ମମତାଙ୍କ FIR ହେଲା ରଦ୍ଦ
କୋଲକତା : ମମତା ବାନାର୍ଜୀଙ୍କ ବିରୋଧରେ
ସୁପ୍ରିମକୋର୍ଟରେ ED । ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ଚାଲିଛି ଶୁଣାଣି । ସୁପ୍ରିମକୋର୍ଟର ଏକ ସ୍ବତନ୍ତ୍ର ବେଞ୍ଚ ଏହି ମାମଲାର ଶୁଣାଣି କରୁଛନ୍ତି । ଜଷ୍ଟିସ୍ ପ୍ରଶାନୁ କୁମାର ମିଶ୍ର ଏବଂଜଷ୍ଟିସ୍ ବିପୁଲ ଏମ୍. ପାଞ୍ଚୋଲି ବେଞ୍ଚରେ ରହିଛନ୍ତି । କୋର୍ଟ ଇଡି ଅଫିସରଙ୍କ ଉପରେ ଦାୟର ହୋଇଥିବା ଏଫଆଇଆର ଉପରେ ଆଗାମୀ ଶୁଣାଣି ଉପରେ ରୋକ୍ ଲଗାଇ ନୋଟିସ ଜାରି କରିଛନ୍ତି । ଅଦାଲତା ସରକାରଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି । ଏହାସହିତ କୋର୍ଟ କହିଛନ୍ତି, ଏଜେନ୍ସୀର ଯାଞ୍ଚ ସମୟରେ ଅନ୍ୟ କେହି ଦଖଲ କରିପାରିବେ ନାହିଁ ।
ED ଅଭିଯୋଗ କରିଛି ଯେ ଏହି ଅଧୂକାରୀମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମିଶି ତଦନୁରେ ବାଧା ସୃଷ୍ଟି କରିଥିଲେ । ପ୍ରମାଣ ଚୋରି କରିବାରେ ସହାୟତା କରିଥିଲେ । ଏହାର ନୂଆ ଆବେଦନରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଏବଂ ଭାରତ ସରକାରଙ୍କ କାର୍ମିକ ଏବଂ ତାଲିମ ବିଭାଗ (DOPT) କୁ ସମ୍ପୂକୁ ଅଧୂକାରୀମାନଙ୍କୁ ନିଲମ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛି ED ।
କୋଲକାତାରେ ଥିବା ଆଇ-ପ୍ୟାକ୍ ଅଫିସରେ ଯାଞ୍ଚ ବେଳେ ମମତା ବାନାର୍ଜୀ ଏଥ୍ରେ ବାଧା ସୃଷ୍ଟି କରିଥିବା ଅଭିଯୋଗ କରିଛି ଇଡି । ସରକାରୀ କାର୍ଯ୍ୟରେ ବାଧା ଦିଆଯାଇଥିବା ଦର୍ଶାଇ କୋର୍ଟଙ୍କ ଦ୍ବାରସୁ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ।-PAC ହେଉଛି ଏକ ରାଜନୈତିକ ରଣନୀତି ପ୍ରସ୍ତୁତ କରୁଥିବା ସଂସ୍ଥା, ଯାହା TMC ର ନିର୍ବାଚନ ରଣନୀତି ଉପରେ କାମ କରିଥାଏ । ଏହି ସଂସ୍ଥାର ଅଫିସରେ କୌଣସି ଆର୍ଥିକ ହେରଫେର ସନ୍ଦେହରେ ଚଢ଼ାଉ କରିବାକୁ ଯାଇଥିଲା ED I