ମର୍ମନ୍ତୁଦ ସଡକଦୁର୍ଘଟଣା : ୩ ମୃତ

ସିକ୍କିମ : ଗତକାଲି ସିକ୍କିମରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଗୋଟେ କ୍ଷୀର ବୋଝେଇ ଟ୍ୟାଙ୍କର ଭାରସ୍ୟାମ ହରାଇ ୩ଟି କାର ସହିତ ଧକ୍କା କରିଥିଲା । ଯାହାଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଲା । କ୍ଷୀର ବୋଝେଇ ଟ୍ୟାଙ୍କରଟି ବ୍ରେକ ଫେଲ୍ ହୋଇଥିଲା ବୋଲି ସୂଚନା ମିଳିଛି ।ସିକ୍କିମରେ ଦୁର୍ଘଟଣା ଗସ୍ତ ହେଲା ୩ଟି କାର ଓ କ୍ଷୀର ବୋଝେଇ ଟ୍ୟାଙ୍କର । ଯାହାଫଳରେ ୩ ଜଣଙ୍କର ମୃତ୍ୟୁ ହେବାସହିତ ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ମିଳିଛି । ତେବେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ସନ୍ଧ୍ୟା ସମୟରେ ରାସ୍ତା ଉପରେ ଗୋଟେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେହି କାର୍ଯ୍ୟକ୍ରମ ସମୟରେ କ୍ଷୀର ବୋଝେଇ ଟ୍ୟାଙ୍କରଟି ୩ଟି କାରକୁ ଧକ୍କା ଦେଇ କାର୍ଯ୍ୟକ୍ରମ ମଧ୍ୟରେ ପ୍ରବେଶ କରିଥିଲା । ସେଠାରେ ଥିବା ଲୋକମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହେବାସହିତ ୨୦ ଜଣ ଆହତ ହୋଇଥିଲେ । ଆହତଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ମର୍ମନ୍ତୁଦ ସଡକଦୁର୍ଘଟଣା : ୩ ମୃତ