ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବାଲେଶ୍ବର ଗସ୍ତ
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବାଲେଶ୍ବର ଗସ୍ତ
ଚାନ୍ଦିପୁର ଠାରେ ଆନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମରେ ଯୋଗଦାନ
‘ସୁଶ୍ରୀ' ସ୍ମରଣିକା ଉନ୍ମୋଚିତ
ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଅଗ୍ରଗତି ସମୀକ୍ଷା
ବାଲେଶ୍ବର/ଭୁବନେଶ୍ୱର, ତା. ୦୯/୦୩/୨୦୨୬
ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ବାଲେଶ୍ବର ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଅ (ଡିଆରଡିଓ) ଆନୁକୂଲ୍ୟରେ ଚାନ୍ଦିପୁର ସ୍ଥିତ ପ୍ରୁଫ୍ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟ (ପିଏକ୍ସଇ) ପରିସରରେ ଆୟୋଜିତ ଆୟୋଜିତ ଆନ୍ତର୍ଜାତ ଆନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ । এই କାର୍ଯ୍ୟକ୍ରମ ମରେ ଡିଆରଡିଓ ସଚିବ ସମୀର
ଭି. କାମତଙ୍କ ସହ ଡିଆରଡିଓର ବିଭିନ୍ନ ଲାବୋରେଟୋରୀର ନିର୍ଦ୍ଦେଶବ ଶକ ଓ ଦେଶର ବିଭିନ୍ନ ସ୍ଥାନରୁ
ଆସି ସିଥୂବା
ମହିଳା ବୈଜ୍ଞାନିକ ଓ ଗବେଷକମାନେ ଅଂଶଗ୍ରହଣ କରିଥିଲେ ।
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଡିଆରଡିଓ ତରଫରୁ ଆୟୋଜିତ "ସୁଶ୍ରୀ" କର୍ମଶାଳାରେ ଚଳିତ ବର୍ଷର ଥୂମ୍ “ଗିଭ୍ ଟୁ ଗେନ୍” ଶୀର୍ଷକ ଉପରେ ଆଲୋଚନା ପର୍ଯ୍ୟବସିତ ଥୂଲା ଚୂଲା । । ଅତିଥ୍ମାନେ ଅତି ବିଜ୍ଞାନ ଓ ପ୍ରତିରକ୍ଷା କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ, ସଶକ୍ତିକରଣ ଏବଂ ସେମାନଙ୍କ ଗବେଷଣାତ୍ମକ କାର୍ଯ୍ୟକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ସହଯୋଗର ମନୋଭାବ ସହ ସାମାଜିକ ଦାୟିତ୍ବବୋଧତା ବୃଦ୍ଧି ବୃଦ୍ଧି ଏବଂ ମହିଳା କର୍ମଚାରୀ ଓ ବୈଜ୍ଞାନିକମାନଙ୍କର କୃତିତ୍ୱକୁ ପ୍ରୋତ୍ସାହନ, ନେତୃତ୍ୱ ନେବାରେ ଦକ୍ଷତାର ବିକାଶ ଏବଂ ବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମହିଳାମାନଙ୍କର ଅବଦାନକୁ ସ୍ବୀକୃତି ଦେବାରେ ଏହି କର୍ମଶାଳାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଥିଲା । ଏହି ଅବସରରେ ଅତିଥୁମାନଙ୍କ ଦ୍ବାରା ସ୍ମରଣିକା “ସୁଶ୍ରୀ" ଉନ୍ମୋଚିତ ହୋଇଥିଲା । ମୁଖ୍ୟ ମୁଖ୍ୟ ଅତିଥ୍ ଏଠାରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବା ସହିତ ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ ।
ଏହା ପରେ ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ବୈଠକରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଜିଲ୍ଲାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ(ଷ୍ଟ୍ରାଟେଜିକ୍ ପ୍ରୋଜେକ୍ଟସ) କାର୍ଯ୍ୟ ଅଗ୍ରଗତି ସଂପର୍କରେ ଏକ ଉପସ୍ଥାପନା ରଖୁଥିଲେ । ଜିଲ୍ଲାରେ ଚାଲୁଥିବା ପ୍ରମୁଖ ପ୍ରକଳ୍ପ ଯଥା ସୁବର୍ଣ୍ଣରେଖା ବନ୍ଦର, ସୁବର୍ଣ୍ଣରେଖା ସଂସ୍କାର ଯୋଜନା, ପର୍ଯ୍ୟଟନ ପ୍ରକଳ୍ପ, ସାମୁଦ୍ରିକ ଖାଦ୍ୟ ଓ ଅନ୍ୟାନ୍ୟ ଦ୍ରବ୍ୟର ରପ୍ତାନି ସମ୍ଭାବନା ବିଷୟରେ ସୂଚନା ଦିଆଯାଇଥିଲା । ଏଥ୍ ସହିତ ଆଗାମୀ ଦିନରେ ବାଲେଶ୍ବରର ସାମଗ୍ରିକ ଉନ୍ନତି ପାଇଁ ରିଙ୍ଗ ରୋଡ ନିର୍ମାଣ, କଳା–ବିଜ୍ଞାନ–ସାହିତ୍ୟ ସମ୍ବନ୍ଧୀୟ ମ୍ୟୁଜିୟମ ସ୍ଥାପନ ଏବଂ ବାଲେଶ୍ବରକୁ ମ୍ୟୁନିସିପାଲ କର୍ପୋରେସନ ରୂପେ ବିକଶିତ କରିବା ପରି ବିଭିନ୍ନ ଲୋକହିତକର ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ମୁଖ୍ୟ ଶାସନ ସଚିବ ଆଲୋଚନା କରି ଜିଲ୍ଲାର ସାମଗ୍ରିକ " ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।