ଗୋଆରେ ଦୃଢ଼ ବିଶ୍ବସ୍ତରୀୟ ସହ-ପ୍ରଯୋଜନା ବଜାର ଉପସ୍ଥାପନ କରିବ ୱେଭୃ ଫିଲ୍ମ ବଜାର
ଅନ୍ତର୍ଜା ର୍ନ୍ତର୍ଜାତୀୟ ଆର୍ଥକ ସହାୟତା ଏବଂ ମହୋତ୍ସବ ପ୍ରସାରଣ ପାଇଁ 22ଟି ଫିଚର ପ୍ରକଳ୍ପ ଏବଂ ପାଞ୍ଚଟି ପ୍ରାମାଣିକ ଚଳଚ୍ଚିତ୍ର ତାଲିକାଭୁକ୍ତ ହୋଇଛି
ଭାରତର ପ୍ରମ୍ଭ ପ୍ରମୁଖ ଚଳଚ୍ଚିତ୍ର ବଜାର ରୂପେ ପରିଚିତ ‘ୱେଲ୍ସ ଫିଲ୍ମ ବଜାର'ର ଉନବିଂଶତମ ସଂସ୍କରଣ 56ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଅବସରରେ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବରୁ ଏହା ଫିଲ୍ମ ବଜାର ଭାବରେ ପରିଚିତ ଥିବା ବେଳେ ବର୍ତ୍ତମାନ ଏହାର ନାମ ପରିବର୍ତ୍ତନ କରାଯାଇଛି । ଅନ୍ତର୍ଜାତୀୟ ଆର୍ଥିକ ସହାୟତା ଏବଂ ମହୋତ୍ସବ ପ୍ରସାରଣ ଲାଗି ସଂକ୍ଷିପ୍ତ ତାଲିକାଭୁକ୍ତି କ୍ୟୁରେଟେଡ୍ ପ୍ରକଳ୍ପଗୁଡ଼ିକ ସମେତ ଫିଚର ଏବଂ ପ୍ରମାଣିକ ଚଳଚ୍ଚିତ୍ର ପାଇଁ ଏକ ଦୃଢ଼ ସହ-ପ୍ରଯୋଜନା ସୁଯୋଗ ନେଇ ଏହି ବଜାର ପୁଣିଥରେ ଆ ୟୋଜନ କରାଯିବ। 56ତମ ଅନୁର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଅବସରରେ ୱେଲ୍ସ ଫିଲ୍ମ ବଜାର 20 ରୁ 24 ନଭେମ୍ବର 2025 ପର୍ଯ୍ୟନ୍ତ ଗୋଆର ମାରିଅଟ୍ ରିସର୍ଟରେ ଅନୁଷ୍ଠିତ ହେବ।
ଆଗାମୀ ଉନବିଂଶତମ ସଂସ୍କରଣରେ, ୱେଲ୍ସ ଫିଲ୍ମ ବଜାର 22ଟି ଫିଚର ପ୍ରକଳ୍ପ ଉପସ୍ଥାପନ କରିବ ଏବଂ ଏଥିରେ ବିଶ୍ବବ୍ୟାପୀ କାହାଣୀ ସ୍ଥାନ ପାଇବ । ସହ-ପ୍ରଯୋଜନା ବଜାର ରେ ଭାରତ, ଫ୍ରାନ୍ସ, ବ୍ରିଟେନ, କାନାଡା, ଆମେରିକା, ରୁଷ, ଫିଲିପାଇନ୍ସ ଏବଂ ସିଙ୍ଗାପୁରର ପ୍ରକଳ୍ପଗୁଡ଼ିକର ଏକ ଆକର୍ଷଣୀୟ ସମ୍ଭାର ରହିଛି। ଏହି ବିବିଧ ଚଳଚ୍ଚିତ୍ରଗୁଡ଼ିକରେ ହିନ୍ଦୀ, ଊର୍ଦୁ, ବଙ୍ଗଳା, ମଣିପୁରୀ, ତାଙ୍ଗଖୁଲ, ନେପାଳୀ, ମାଲାୟଲମ, ହରିୟାଣୀ, ଇଂରାଜୀ, ଗୁଜରାଟୀ, ଲଦାଖୀ, କୋଙ୍କଣୀ, କନ୍ନଡ, ମରାଠୀ, ପଞ୍ଜାବୀ, କାଶ୍ମୀରୀ, ରୁଷୀୟ, ସଂ ସଂସ୍କୃତ ଏବଂ ଓଡ଼ିଆ ଭଳି ଭାଷାରେ ଚଳଚ୍ଚିତ୍ର କାହାଣୀ ଅନୁର୍ଭୁକ୍ତ। ଓପନ୍ ପିଚ୍ ଅଧୂବେଶ ସମୟରେ ମନୋନିତ ଫିଲ୍ମ ନିର୍ମାତାମାନେ ସେମାନଙ୍କର ପ୍ରକଳ୍ପଗୁଡ଼ିକୁ ଅନୁର୍ଜାତୀୟ ଏ ଭାରତୀୟ ପ୍ରଯୋଜକ, ବିତରକ, ମହୋତ୍ସବ ପ୍ରୋଗ୍ରାମର, ଫାଇନାନ୍ସର ଏବଂ ବିକ୍ରୟ ଏଜେଣ୍ଟଙ୍କ ନିକଟରେ ପିଚ୍ କରିବାର ସୁଯୋଗ ପାଇବେ। ବଶନ
ଏହା ସହିତ, ଏହି ସଂସ୍କରଣରେ ସହ-ପ୍ରଯୋଜନା ବଜାର ପ୍ରକଳ୍ପଗୁଡ଼ିକରେ 5ଟି ପ୍ରମାଣିକ ବା ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ ରହିବ। ପାଞ୍ଚଟି ଉଲ୍ଲେଖନୀୟ ଡକ୍ୟୁମେଣ୍ଟାରୀ ପ୍ରକଳ୍ପ କଳା ସଙ୍ଗୀତ ଏବଂ ସଂସ୍କୃତି, ପରିବେଶ, ଦୀର୍ଘସ୍ଥାୟିତ୍ଵ, ଶିକ୍ଷା, ମହିଳା ଆନ୍ଦୋଳନ, ଲିଙ୍ଗଗତ ପ୍ରସଙ୍ଗ, ମାନବ ବିଜ୍ଞାନ ଏବଂ ଅନ୍ୟାନ୍ୟ ସମେତ ବିଭିନ୍ନ ଧାରା ଉପରେ ଆଧାରିତ।
ଚଳିତ ବର୍ଷର ସହ-ପ୍ରଯୋଜନା ବଜାର ଲାଇନଅପରେ ଉଦୀୟମାନ ସ୍ବର ଏବଂ ଅଭିଜ୍ଞ ପେସାଦାର ମଧ୍ୟରେ ଏକ ଚିନ୍ହନଶୀଳ ସନ୍ତୁଳନ ଉପସ୍ଥାପନ କରାଯାଇଛି । ଏମାନଙ୍କ ମଧ୍ୟରେ କିରଣ ରାଓ, ବିକ୍ରମାଦିତ୍ୟ ମୋଟୱାନି, ଶକୁନ ବାତ୍ରା, ଦେବାଶିଷ ମଖୂଜା, ଇରା ଦୁବେ, ସରିତା ପାଟିଲ, ଶୌନକ ସେନ ଏବଂ ବାଙ୍ଗା ପୁରସ୍କାର ବିଜେତା ନିର୍ଦ୍ଦେଶକ ବେନ୍ କ୍ରିଚଟନଙ୍କ ଭଳି ପ୍ରଶଂସିତ ଚଳଚ୍ଚିତ୍ର ନିର୍ମାତା ଏବଂ ସ୍ରଷ୍ଟାମାନେ ସାମିଲ ଅଛନ୍ତି।
ୱେଲ୍ସ ଫିଲ୍ମ ବଜାର ମଧ୍ୟ ଏସିଆ ଟିଭି ଫୋରମ୍ ଏବଂ ମାର୍କେଟ୍ (ଏଟିଏଫ) ସହିତ ଏହାର ସହଭାଗୀତା ଘୋଷଣା କରିଛି। ସହ-ପ୍ରଯୋଜନା ବଜାରର ସ୍ଥାପିତ ପ୍ରକଳ୍ପରେ କ୍ରସ୍-ଏକ୍ସଚେଞ୍ଜ ଇନିସିଏଟିଭର ଅଂଶ ଭାବରେ ‘ଗ୍ଲୋରିଆ' ଶୀର୍ଷକ ଏକ ପ୍ରକଳ୍ପ ଅନୁର୍ଭୁକ୍ତ ହେବ। ଏନଏଫଡିସିର ବଛା ବଛା ପ୍ରକଳ୍ପ ଅଧୀନରେ ସହ- ପ୍ରଯୋଜନା ବଜାର ଫିଚରର ଅଂଶ ଭାବରେ ତିନୋଟି ପ୍ରକଳ୍ପ ଅନ୍ତର୍ଭୁକ୍ତ କରାଯିବ। ଏହି ବିଭାଗରେ ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକ ହେଉଛି ‘ଲଜ୍ଜିତ', ‘ସ୍ମାଶ୍' ଏବଂ ‘ଟାଇଗର୍ ଇନ୍ ଦି ଲାୟନ୍ ଡେନ୍'।