ଭୁବନେଶ୍ବର ଏବଂ କଟକରେ ସରକାର ନାରୀ କ୍ୱାଟର୍ସର ସୁପରିଚାଳନା ବ୍ୟବସ୍ଥାକୁ ଅଧିକ ଉନ୍ନ‌ତ କରିବା ନେଇ ଇ ଇଷ୍ଟେଟ୍ସ ନିର୍ଦ୍ଦେଶକଙ୍କ ଆଲୋଚନା ଓ ପରାମର୍ଶ

Dec 14, 2025 - 08:11
 4
ଭୁବନେଶ୍ବର ଏବଂ କଟକରେ ସରକାର ନାରୀ କ୍ୱାଟର୍ସର ସୁପରିଚାଳନା ବ୍ୟବସ୍ଥାକୁ ଅଧିକ ଉନ୍ନ‌ତ କରିବା ନେଇ ଇ ଇଷ୍ଟେଟ୍ସ ନିର୍ଦ୍ଦେଶକଙ୍କ ଆଲୋଚନା ଓ ପରାମର୍ଶ

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଅଧୀନସ୍ଥ ଖଜଣା ଉପବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ ବିଭାଗର ଇଷ୍ଟେଟ୍ସ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ପୃଷ୍ଟିଙ୍କ ଅଧ୍ଯକ୍ଷତାରେ ରାଜ୍ୟ ସମ୍ମିଳନୀ କକ୍ଷ, ଲୋକସେବା ଭବନ ଠାରେ ଗତକାଲି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ବର ଏବଂ କଟକ ଟକରେ ସରକାରୀ କ୍ୱାଟର୍ସର ସୁପରିଚାଳନା ବିଷୟରେ ବିଶଦ୍ ଆଲୋଚନା କରାଯାଇଥିଲା । ଅନଲାଇନ୍ ବାସଗୃହ ପରିଚାଳନା ପ୍ରଣାଳୀ କ୍ୱାର୍ଟର୍ସ ମ୍ୟାନେଜମେଣ୍ଟ ସିଷ୍ଟମ (କ୍ୟୁ.ଏମ୍.ଏସ୍ ୨.୦) ର କାର୍ଯ୍ୟଦକ୍ଷତାକୁ ଉ ଉନ୍ନ‌ତ କରିବା ପାଇଁ ସିଏମଜିଆଇକୁ ବିଭିନ୍ନ ପରାମର୍ଶ ଦିଆଯାଇଥିଲା । ସରକାରୀ କ୍ୱାର୍ଟର୍ସରେ ଅବସ୍ଥା ନସ୍ଥାନ (ଦଖଲ) ସମୟ ଏବଂ ପରିତ୍ୟାଗକୁ ବାସ୍ତବ ସମୟ ଆଧାରରେ ଅଦ୍ୟତନ କରାଯିବା ପାଇଁ ମଧ୍ଯ ପରାମର୍ଶ ଦିଆଯାଇଥ୍‌ଲା । ଏତଦ୍ ବ୍ୟ ବ୍ୟତୀତ, ସରକାରୀ ବାସଗୃହକୁ ଭଡା ଲଗାଇବାର ଘଟଣା ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଅବଲମ୍ୱନ ପୂର୍ବକ କ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ଯ ଖଜଣା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁ ଅଧିକାରୀମାନେ ଅବସର ପରେ ଅନୁମୋଦିତ ସମୟ ଅତିକ୍ରମ କରି ସରକାରୀ ବାସଗୃହରେ ଅବସ୍ଥାନ ଜାରି ରଖ୍ଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ ଉଚ୍ଛେଦ କାſ କାର୍ଯ୍ୟକ୍ରମ ନିୟମିତ ଭାବରେ ଭାବରେ ଜାରି ରଖିବାକୁ ବୈଠକରେ ନିଷ୍ପଭି ଗ୍ରହଣ କରାଯାଇଥିଲ ଥିଲା I

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ, ଖଜଣା ଅଧିକାରୀ ପ୍ରକାଶ ଚନ୍ଦ୍ର ବେହେରା, ଇଷ୍ଟେଟ୍ସ ଅତିରିକ୍ତ ନିର୍ଦ୍ଦେଶକ ଅଞ୍ଜନ କୁମାର ଦ ଦାସ, ଇଷ୍ଟେଟ୍ସ ଅନୁସଚିବ ନିରଞ୍ଜନ ନ ପାଢ଼ୀ, ପୂର୍ତ ବିଭ ବିଭାଗର ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ବିଭ ବିଭାଗୀୟ ସହକାରୀ ଯନ୍ତ୍ରୀ ଏବଂ ସେଣ୍ଟର ଫର୍ ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ (ସିଏମଜିଆଇ ) ର ଅଧୂକାରୀ । ଏବଂ ଖଜଣା ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ ।