ଭୁବନେଶ୍ବର avnews24.in ଶନିବାର ଇଣ୍ଡିଆନ ଉଷ୍ଟିଚ୍ୟୁଟ୍ ଏବଂ ଫାନ୍ସା ଇଣ୍ଡିଆ ତରଫରୁ ଜଗମୋହନ ନଗରଠାରେ ନେସନାଲ ହ୍ୟୁମାନ୍ ରାଇଟସ ଡେ ତଫର ସେଫ୍ ଡ୍ରିଙ୍କିଙ୍ଗ ୱାଟର ଦିବସ ପାଳିତ ହୋଇଯାଇଛି।
ଭୁବନେଶ୍ବର avnews24.in ଶନିବାର ଇଣ୍ଡିଆନ ଉଷ୍ଟିଚ୍ୟୁଟ୍ ଏବଂ ଫାନ୍ସା ଇଣ୍ଡିଆ ତରଫରୁ ଜଗମୋହନ ନଗରଠାରେ ନେସନାଲ ହ୍ୟୁମାନ୍ ରାଇଟସ ଡେ ତଫର ସେଫ୍ ଡ୍ରିଙ୍କିଙ୍ଗ ୱାଟର ଦିବସ ପାଳିତ ହୋଇଯାଇଛି। ଏଥିରେ ଆଇଆଇଓ୍ବାଡି ଡାଇରେକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ପୌରହିତରେ ଅନୁଷ୍ଠିତ ଏହି କର୍ମଶାଳାରେ ଶିଶୁ ବିକାଶ ସମିତି ଭୁବନେଶ୍ଵରର ଶାଢି ରଞ୍ଜନ ବେହେରା ରାଜ୍ୟର ଆଇନଗତ କ୍ଷମତା ଓ ଦାୟିତ୍ଵ ବୋଧତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଡାକ୍ତର ଶକ୍ତି ପ୍ରସାଦ ଆଚାର୍ଯ୍ୟ ପରିବେଶବିତ୍ ପାନୀୟ ଜଳର ସମସ୍ୟା ଗୁଣବତାକୁ ନେଇ ସ୍ବାସ୍ଥ୍ୟ ଲିଙ୍ଗଗତ ସମସ୍ୟା ଏବଂ ଜୀବନ ଜୀବିକାକୁ କିପରି ପ୍ରଭାବିତ କରୁଛି, ଅନେକ ତଥ୍ୟ ସମ୍ବଳିତ ବକ୍ତବ୍ୟ
ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୨ଟି ସ୍ବାସ୍ଥ୍ୟସେବୀ ସଂଗଠନ ଅଂଶଗ୍ରହଣ କରିଥିଲେ। ଢ଼େଙ୍କାନାଳର ଆଶୀର୍ବାଦ ସଂଗଠନର ସମ୍ପାଦକ ଅମ୍ବିକା ପ୍ରସାଦ ମିଶ୍ର ସ୍ବାଗତ ଭାଷଣ ସହ କର୍ମଶାଳାକୁ ପରିଚାଳନା କରିଥିଲେ । ନୟାଗଡର ପଲ୍ଲୀ ବିକାଶ ସମିତିର ପ୍ରସନ୍ନ କୁମାର ପଣ୍ଡା ଉପସ୍ଥିତ ସମସ୍ତ ସଂଗଠନର ପ୍ରତିନିଧିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଅପରାହ୍ନ ଅଧିବେଶନରେ ଫାନସା ଇଣ୍ଡିଆ ତରଫରୁ ଗତ ଅକ୍ଟୋବର ମାସର ୩୦ ଓ ୩୧ ତାରିଖରେ ହୋଇଥିବା କର୍ମଶାଳାର ଫଲୋଅପ କାର୍ଯ୍ୟକ୍ରମ ଅନୁଯାୟୀ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ପାଇଁ ଆଞ୍ଚଳିକ କାର୍ଯ୍ୟକ୍ରମ ପନ୍ଥା ନିର୍ଦ୍ଧାରିତ କରାଗଲା। ଏହି ଅଧିବେଶନକୁ ଫାନ୍ସା ଓଡ଼ିର ସଭ୍ୟ ପ୍ରଦୀପ କୁମାର ସାହୁ ପରିଚାଳନା କରିଥିଲେ।