ମଧୁମତୀ କଲ୍‌ଚରାଲ ଟ୍ରଷ୍ଟର “୪ ର୍ଥ ଅର୍ଘ୍ୟ” ମଧୁରମୂର୍ଚ୍ଚନା

Jun 9, 2026 - 16:56
 7
ମଧୁମତୀ କଲ୍‌ଚରାଲ ଟ୍ରଷ୍ଟର “୪ ର୍ଥ ଅର୍ଘ୍ୟ” ମଧୁରମୂର୍ଚ୍ଚନା

ତା ୦୮.୦୬.୨୦୨୬ ରିଖ, ରବିନ୍ଦ୍ରମଣ୍ଡପ

ଆଜି ଜୁନ ୦୮.୦୬.୨୦୨୬ରିଖ ସଂନ୍ଧ୍ୟାରେ ମଧୁମତୀ କଲ୍‌ଚରାଲ ଟ୍ରଷ୍ଟ ଦ୍ବାରା ଆୟୋଜିତ ଏହାର ଚତୁର୍ଥ ଆର୍ଯ୍ୟ ସୁରୁଜ ମନଛୁଆଁ ଓଡ଼ିଆ ସଙ୍ଗୀତ ଭିଭିକ କାର୍ଯ୍ୟକ୍ରମ ମଧୁର ମୁର୍ଜନା ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ର, (ଉପନିର୍ଦ୍ଦେଶକ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର), ସମ୍ମାନିତ ଅତିଥ୍ ଭାବେ ବିଦୁଷୀ ସଙ୍ଗୀତା ପଣ୍ଡା, ( ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ) ଯୋଗ ଦେଇଥିଲେ । ଧୂରେ ଧୂରେ ବିଲୁପ୍ତ ହୋଇଯାଉଥିବା ଓଡିଆ ମନଛୁଆଁ ସଙ୍ଗୀତ ଗୁଡ଼ିକୁ ପୁଣି ଲୋକଙ୍କ ଭିତରେ ଜାଗ୍ରତ କରାଇବା ସହିତ ଚଳିତ ପିଢ଼ିର କଣ୍ଠଶିଳ୍ପୀ ମାନଙ୍କୁ ଏହି ସଙ୍ଗୀତ ଆଡ଼କୁ ଆକୃଷ୍ଟ କରାଇବା ଅନୁଷ୍ଠାନର ମୂଳ ଲକ୍ଷ୍ୟ ଅଟେ । ଏହି ଅବସରରେ ଓଡ଼ିଆ ସଙ୍ଗୀତ ଅକାଶର ୫ଜଣ ଧୃବତାରା, ଚିରସବୁଜ ଅକ୍ଷୟ ମହାନ୍ତି, ପଦ୍ମଶ୍ରୀ ପଣ୍ଡିତ ପ୍ରଫୁଲ୍ଲ କର। ଅମୃତ କଣ୍ଠ ଚିତ୍ତ ଜେନା ଆଧୁନିକ ଓଡ଼ିଶାର ସାଲବେଗ ସିକନ୍ଦର ଆଲାମ ଏବଂ ଶ୍ରୀ ପ୍ରଣବ ପଟ୍ଟନାୟକଙ୍କ ସମ୍ବନ୍ଧିତ କରାଯିବ। ଏହି କାର୍ଯ୍ୟକ୍ରମର ଆୟୋଜିକା ଶ୍ରୀମତି ବିଜୟଲକ୍ଷ୍ମୀ ପତି, ବେବୀରାଣୀ ସାହୁ ଏବଂ ଅସ୍ମିତା ପାଣିଗ୍ରାହୀ। ଏହି ଅବସରରେ ତ୍ରିମୂର୍ତି ଦିବ୍ୟାଙ୍ଗ ଭଜନ ଅନୁଷ୍ଠାନକୁ ‘‘ଗୋପୀନାଥ ପାତ୍ର ସ୍ମୃତି’’ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଶ୍ରୀ ସୁଶାନ୍ତ ପଣ୍ଡା, ପୁଷ୍ପା, ରୂପସୀ, ରୁଦ୍ରାଣ୍ଠୁ, ବିଦ୍ୟାଧର, ଶଶାଙ୍କ, ପ୍ରଦୀପ୍ତ, ସୁଦୀପ୍ତ, ଆଦ୍ୟାଶା, ସି. ଆର. ନାୟକ ଏବଂ ଚିତ୍ତରଞ୍ଜନ କେବଳ ସମ୍ବନ୍ଧିତ ପ୍ରତିଭା ମାନଙ୍କର ଅବିସ୍ମରଣୀୟ ସଂଙ୍ଗୀତ ସବୁ ଗାନକରି ଦର୍ଶକଙ୍କ ମନମୋହିଥିଲେ। ଏହି କାର୍ଯ୍ୟକ୍ରମକୁ ଗୁଲସନ ମଞ୍ଜ ପରିଚାଳନା କରିଥିଲେ।