BPTSLର ଦେଢ଼ ଲକ୍ଷ ରୁ ଅଧୂକ ଚାଲିଥିବା ବସ ରାସ୍ତାରୁ ହଟିବ...

Jan 16, 2026 - 11:03
 13
BPTSLର ଦେଢ଼ ଲକ୍ଷ ରୁ ଅଧୂକ ଚାଲିଥିବା ବସ ରାସ୍ତାରୁ ହଟିବ...

ଭୁବନେଶ୍ବର : ସ୍କାର୍ଡିଂ ହେବ ୩୦୦ ପୁରୁଣା ଗାଡ଼ି । ବସ୍

ଜଳିବା ପରେ ପରିବାହନ ବିଭାଗର ଚିନ୍ତା । ଆମ ବସ୍ ସେବା ସମ୍ପର୍କିତ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ । ବୈଠକରେ ସଡ଼କ ସୁରକ୍ଷା, ଯାତ୍ରୀ ଅନୁକୂଳ ଆମ ବସ୍ ସେବା ଓ ଚାଳକଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ଵ ଦିଆଯାଇଛି । ଏଥିରେ ପରିବହନ କମିଶନର ଅମିତାଭ ଠାକୁର, କ୍ରୁଟ୍ ପରିଚାଳନା ଅଧୂକାରୀ ସଞ୍ଜୟ ବିଶ୍ବାଳ, ଡିସିପି, ଟ୍ରାଫିକ ଡ଼ିସିପି ପ୍ରମୁଖ ଉପସ୍ଥିତ ଥିଲେ ‌। ଜାନୁଆରୀ ମାସର ପ୍ରଥମ ଦୁଇ ସପ୍ତାହରେ ଆମ ବସ୍ ଗୁଡ଼ିକର ସ୍ପିଡ୍ ଲିମିଟ୍ ର ଅନୁଧ୍ୟାନ କରାଯାଇଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । କୌଣସି ଆମ ବସ୍ ଏହି ନିୟମ ଭଙ୍ଗ କରିଥ୍‌ବାର ନଜିର୍ ଆସିନାହିଁ। ବସ୍ ଷ୍ଟପରେ ଆମ ବସ୍ ରହଣି ଉପରେ ମଧ୍ୟ ଆଲୋଚନା ହୋଇଛି । ଆମ ବସ୍ ଚାଳକଙ୍କ ଗାଡ଼ି ଚାଳନା ସୁବ୍ୟବସ୍ଥିତ କରିବାକୁ IDTRକୁ ଇ-ବସ୍ ପ୍ରଦାନ କରାଯିବ । ଦୈନିକ ୧୮୦ କିମି ପର୍ଯ୍ୟନ୍ତ ଟ୍ରେନିଂ ସ୍କୁଲ ପରିସର ମଧ୍ୟରେ ଚାଳକ ଟ୍ରେନିଂ ନେଇପାରିବେ। ଏନେଇ ଆବଶ୍ୟକୀୟ ଭିତ୍ତଭୂମି ନିର୍ମାଣ କରାଯିବ ।