ ଦଶମୀ ପ୍ରଚ୍ଛଦ ପଟର କାହାଣୀ...

Jan 27, 2026 - 16:51
 14
ଭୀଷ୍ମାଷ୍ଟମୀ  ବା   ନିର୍ବାଣ ଦଶମୀ ପ୍ରଚ୍ଛଦ ପଟର କାହାଣୀ...

ଭୀଷ୍ମାଷ୍ଟମୀ ବା ନିର୍ବାଣ ଦଶମୀ ପ୍ରଚ୍ଛଦ ପଟର କାହାଣୀ...

ଭୀଷ୍ମଙ୍କର ଛୋଟବେଳର ନା ଥିଲା ଦେବବ୍ରତ। 

ସେ ହସ୍ତିନାପୁରର ମହାରାଜା ଶାନ୍ତନୁ ଏବଂ ଦେବୀ ଗଙ୍ଗାଙ୍କର ସନ୍ତାନ ଥିଲେ। ଦେବବ୍ରତଙ୍କ ମାତା ଦେବୀ ଗଙ୍ଗା ତାଙ୍କର ପତି ଶାନ୍ତନୁଙ୍କୁ ଦେଇଥିବା ବଚନ ଅନୁସାରେ ତାଙ୍କର ପୁତ୍ରଙ୍କୁ ନିଜ ସହିତ ନେଇଯାଇଥିଲେ। ଦେବବ୍ରତଙ୍କର ପ୍ରାରମ୍ଭିକ ଶିକ୍ଷା ଏବଂ ଲାଳନ-ପାଳନ ମାତା ଗଙ୍ଗା କରିଥିଲେ। 

ଦେବବ୍ରତଙ୍କ ଶିକ୍ଷା ଶେଷ ହେବାପରେ ମାତା ଗଙ୍ଗା ତାଙ୍କୁ ପିତା ମହାରାଜା ଶାନ୍ତନୁଙ୍କ ନିକଟକୁ ଫେରାଇଦେଇଥିଲେ। କେତେ ବର୍ଷ ପରେ ପିତା-ପୁତ୍ରଙ୍କର ମିଳନ ହୋଇଥିଲା ଏବଂ ମହାରାଜ ଶାନ୍ତନୁ ତାଙ୍କ ପୁତ୍ର ଦେବବ୍ରତଙ୍କୁ ଯୁବରାଜ ଘୋଷଣା କରିଥିଲେ। ହସ୍ତିନାପୁର ରାଜା ଶାନ୍ତନୁଙ୍କୁ ଶିକାର କରିବାର ବହୁତ ପସନ୍ଦ ଥିଲା।

ଭୀଷ୍ମ ଗୋଟେଦିନ ସେ ଶିକାର ଖୋଜି ଖୋଜି ଗଙ୍ଗା ତଟରେ ପହଞ୍ଚିଥିଲେ। 

ସେଠାରୁ ଫେରିବା ସମୟରେ ହରିଦାସ କେବଟଙ୍କ ପୁତ୍ରୀ ‘ମତ୍ସ୍ୟଗନ୍ଧା’ଙ୍କ ସହିତ ତାଙ୍କର ଦେଖାହୋଇଥିଲା ହୋଇଥିଲା। ମତ୍ସ୍ୟଗନ୍ଧା ବହୁତ ସୁନ୍ଦର ଥିଲେ। ଶାନ୍ତନୁ ତାଙ୍କୁ ଦେଖି ମୋହିତ ହୋଇଥିଲେ ଏବଂ ତାଙ୍କୁ ବିବାହ କରିବା ପାଇଁ ତାଙ୍କ ପିତା ହରିଦାସ କେବଟଙ୍କ ପାଖରେ ବିବାହ ପ୍ରସ୍ତାବ ରଖିଥିଲେ। ରାଜାଙ୍କର ଏହି ପ୍ରସ୍ତାବରେ ସେ ଏକ ସର୍ତରେ ସ୍ବିକାର କରିବା ପାଇଁ କହିଥିଲେ। 

ସେ ଶାନ୍ତନୁଙ୍କ ଜ୍ୟେଷ୍ଠ ପୁତ୍ର ଦେବବ୍ରତଙ୍କ ଯାଗାରେ ମତ୍ସ୍ୟଗନ୍ଧାଙ୍କ ଠାରୁ ଜନ୍ମ ହୋଇଥିବା ସନ୍ତାନକୁ ହସ୍ତିନାପୁରର ଉତ୍ତରାଧିକାରୀ କରିବାପାଇଁ ସର୍ତ୍ତ ରଖିଥିଲେ।

ରାଜା ଶାନ୍ତନୁ ହରିଦାସ କେବଟଙ୍କର ଏହି ପ୍ରସ୍ତାବ ଅସ୍ବିକାର କରିଦେଇଥିଲେ। 

କିନ୍ତୁ ସେ ମତ୍ସ୍ୟଗନ୍ଧାଙ୍କୁ ଭୁଲି ପାରିନଥିଲେ। ଦିନ-ରାତି ତାଙ୍କର ଭାବନାରେ ବ୍ୟାକୁଳିତ ହୋଇଥିଲେ। ଏହି ସବୁ ଦେଖିବା ପରେ ଗୋଟେଦିନ ଦେବବ୍ରତ ତାଙ୍କ ପିତାଙ୍କର ବ୍ୟାକୁଳତାର କାରଣ ପଚାରିବାରୁ 

ସେ ଏହି ବିଷୟରେ କହିଥିଲେ। ଏହାପରେ ଦେବବ୍ରତ ନିଜେ କେବଟ ହରିଦାସଙ୍କ ନିକଟକୁ ଯାଇଥିଲେ। 

ସେ ସେଠାରେ ଗଙ୍ଗାଜଳ ହାତରେ ନେଇ ଆଜୀବନ ଅବିବାହିତ ରହିବା ପାଇଁ ପ୍ରତିଜ୍ଞା କରିଥିଲେ।

ଦେବବ୍ରତଙ୍କର ଏହି କଠିନ ପ୍ରତିଜ୍ଞା କାରଣରୁ ତାଙ୍କର ନାମ ଭୀଷ୍ମ ହୋଇଥିଲା। ଶେଷରେ ରାଜା ଶାନ୍ତନୁ ପ୍ରସନ୍ନ ହେବାପରେ ତାଙ୍କୁ ଇଛା ମୃତ୍ୟୁର ବରଦାନ ଦେଇଥିଲେ। 

ମହାଭାରତ ଯୁଦ୍ଧର ସମାପ୍ତିରେ ଯେବେ ସୂର୍ଯ୍ୟଦେବ ଦକ୍ଷିଣାୟାନ ରୁ ଉତ୍ତରାୟାନ ହେବା ସମୟରେ ପିତାମହ ଭୀଷ୍ମ ତାଙ୍କର ଶରୀର ତ୍ୟାଗ କରିଥିଲେ। ଏହି କାରଣରୁ ମାଘ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ନିର୍ବାଣ ଦଶମୀ ରୂପେ ପାଳନ କରାଯାଇଥାଏ।