ପଦାରେ ପଡିଲା ମ୍ୟାଡ଼ାମ ୪୨୦ଙ୍କ କେଳେଙ୍କାରୀ .

Jul 15, 2025 - 19:32
 18
 ପଦାରେ ପଡିଲା ମ୍ୟାଡ଼ାମ ୪୨୦ଙ୍କ କେଳେଙ୍କାରୀ .



ଖାଲି ନାଁ କୁ ନାରୀନେତ୍ରୀ. ହେଲେ କାମ କୌଣସି ବଡ ଚୋର ଠାରୁ କାମ ନୁହେଁ. ଖାଲି ଦୁନିଆକୁ ସମାଜସେବି ଦେଖାଇ ହେଉଥିଲେ. ହେଲେ ଭିତରେ ଭିତରେ ଲୋକଙ୍କୁ ଲୁଟୁଥିଲେ. ପୁରା ପ୍ଲାନିଂ କରି ଟାଗେର୍ଟ କରୁଥିଲେ ଆଉ ଗ୍ୟାଙ୍ଗ ବନାଇ ଲକ୍ଷ ଲକ୍ଷ ଟଙ୍କା ଗିଳି ଯାଉଥିଲେ. ଆଉ ଏଥିରେ ତାଙ୍କର ସାଥ ଦେଉଥିଲେ ତାଙ୍କ ସ୍ୱାମୀ ବସନ୍ତ ସିଂ. ଉଭୟ ମିଶି ଚାକିରୀ ଦେବା ଆଳରେ ଲୋକଙ୍କୁ ଚୁନା ଲଗାଉଥିଲେ.ହେଲେ କୁହନ୍ତି ନା ଚୋର ଘର ସବୁଦିନ ଅନ୍ଧାର ନୁହେଁ.  ଆଉ ଶେଷରେ ସେଇୟା ହିଁ ହେଲା . ଠକେଇ ଅଭିଯୋଗରେ ବନ୍ଧା ହେଲେ  ନାରୀନେତ୍ରୀ ଶୁଭଲକ୍ଷ୍ମୀ ରାଉତ. ବ୍ରହ୍ମପୁର ସଦର ଥାନା ପୋଲିସ ଭୁବନେଶ୍ୱରରୁ ତାଙ୍କୁ ଗିରଫ କରିଛି. ଏବେ ଜେଲରେ ରହି ଦିନ କାଟୁଛନ୍ତି ମାଡାମ ୪୨୦. ରେଳବାଇରେ ଚାକିରୀ କରାଇ ଦେବା ଆଳରେ ଏକାଧିକ ଅଶାୟୀଙ୍କ ଠାରୁ ଲକ୍ଷେ କି ୨ ଲକ୍ଷ ନୁହେଁ, ଏକାବେଳେ ୬୨ ଲକ୍ଷ  ୫୦ ହଜାର ଟଙ୍କା ହଡପ କରି ନେଇଥିଲେ ମାଡାମ. ପୂର୍ବରୁ ଏହି ମାମଲାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଏ. ବିଘ୍ନେଶ୍ୱର ରାଓ ଦୋରା  ଗିରଫ ହୋଇସାରିଥିବା ବେଳେ ଶୁଭଲକ୍ଷ୍ମୀଙ୍କ ସ୍ୱାମୀ ସମରଜିତ ରାଉତ ଏବେ ଫେରାର ହୋଇଯାଇଛି. ୨୦୨୩ ରେ ହୋଇଥିଲା ଏହି କେଳେଙ୍କାରୀ.  ପାଟକୁରା ଥାନା ଅନ୍ତର୍ଗତ କଂସାମାରି ଗ୍ରାମର ଏସ କୃଷ୍ଣଚନ୍ଦ୍ର ଦୋରା ଏବଂ ତାଙ୍କର କିଛି ବନ୍ଧୁ ଚାକିରୀ  ସନ୍ଧାନରେ ଥିଲେ. ଆଉ ଏହି ସମୟରେ ଏ. ବିଘ୍ନେଶ୍ୱର ରାଓ ଦୋରା ତାଙ୍କୁ ରେଳବାଇରେ ଚାକିରୀ କରାଇ ଦେବାର ଲୋଭ ଦେଖାଇଥିଲେ. ଯେଉଁଥିରେ ପ୍ରଲୋଭିତ ହୋଇ ସେମାନେ ଚାକିରୀ ପାଇବା ଆଶାରେ ଜଣ ଜଣକ ମୋଟ ୫ ଜଣ ୧୨ ଲକ୍ଷ ୫୦ ହଜାର ଲେଖାଏଁ  ନେଇଥିଲେ. ଏହାପରେ ଶୁଭଲକ୍ଷ୍ମୀଙ୍କ ସ୍ଵାମୀ ନିଜକୁ ଜଣେ ରେଳବାଇର ସ୍କାଉଟ ଓ ଗାଇଡ଼ର  TTE ଭାବରେ ପରିଚୟ ଦେଇ ସେମାନଙ୍କୁ କଲିକାତାରେ ଚାକିରୀ ମିଳିବ କହି ୬୨ ଲକ୍ଷ  ୫୦ ହଜାର ଟଙ୍କା ନେଇଯାଇଥିଲେ. ଏମିତିକି ଡାକ ମାଧ୍ୟମରେ ନିଯୁକ୍ତିପତ୍ର ମଧ୍ୟ ଦେଇଥିଲେ. ହେଲେ କିଛି ଦିନ ପରେ ଜଣାପଡିଲା ଯେ , ତାହା ନକଲି ବୋଲି. ଯାହାପରେ ସେମାନେ ବୁଝିପାରିଥିଲେ ଯେ ସେମାନେ ଠକାମିର ଶିକାର ହୋଇଛନ୍ତି. ଏବେ ପୋଲିସ  ତାଙ୍କୁ ଗିରଫ କରିଛି. ଏହି ରାକେଟ ର ଚେର କେଉଁ ଯାଏଁ ଲମ୍ବିଚି ତାର ଖୋଳତାଡ କରୁଛି ପୋଲିସ.  ଏତିକିରେ ସରୁନି ତାଙ୍କର କେଳେଙ୍କାରୀ. ନିଜକୁ ସମାଜସେବି କହି ଲୋକ ଦେଖାଣିଆ ଭାବେ କାମ କରୁଥିଲେ. ଆଉ ପୁଣି ସେଥିପାଇଁ ଲୋକଙ୍କ ଠାରୁ ପଇସା ମଧ୍ୟ ନେଉଥିଲେ. ମିଡିଆରେରେ ହାଇଲାଇଟ ହେବାକୁ ମାଡାମ ୪୨୦ ଙ୍କର ଭାରି ଇଛା. ଏମିତିକି ଲାଇମ ଲାଇଟ କୁ ଆସିବାକୁ ରାସ୍ତାରେ ହାତାହାତି ହେବାକୁ ବି ସେ ପଛନ୍ତି ନାହିଁ. ହେଲେ ଏବେ ଶୁଭଲକ୍ଷ୍ମୀ ଏମିତି ହାଇଲାଇଟକୁ ଆସିଛନ୍ତି ଯେ ତାଙ୍କର କଳା କାରନାମା ଆଉ କେହି ଭୁଲି ପାରିବେନି.