'ଡାଲି ଆତ୍ମନିର୍ଭରଶୀଳତା ମିଶନ' ଓ 'ଧନ-ଧାନ୍ୟ କୃଷି ଯୋଜନା'ର ଶୀଘ୍ର କାର୍ଯ୍ୟାନ୍ବୟନ ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶ

Oct 18, 2025 - 09:12
 4
'ଡାଲି ଆତ୍ମନିର୍ଭରଶୀଳତା ମିଶନ' ଓ 'ଧନ-ଧାନ୍ୟ କୃଷି ଯୋଜନା'ର ଶୀଘ୍ର କାର୍ଯ୍ୟାନ୍ବୟନ ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶ

'ପିଏମ୍-ଡିଡିକେୱାଇ'ର ଶୀଘ୍ର କାର୍ଯ୍ୟାନ୍ବୟନ ପାଇଁ ୧୧ ମନ୍ତ୍ରଣାଳୟର ମନ୍ତ୍ରୀମାନଙ୍କ ସହ ବୈଠକ କରିବେ କୃଷିମନ୍ତ୍ରୀ

ନୂଆଦିଲ୍ଲୀ,୧୭.୧୧.୨୦୨୫: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ "ଡାଲି ଆତ୍ମନିର୍ଭରଶୀଳତା ମିଶନ" ଏବଂ "ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା" ସମ୍ପର୍କରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବୈଠକ ସମୟରେ ଶ୍ରୀ ଚୌହାନ ଏହି ଯୋଜନାଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ବୟନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା'ର କାର୍ଯ୍ୟାନ୍ବୟନକୁ ତ୍ବରାନ୍ବିତ କରିବା ପାଇଁ ସେ ଖୁବ୍ ଶୀଘ୍ର ୧୧ଟି ମନ୍ତ୍ରଣାଳୟର ମନ୍ତ୍ରୀମାନଙ୍କ ସହିତ ଏକ ବୈଠକ କରିବେ।

ବୈଠକରେ ଜିଲ୍ଲାସ୍ତରରେ କ୍ଲଷ୍ଟର ଗଠନ କରି 'ଡାଲି ଆତ୍ମନିର୍ଭରଶୀଳତା ମିଶନ'କୁ ଗତିଶୀଳ କରିବା ନିଷ୍ପତ୍ତ ନିଆଯାଇ, ରାଜ୍ୟଗୁଡ଼ିକର ସହଯୋଗ ଲୋଡାଯାଉଛି। ଏହା ବ୍ୟତୀତ, ତୃଣମୂଳ ସ୍ତରରେ ‘ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା'ର ଉତ୍ତମ କାର୍ଯ୍ୟାନ୍ଵୟନ ସୁନିଶ୍ଚିତ କରିବାକୁ ଶ୍ରୀ ଚୌହାନ ଅଧୂକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ଧାର୍ଯ୍ୟ ସମୟରେ ‘ଡାଲି ଆତ୍ମନିର୍ଭରଶୀଳତା ମିଶନ' ଏବଂ 'ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା'ର କାର୍ଯ୍ୟାନ୍ଵୟନ ଚାଷୀମାନଙ୍କୁ ପ୍ରତ୍ୟକ୍ଷଭାବେ ଉପକୃତ କରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା 'ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା'ର ଲକ୍ଷ୍ୟ ହେଉଛି, ଦେଶର ୧୦୦ଟି ଆକାଂକ୍ଷୀ ଜିଲ୍ଲାରେ କୃଷି ବିକାଶ ପାଇଁ ଉଦ୍ଦିଷ୍ଟ ୧୧ଟି ମନ୍ତ୍ରଣାଳୟର ୩୬ଟି ଉପ-ଯୋଜନାକୁ ସମନ୍ବିତ କରିବା। ଏହି ପରିପ୍ରେକ୍ଷୀରେ ଶ୍ରୀଚୌହାନ ଦେଶର ଚାଷୀମାନେ *ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା'ର ସର୍ବାଧୂକ ଲାଭ ପାଇପାରିବେ ତାହା ନିଶ୍ଚିତ କରିବା ପାଇଁ ୧୧ଟି ମନ୍ତ୍ରଣାଳୟର ମନ୍ତ୍ରୀ ଓ ସଚିବ ଏବଂ ନୀତି ଆୟୋଗର ଅଧୂକାରୀମାନଙ୍କ ସହିତ ଶୀଘ୍ର ଏକ ବୈଠକ ଡାକିବାକୁ ଅଧୂକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କେନ୍ଦ୍ର କୃଷିମନ୍ତ୍ରୀ ଡାଲି ଆତ୍ମନିର୍ଭରଶୀଳତା ମିଶନ ସହିତ ଜଡିତ ରାଜ୍ୟଗୁଡ଼ିକର ଶୀର୍ଷ ଅଧୂକାରୀମାନଙ୍କ ସହିତ ଏକ ବୈଠକ କରିବାକୁ ଅଧୂକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଯାହା ଦ୍ବାରା ଠିକ ସମୟରେ ଏହାର କାର୍ଯ୍ୟାନ୍ଵୟନ ସୁନିଶ୍ଚିତ ହୋଇପାରିବ। ଅକ୍ଟୋବର ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଦିଲ୍ଲୀର ପୁସାରେ ଆୟୋଜିତ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ‘ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା' ଏବଂ 'ଡାଲି ଆତ୍ମନିର୍ଭରଶୀଳତା ମିଶନ'ର ଶୁଭାରମ୍ଭ କରିଥିଲେ।

ଏହା ପୂର୍ବରୁ ଗତ ଜୁଲାଇ ୧୬, ୨୦୨୫ରେ କେନ୍ଦ୍ର କ୍ୟାବିନେଟ 'ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା'କୁ ଅନୁମୋଦନ କରିଥିଲେ। ଏହି ଯୋଜନାଗୁଡ଼ିକ ୨୦୨୫-୨୬ ଆର୍ଥକ ବର୍ଷରୁ ଆରମ୍ଭ କରି ଛଅ ବର୍ଷ ପାଇଁ କାର୍ଯ୍ୟକାରୀ ହେବ, ଯାହାର ବାର୍ଷିକ ବ୍ୟୟ ବରାଦ ୨୪,୦୦୦ କୋଟି ଟଙ୍କା ରଖାଯାଇଛି । ସେହିପରି ‘ଡାଲି ଆତ୍ମନିର୍ଭରଶୀଳତା ମିଶନ' ୬ ବର୍ଷରେ କାର୍ଯ୍ୟକାରୀ ହେବ ଓ ଏଥିପାଇଁ ୧୧,୪୪୦ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି । ଏହି ମିଶନ ମାଧ୍ୟମରେ ୨୦୩୦-୩୧ ସୁଦ୍ଧା ଡାଲି ଚାଷ କ୍ଷେତ୍ରକୁ ୨୭୫ ଲକ୍ଷ ହେକ୍ଟରରୁ ୩୧୦ ଲକ୍ଷ ହେକ୍ଟରକୁ ବୃଦ୍ଧି କରିବା, ଉତ୍ପାଦନ ୨୪.୨ ନିୟୁତ ଟନରୁ ୩୫ ନିୟୁତ ଟନକୁ ବୃଦ୍ଧି କରିବା ଏବଂ ଉତ୍ପାଦକତା ହେକ୍ଟର ପିଛା ୧୧୩୦ କିଲୋଗ୍ରାମକୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ଉତ୍ପାଦନ ବୃଦ୍ଧି ସହିତ ଏହି ମିଶନ ଦ୍ବାରା ବିପୁଳ ସଂଖ୍ୟକ ନିଯୁକ୍ତି ସୃଷ୍ଟି ହେବ ।