ଭୟଙ୍କର ବିସ୍ଫୋରଣ : ଜଳିଗଲା ୧୦ରୁ ଊର୍ଦ୍ଧ୍ୱ ଗାଡ଼ି

ମୁମ୍ବାଇ : ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ନାଲାସୋପାରା ଅଞ୍ଚଳରେ ରାସ୍ତାରେ ଯାଉଥିବା କେମିକାଲ ବୋଝେଇ ଟ୍ରକ୍ରେ ହଠାତ୍ ହେଲା ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ପ୍ରଭାବ ପ୍ରାୟ ୧ କିମି ଯାଏ ଅନୁଭୂତ ହୋଇଥିଲା। ଏହା ପ୍ରଭାବରେ ଘରର ଝରକା କାଚ ଫାଟି ଯାଇଥିବା ବେଳେ ପାର୍କିଂରେ ଛିଡ଼ା ହୋଇଥିବା ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଗାଡ଼ି ଜଳି ଯାଇଛି। ତେବେ ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ କେମିକାଲ ବୋଝେଇ ଟ୍ରକ୍ ନାଲା ସୁପାରା ଅଞ୍ଚଳ ଅତିକ୍ରମ କରୁଥିଲା। ମାତ୍ର ହଠାତ୍ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ସଙ୍ଗେସଙ୍ଗେ ଏଥିରୁ ନିଆଁ ବ୍ୟାପି ପାଖ ପାର୍କିଂରେ ଥିବା ପ୍ରାୟ ୧୦ଟି ଗାଡ଼ି ଜଳି ଯାଇଛି।

Feb 1, 2024 - 21:14
 1
ଭୟଙ୍କର ବିସ୍ଫୋରଣ : ଜଳିଗଲା ୧୦ରୁ ଊର୍ଦ୍ଧ୍ୱ ଗାଡ଼ି