ମା ଅମ୍ବିକା ବୋନ ଫାକ୍ସଚର ର ମୁଖ୍ୟ ସମ୍ଭର୍ଦ୍ଧିତ...
ଓଡ଼ିଶାର ପ୍ରସିଦ୍ଧ କବିରାଜ ତଥା ଭୁବନେଶ୍ୱର ଷ୍ଟେସନ ବଜାର ସ୍ଥିତ ମା ଅମ୍ବିକା ବୋନ ଫାକ୍ଚର ମୁଖ୍ୟ ଚିକତ୍ସକ ଯଶସ୍ଵୀ ପୁରୁଷ ଶ୍ରୀ ଶରତ ଚନ୍ଦ୍ର ପଟ୍ଟନାୟକ ଙ୍କୁ ସମାଜ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ସତ୍ୟଂ ଶିବମ୍ ସୁନ୍ଦରମ୍ ସେବା ସମିତି ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ସତ୍ୟମ୍ ଶିବମ ସୁନ୍ଦରମ୍ ସମ୍ମାନରେ ସମ୍ମାନିତ କରାଯାଇ ଉତ୍ତରୀୟ ,ପୁଷ୍ପଗୁଚ୍ଛ, ସତ୍ୟମ୍ ସୁନ୍ଦରମ୍ ପତ୍ରିକା ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି।
ଏହି ଅବସରରେ କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ସଭାପତି, ଓଁ କାର ନାଥ ମିଶନ ଭୁବନେଶ୍ୱର ଅଧ୍ୟକ୍ଷ ତଥା ପତ୍ରିକା ଏଡ଼ିଟର ବିଶିଷ୍ଟ ସ୍ତମ୍ଭକାର ଓ ସାହିତ୍ୟିକ ଇଂଜିନିୟର ଜିତେନ କୁମାର ରାଉତରାୟ, ଉପଦେଷ୍ଠା ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡକ୍ଟର ଯୁଧିଷ୍ଠିର ଖଟୁଆ, ବିଶିଷ୍ଟ ସମାଜସେବୀ,କବି, ସାହିତ୍ୟିକ ପତ୍ରିକା ପ୍ରକାଶନ ର ଉପଦେଷ୍ଟା ଶ୍ରୀ ରବୀନ୍ଦ୍ର ନାଥ ରାଉତରାୟ,ପରିଚାଲନା ସମ୍ପାଦକ ତଥା ବିଜୁପଟ୍ଟନାୟକ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର କାର୍ତ୍ତିକ ଚନ୍ଦ୍ର ପୃଷ୍ଟି, ଓ ବିଶିଷ୍ଟ ସମାଜସେବୀ ତଥା ପତ୍ରିକା ପ୍ରକାଶନ ର ଯୁଗ୍ମ ସମ୍ପାଦକ ଶ୍ରୀ ଜୟକୃଷ୍ଣ ମଲିଆ , ପତ୍ରିକାର ଆଇନ ପରାମର୍ଶଦାତା ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ସରୋଜ ମିଶ୍ର, ଶ୍ୟାମା ଶଙ୍କର ମଠର ମଠାଧୀଶ ଶ୍ରୀ ଅରୁଣ କୁମାର ଗାଙ୍ଗୁଲୀ ସମାଜସେବୀ ଶ୍ରୀ ରବି ଦାସ ଓ କବୟିତ୍ରୀ ଲବଙ୍ଗ ଲତା ରାଉତ ପ୍ରମୁଖ ଶ୍ରୀ ପଟ୍ଟନାୟକ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି