ମାଟ୍ରିକ ପରୀକ୍ଷାରେ ମାଲକାନଗିରି ଜିଲ୍ଲାରେ ଟପର ହେଲେ ଦୁଇ ଜାଆଁଳ ଭାଇ .
ମାଟ୍ରିକ ପରୀକ୍ଷାରେ ମାଲକାନଗିରି ଜିଲ୍ଲାରେ ଟପର ହେଲେ ଦୁଇ ଜାଆଁଳ ଭାଇ
ମାଲକାନଗିରି ତା ୨ ୦୪ ୨୦୨୫
ମାଲକାନଗିରି ଜିଲ୍ଲାରେ ଟପର ହେଲେ ଦୁଇ ଜାଆଁଳ ଭାଇ ଡାନିଆଲ୍ ଲେଙ୍କା ଓ ଡମ୍ବରୁ ଲେଙ୍କା । ଏମ.ଭି.୭୯ ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଏହି ଦୁଇ ଭାଇ ମାଟ୍ରିକ ପରୀକ୍ଷାରେ ୫୬୦ ନମ୍ବର ହାସଲ କରି ୯୩ ପ୍ରତିଶତ ମାର୍କ ରଖି A1 ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହେବା ସହ ମାଲକାନଗିରି ଜିଲ୍ଲାରେ ଟପର ହୋଇଛନ୍ତି । ବାପା ମାଲକାନଗିରି ଜିଲ୍ଲାର ଏମ.ଭି.୬୦ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହୋଇଥିବା ବେଳେ ମାଆ ଜଣେ ସାଧାରଣ ଗୃହଣୀ । କଠିନ ପରିଶ୍ରମ ଯୋଗୁଁ ଏହି ଦୁଇ ଜାଆଁଳ ଭାଇ ସଫଳତା ହାସଲ କରିଥିବା ନେଇ ସୁଚନା ଦେଇଛନ୍ତି ।ସେହିଭଳି ସମଗ୍ର ଜିଲ୍ଲା ରେ ମୋଟ ୧୨ ଜଣ A1 ହୋଇଥିବା ସୂଚନା ମିଳିଛି ଏମ୍ଭି -୭ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ୪ ଜଣ ସୁଭଜିତ ବାଚାର ୫୫୧ , ଜୟ ମିସ୍ତ୍ରୀ ୫୪୦, ଆକାଶ ମୁର୍ମୁ ୫୫୧, ବାସୁଦେବ ମହୁରୀ ୫୪୬ ନମ୍ବର ରଖିଥିବା ବେଳେ ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୫ ଜଣ A1 ହେଲେ କ୍ରିଷ୍ଣା ଶ୍ରୀୟା ସ୍ୱାଇଁ ୫୫୮, ପ୍ରାଚୀ ଦାସ ୫୪୯, ଅନ୍ୱେସା ବିଶ୍ୱାଳ ୫୪୬, ସ୍ମୃତି ରେଖା ପ୍ରଧାନ ୫୪୬, ନିତେଶ ପାଙ୍ଗି ୫୪୦ନମ୍ବର ରଖିଛନ୍ତି । ଏଥିସହିତ ସରକାରୀ ଉଚ୍ଚ ବିଦ୍ୟାଳୟ ବାଲିମେଳା ରୁ ଜଣେ ପ୍ରେରଣା ପାଢ଼ୀ ୫୪୩ ନମ୍ବର ରଖିଛନ୍ତି । ଏହି ୧୨ ଜଣଙ୍କୁ ଜିଲା ସାରା ସୁବେଛା ଆସିବା ସହିତ ଛାତ୍ର ଛାତ୍ରୀ ଙ୍କ ଉଜ୍ଜଳ ଭବିଷ୍ୟତ ର ସୁଭମନାସି ଥିବାର ଦେଖିବାକୁ ମିଳିଛି ।ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର