ମାଟ୍ରିକ ରେଜଲ୍ଟ ନେଇ ଆସିଲା ବଡ଼ ଖବର …

ଭୁବନେଶ୍ୱର: ସରିଛି ମାଟ୍ରିକ ପରୀକ୍ଷା । ଚାଲିଛି ପରୀକ୍ଷା ଖାତାର ମୂଲ୍ୟାୟନ । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଚଳିତ ବର୍ଷର ମାଟ୍ରିକ ଫଳାଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ । ମାଟ୍ରିକ ମୂଲ୍ୟାୟନ ନେଇ ବୋର୍ଡ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି । ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଗତ ୧୪ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିବାବେଳେ ଆସନ୍ତା ୨୮ ତାରିଖ ଦିନ ଶେଷ ହେବ । ରେଜଲ୍ଟ ପ୍ରକାଶର ୭ ଦିନ ଭିତରେ ଡିଜିଟାଲ ସାର୍ଟିଫିକେଟ ମିଳିବ । ୧୬ ହଜାର ଶିକ୍ଷକ ଖାତା ଦେଖାରେ ନିୟୋଜିତ ଅଛନ୍ତି । ନିର୍ବାଚନ ପାଇଁ କିଛି ସମସ୍ୟା ରହୁଛି । କିନ୍ତୁ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ମାଟ୍ରିକ ରେଜଲ୍ଟ ନେଇ ଆସିଲା ବଡ଼ ଖବର …