ମଧ୍ୟ ପ୍ରାଚ୍ୟ ଯୁଦ୍ଧ ତେଲ ବୃଦ୍ଧିର କାରଣ ହେଲା...

Apr 4, 2026 - 12:43
 10
ମଧ୍ୟ ପ୍ରାଚ୍ୟ ଯୁଦ୍ଧ ତେଲ ବୃଦ୍ଧିର କାରଣ ହେଲା...

ମଧ୍ୟ ପ୍ରାଚ୍ୟ ଯୁଦ୍ଧ ତେଲ ବୃଦ୍ଧିର କାରଣ ହେଲା...

ଭୁବନେଶ୍ବର : ରାଜ୍ୟରେ ବଢ଼ିଛ ଖାଇବା ତେଲର ମୂଲ୍ୟ

। ପାମ୍ ତେଲ ଠାରୁ ଆରମ୍ଭ କରି ସୂର୍ଯ୍ୟମୁଖୀ ତେଲ ଓ ସୋରିଷ ତେଲ ପ୍ରମୁଖର ମୂଲ୍ୟ ବଢ଼ିଛି । ଇଣ୍ଡୋନେସିଆ ସରକାର ଅନୁର୍ଜାତୀୟ ବଜାରରେ ସବୁଠାରୁ ଅଧିକ ପାମ ତେଲ ଉତ୍ପାଦନ କରିଥାଏ । ଏବେ ଇଣ୍ଡୋନେସିଆ ସରକାର ଏକ ନୂଆ ନିୟମ ଆଣିଛନ୍ତି । ଏହି ନିୟମକୁ ବି-୫୦ ବୋଲି କୁହାଯାଉଛି ।

ଏହି ନିୟମ ଅନୁଯାୟୀ ଇଣ୍ଡୋନେସିଆରେ ଯେତିକି ପାମ ତେଲ ଉତ୍ପାଦନ କରାଯିବ ତାହାର ୫୦ ପ୍ରତିଶତ ବାୟୋ ଡିଜେଲ ପାଇଁ ସଞ୍ଚିତ ହେବ । ଏଥିପାଇଁ ପ୍ରାୟ ୫୦

ତେଲ ଉତ୍ପାଦନ କରାଯିବ ତାହାର ୫୦ ପ୍ରତିଶତ ବାୟୋ ଡିଜେଲ ପାଇଁ ସଞ୍ଚିତ ହେବ । ଏଥିପାଇଁ ପ୍ରାୟ ୫୦ ପ୍ରତିଶତ ତେଲ ଯୋଗାଣରେ ବର୍ତ୍ତମାନ ବାଧା ସୃଷ୍ଟି ହୋଇଛି । ଅନୁର୍ଜାତୀୟ ବଜାରରେ ଏହାର ଅଧୂକ ଚାହିଦା ଯୋଗୁଁ ପାମ ତେଲର ମୂଲ୍ୟ ବୃଦ୍ଧି ହେଉଛି । ବର୍ତ୍ତମାନ ଲିଟର ପିଛା ୧୦ ଟଙ୍କା ବଢ଼ିଛି ପାମ ତେଲ । ଖାଲି ସେତିକି ନୁହେଁ ବରଂ ସୂର୍ଯ୍ୟମୁଖୀ ତେଲ ଦର ଲିଟର ପିଛା ୧୫ ଟଙ୍କା ବଢ଼ିଥିବା ବେଳେ ସୋରିଷ ତେଲ ଲିଟର ପିଛା ୫ ଟଙ୍କା ବଢ଼ିଛି । ବିଶ୍ବରେ ଯୁଦ୍ଧ ପରିସ୍ଥିତି ଯୋଗୁ ଯୋଗାଣରେ ଅନେକ ଅସୁବିଧା ହେଉଛି । ଆଗକୁ ସ୍ଥିତି ଏମିତି ରହିଲେ ଖାଇବା ତେଲ ଦର ଆହୁରି ବଢିପାରେ ବୋଲି କହିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ।