ମନରେଗା ଯୋଜନାରେ ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ : ଶ୍ରମିକ ସ୍ଥାନାନ୍ତରଣ ରୋକିବା ପାଇଁ ସ୍ବତନ୍ତ୍ର ସହାୟତା ୨୦୨୮-୨୯ ପର୍ଯ୍ୟନ୍ତ ବୃଦ୍ଧି
ମନରେଗା ଯୋଜନାରେ ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ : ଶ୍ରମିକ ସ୍ଥାନାନ୍ତରଣ ରୋକିବା ପାଇଁ ସ୍ବତନ୍ତ୍ର ସହାୟତା ୨୦୨୮-୨୯ ପର୍ଯ୍ୟନ୍ତ ବୃଦ୍ଧି
୯ଟି ଜିଲ୍ଲାର ୩୦ଟି ବ୍ଲକ୍ରେ ୫.୫୭ ଲକ୍ଷ ପରିବାର ବର୍ଷିତ ରାଜ୍ୟ ସହାୟତାରୁ ଉପକୃତ ହେବେ
ପ୍ରଥମ ୧୦୦ ଦିନ ପାଇଁ ଅତିରିକୁ ଦୈନିକ ମଜୁରୀ ₹୯୮; ବାକି ୨୦୦ ଦିନ ପାଇଁ ମନରେଗା ନିର୍ଦ୍ଧାରିତ ଦୈନିକ ମଜୁରୀ ସହ ଅତିରିକ୍ତ ମଜୁରୀ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦାନ କରାଯିବ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ନେତୃତ୍ୱରେ ତୃଣମୂଳ
ଭୁବନେଶ୍ବର, ୦୧-୧୨-୨୦୨୫
ดิง) ରିବାକୁ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା, ଶ୍ରମିକ ସ୍ଥାନାନୁରଣକୁ ରୋକିବା ଏବଂ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସହ ସ୍ଥାୟୀ ଜୀବିକା ସୁଯୋଗ ସୁନିଶ୍ଚିତ କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନୀତିଗତ ନିଷ୍ପତ୍ତ ଗ୍ରହଣ କରି, ଓଡ଼ିଶା ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଡି ଆଇନ (ଏମଜିଏନଆରଇଜିଏ ଯୋଜନା ଅଧୀନରେ ରାଜ୍ୟର ଅତିରିକୁ ସହାୟତାକୁ ୨୦୨୮-୨୯ ଆର୍ଥକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବ ଅନୁମୋଦନ କରିଛନ୍ତି। ଏହି ବର୍ଷିତ ସହାୟତା ୯ଟି ଜିଲ୍ଲାର ୩୦ଟି ବ୍ଲକ୍ର ୫.୫୭ ଲକ୍ଷ ପରିବାରକୁ ଲାଭ ଦେବ, ଯାହା ସେମାନଙ୍କ ନିଜ ଗାଁ ମଧ୍ୟରେ ନିଶ୍ଚିତ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ଏବଂ ରାଜ୍ୟ ବାହାରକୁ ଶ୍ରମିକଙ୍କ ସ୍ଥାନାନୁରଣ ପ୍ରକ୍ରିୟାକୁ ହ୍ରାସ କରିବ।
ସୂଚନାଯୋଗ୍ୟ ଯେ ଏହି ସ୍ବତନ୍ତ୍ର ସହାୟତା ଲାଗୁ ହେବା ଦ୍ବାରା ଗ୍ରାମୀଣ ପରିବାରଗୁଡ଼ିକ ଏବେ ବାର୍ଷି ୩୦୦ ଦିନ ଦିନର ନିଶ୍ଚିତ ମଜୁରୀ ପାଇବେ। ଏହି ସ୍ବତନ୍ତ୍ର ସହାୟତା 2028-29 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଇଛି । ଏହାଦ୍ବାରା ରାଜ୍ୟ ସରକାର ଉକ୍ତ ବର୍ଷିତ ମଜୁରୀ ପ୍ରଦାନ କରିବେ । ପ୍ରଥମ ୧୦୦ ଦିନ ପାଇଁ, ରାଜ୍ୟ ସରକ Iରକାର ଅଧୂସୂଚିତ ମନରେଗା ମଜୁରୀ ବ୍ୟତୀତ ୯୮ ଅତିରିକୁ ଦୈନିକ ମଜୁରୀ ପ୍ରଦାନ କରିବେ। ଅତିରିକ୍ତ ୨୦୦ ଦିନ କାର୍ଯ୍ୟଦିବସ ପାଇଁ ମନରେଗା ନିର୍ଦ୍ଧାରିତ ଦୈନିକ ମଜୁରୀ ସହ ଅତିରିକୁ ମଜୁରୀ ରା ରାଜ୍ୟ ରକାର ପ୍ରଦାନକରିବେ । ଏହି ପଦକ୍ଷେପ ଶ୍ରମିକ ସ୍ଥାନାନ୍ତରଣକୁ ରୋକିବା ସହ ଜୀବିକା ସୁରକ୍ଷାକୁ ସୁନି ସୁନିଶ୍ଚିତ କରିବ, ଗ୍ରାମୀଣ ଆୟକୁ ସୁଦୃଢ଼ କରିବ ଏବଂ ତୃଣମୂଳ ସ୍ତରରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ ନିତ କରିବ।
ଏହି ପ୍ରମୁଖ ନିଷ୍ପତ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ନେତୃତ୍ବ ଏବଂ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶନ ଏବଂ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ସକ୍ରିୟ ପଦକ୍ଷେପକୁ ପ୍ରତିଫଳିତ କରୁଛି । ସେମାନଙ୍କ ନେତୃତ୍ୱରେ, ରାଜ୍ୟ ସରକାର ଗ୍ରାମୀଣ ଶ୍ରମିକଙ୍କ ଜୀବନକୃ ଉନ୍ନତ କରିବା, ନିଯୁକ୍ତି ସୁରକ୍ଷା ବୃଦ୍ଧି କରିବା ଏବଂ ଗ୍ରାମୀଣ ଓଡ଼ିଶାର ସାମାଜିକ-ଆକ ଗଠନକୁ ସୁଦୃଢ଼ କରିବା ପାଇଁ ନିରନ୍ଧର ସମୟୋଚିତ ଏବଂ ପ୍ରଭାବଶାଳୀ ପଦକ୍ଷେପ ନେଉଛନ୍ତି। ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଓଡ଼ିଶାରୁ ଶ୍ରମିକ ସ୍ଥାନାନ୍ତରଣକୁ ଦୂର କରିବା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି। ସେ ବାରମ୍ବାର ଗୁରୁତ୍ବ ଦେଇଛନ୍ତି ଯେ କୌଣସି ଓଡ଼ିଆ ଶ୍ରମିକଙ୍କୁ ମୌଳିକ ଜୀବିକା ସନ୍ଧାନରେ ନିଜ ଘର ଛାଡିବାର ପ୍ରକ୍ରିୟା କ୍ରିୟା ରାଜ୍ୟ ବିକାଶର ପରିପନ୍ଥୀ । ରାଜ୍ୟର ବିକାଶରେ ରାଜ୍ୟବାସୀ ଓ ଶ୍ରମିକ ଭାଇ ଭଉଣୀ ମାନଙ୍କ ଯୋଗଦାନ ଦାନ ସର୍ବାଧୂକ ରହିବ । ତେଣୁ ଏହି ପଦକ୍ଷେପ ସେହି ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ପ୍ରମୁଖ ମୁଖ ପଦକ୍ଷେପ ସାବ୍ୟସ୍ତ ହେବ । ଏହି ପଦକ୍ଷେପ "ବିକାଶିତ ଭାରତ ପାଇଁ ବିକାଶିତ ଓଡ଼ିଶା" ର ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଏକ ଶକ୍ତିଶାଳୀ ପଦକ୍ଷେପ।
ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ ଲୋକକୈନ୍ଦ୍ରିକ ଶାସନ ଏବଂ ତୃଣମୂଳମୁଖୀ ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହି କାର୍ଯ୍ୟ କରୁଛି । ବିଭାଗ ନିରନ୍ଧର ଭାବରେ ଗୋଷ୍ଠୀଗତ ବିକାଶ ପ୍ରକ୍ରିୟାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛି । ଏହି ପଦକ୍ଷେପ ମଧ୍ଯ ବିକଶିତ ଓଡ଼ିଶାର ସୁଫଳକୁ ଧାଡ଼ିର ଶେଷରେ ଥିବା ବ୍ୟକ୍ତି ନିକଟରେ ପହଞ୍ଚାଇବା ସୁନିଶ୍ଚିତ କରି ପାରିବ ।