ମୁଁ କରିଥିବା କାର୍ଯ୍ୟ ଏବଂ ପୁଣ୍ୟ ଉପରେ କେବଳ ବିଜେପି କର୍ମୀଙ୍କର ଅଧିକାର ରହିଛି : ନୀତିନ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଚଳିତ ବର୍ଷର ଲୋକସଭା ନିର୍ବାଚନରେ ନାଗପୁର ଲୋକସଭା ଆସନରୁ ଲଢିବେ । ଏହି ସମୟରେ ନାଗପୁରରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧିତ କରି ବିଜେପିର ବରିଷ୍ଠ ନେତା ଗଡକରୀ ବିରୋଧି ଦଳ ନେତାଙ୍କୁ ଟାର୍ଗେଟ କରିଛନ୍ତି । ସଭାରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ମୋ ପୁଅମାନଙ୍କୁ କିପରି ଚାକିରୀ ମିଳିବ ସେଥିପାଇଁ ମୁଁ ଚିନ୍ତିତ ନୁହେଁ । ମୋର କୌଣସି ପୁଅ ରାଜନୀତିରେ ନାହାଁନ୍ତି । ମୁଁ ଚାହେଁନି ଯେ ସେମାନେ ମୋ ପୁଣ୍ୟକୁ ବ୍ୟବହାର କରି ରାଜନୀତିରେ ପ୍ରବେଶ କରନ୍ତୁ । ମୁଁ ମୋ ପୁଅମାନଙ୍କୁ କହିଲି ଯେ, ଯଦି ସେମାନେ ରାଜନୀତିରେ ପ୍ରବେଶ କରିବାକୁ ଚାହାଁନ୍ତି ତେବେ ପ୍ରଥମେ କାନ୍ଥରେ ପୋଷ୍ଟର ଲଗାନ୍ତୁ, ରଙ୍ଗ କରନ୍ତୁ ଏବଂ ତଳ ସ୍ତରରୁ କାର୍ଯ୍ୟ ଆରମ୍ଭ କର ଏବଂ ଲୋକଙ୍କ ପାଖକୁ ଯାଇ ସମସ୍ତ ସୁବିଧା ଅସୁବିଧା ବୁଝ । ଗଡକରୀ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ କରିଥିବା କାର୍ଯ୍ୟ ଏବଂ ପୁଣ୍ୟ ଉପରେ କେବଳ ବିଜେପି କର୍ମୀଙ୍କର ଅଧିକାର ରହିଛି । ନିତିନ ଗଡକରୀ ଏହା ମଧ୍ୟ କହିଛନ୍ତି ଯେ, ସେ ଗରିବ ଲୋକଙ୍କୁ ସବୁ ପ୍ରକାରରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି । ସବୁବେଳେ ଗରିବଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିବା ମୋର ଲକ୍ଷ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରୋଜଗାରର ସୁଯୋଗ ଯୋଗାଇବା ଏବଂ ଦେଶରେ ଦାରିଦ୍ର୍ୟ ଦୂରୀକରଣ ହେଉଛି ନରେନ୍ଦ୍ର ମୋଦୀ ସରକାରଙ୍କ ଏକମାତ୍ର ଉଦ୍ଦେଶ୍ୟ। ଏବଂ ଆମେ ସମସ୍ତେ ଏହି ଦିଗରେ ଏକାଠି କାମ କରୁଛୁ ।

Mar 25, 2024 - 19:58
 4
ମୁଁ କରିଥିବା କାର୍ଯ୍ୟ ଏବଂ ପୁଣ୍ୟ ଉପରେ କେବଳ ବିଜେପି କର୍ମୀଙ୍କର ଅଧିକାର ରହିଛି : ନୀତିନ ଗଡକରୀ