ମହୁଆ ଙ୍କ ନାମରେ ହେବ ଚାର୍ଜ ସିଟ...
ମହୁଆ ଙ୍କ ନାମରେ ହେବ ଚାର୍ଜ ସିଟ...
ନୂଆଦିଲ୍ଲୀ: ବଢ଼ିଲା ମହୁଆ ମୋଇତ୍ରଙ୍କ ଅଡୁଆ । 'କ୍ୟାସ୍-ଫର୍-କ୍ଵେରୀ ମାମଲାରେ ଟିଏମ୍ ସି ସାଂସଦଙ୍କ ବିରୋଧରେ ହେବ ଚାର୍ଜସିଟ ଦାଖଲ । ଚାର୍ଜସିଟ୍ ଦାଖଲ ପାଇଁ ସିବିଆଇକୁ ଅନୁମତି ଦେଲେ ଲୋକପାଳ। ମହୁଆଙ୍କ ସହ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯିବ । ଚାରି ସପ୍ତାହ ମଧ୍ୟରେ designated କୋର୍ଟରେ ଏହି ଚାର୍ଜସିଟ ଦାଖଲ କରିବ ସିବିଆଇ । ଏହା ସହ ଏହାର ଏକ କପି ଲୋକପାଳଙ୍କୁ ସେୟାର କରିବ ତଦନୁକାରୀ ସଂସ୍ଥା । ମହୂଆଙ୍କ ବିରୋଧରେ ୨୦୨୩ରେ ବିଜେପି ସାଂସଦ ନିଶିକାନ୍ତ ଦୁବେ କ୍ୟାସ୍ ଫର କ୍ୱାଇରୀ ଅଭିଯୋଗ ଆଣିଥିଲେ । କହିଥିଲେ, ଗୌତମ ଆଦାନୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲକ୍ଷ୍ୟ କରି ୫୮ଟି ସଂସଦୀୟ ପ୍ରଶ୍ନ ପଚାରିବା ପାଇଁ ହିରାନନ୍ଦାନୀଙ୍କଠାରୁ ୨ କୋଟି ଟଙ୍କା ନଗଦ, ଦାମୀ ଉପହାର ଏବଂ ଅନୁଗ୍ରହ ଗ୍ରହଣ କରିଥିଲେ ମହୁଆ ।
ଏହାର ପ୍ରମାଣ ସ୍ଵରୂପ ହିରାନନ୍ଦାନୀଙ୍କ affidavit ଦେଇଥିଲେ ନିଶିକାନ୍ତି । ଯେଉଁଥ୍ରେ ସେ ସ୍ବୀକାର କରିଥିଲେ, ମୋଇତ୍ରାଙ୍କ ଲୋକସଭା ଲଗଇନ୍ ବ୍ୟବହାର କରି ଦୁବାଇ ଏବଂ ଅନ୍ୟାନ୍ୟ ସ୍ଥାନରୁ ପ୍ରଶ୍ନ ଅପଲୋଡ୍ କରିଥିଲେ । ଏବଂ ତାଙ୍କ ବଙ୍ଗଳା ମରାମତି ଏବଂ ଯାତ୍ରା ପାଇଁ ଆର୍ଥକ ସହାୟତା କରିଥିଲେ।