ଭୂକମ୍ପରେ ଦୋହଲିଲା ପାକିସ୍ତାନ
ଭୂକମ୍ପରେ ଦୋହଲିଲା ପାକିସ୍ତାନ। ତେବେ ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୪.୯ ରହିଛି। ହଠାତ ଭୂକମ୍ପ ଅନୁଭୂତ ହେବା ଫଳରେ ଲୋକମାନେ ଡରି ଯାଇଥିଲେ। ତେବେ ରାତି ପ୍ରାୟ ୧୧ ଟା ସମୟରେ ପାକିସ୍ତାନରେ ଭୂକମ୍ପର ଅନୁଭୂତ ହୋଇଥିଲା। ତେବେ ରାତିରେ ହଠାତ୍ ବିଦ୍ୟୁତ୍ କଟିଯାଇଥିଲା ଏବଂ ଏହାପରେ ପଙ୍ଖା ଏବଂ କବାଟ ହଲିବା ଆରମ୍ଭ ହୋଇଥିଲା। ଯାହାଫଳରେ ଲୋକମାନେ ଭୟଭୀତ ହୋଇପଡିଥିଲେ। ସୂଚନା ମୁତାବକ , ରାତି ପ୍ରାୟ ୧୧ ଟା ସମୟରେ ଭୂକମ୍ପରେ ଥରିଲା ପାକିସ୍ତାନ। ରାତିରେ ହଠାତ୍ ବିଦ୍ୟୁତ୍ କଟିଯାଇଥିଲା ଏବଂ ଏହାପରେ ପଙ୍ଖା ଏବଂ କବାଟ ମଧ୍ୟ ହଲିବା ଆରମ୍ଭ ହୋଇଥିଲା। ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ନିଜ ପିଲାମାନଙ୍କ ସହିତ ଘରୁ ଦୌଡ଼ି ପଳାଇଥିଲେ।
