ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି...
୮ ନୂଆଦଲ୍ଲୀ : ପାକସ୍ତାନର ଗୁପ୍ତ ପରମାଣୁ ପରୀକ୍ଷଣ
ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାଞ୍ଚଲ୍ୟକର ଦାବି ସଂପର୍କରେ ପ୍ରଥମ ପ୍ରତିକ୍ରିୟା ରଖୁଛି ଭାରତ । ଭାରତ ବୈଦେଶିକ ମନ୍ତ୍ରଣାଳୟ (MEA) କହିଛି ଯେ ଭାରତ ଟ୍ରମ୍ପଙ୍କ ବିବୃତ୍ତିକୁ ଗୁରୁତ୍ବ ଦେଇଛି। ପାକିସ୍ତାନର ଇତିହାସ ବେଆଇନ ଏବଂ ଗୁପ୍ତ ପରମାଣୁ କାର୍ଯ୍ୟକଳାପରେ ପରିପୂର୍ଣ୍ଣ, ଏବଂ ଭାରତ ଏହି ପ୍ରସଙ୍ଗଗୁଡ଼ିକ ବିଷୟରେ ବିଶ୍ବକୁ ନିରନ୍ଧର ଚେତାବନୀ ଦେଇଆସିଛି।
MEA ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ
ପାକିସ୍ତାନର ଦଶନ୍ଧି ଧରି ଚାଲିଥିବା କାର୍ଯ୍ୟକଳାପର ଇତିହାସ, ଯେପରିକି ଚୋରା ଚାଲାଣ, ରପ୍ତାନି ନିୟନ୍ତ୍ରଣ ଉଲଂଘନ, ଗୁପ୍ତ ସହଯୋଗ, ଅବଦୁଲ କାଦିର ଖାନ (AQ Khan) ନେଟୱାର୍କ ଏବଂ ପରମାଣୁ ପ୍ରସାର, ଏହାର ରେକର୍ଡର ଅଂଶ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ନିରନ୍ଧର ଏହି କାର୍ଯ୍ୟଗୁଡ଼ିକ କ ପ୍ରତି ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଆସିଛି। ଏହି ପରିପ୍ରେକ୍ଷୀରେ, ଭାରତ ଟ୍ରମ୍ପଙ୍କ ବିବୃତ୍ତକୁ ଧ୍ୟାନ ଦେଇଛି।