ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗସ୍ତ କରିବ ବିଜେଡି...
ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଜୁଆଙ୍ଗ ଜନଜାତି
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ କରି ମୃତକଙ୍କ ପରିବାରକୁ ଭେଟିବ ବିଜେଡିର ପ୍ରତିନିଧି ମଣ୍ଡଳୀ
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ୧୫ ଜଣ କାମ ଆଶାରେ ତାମିଲନାଡୁ ଯାଇଥିଲେ ।
ତାମିଲନାଡୁର ଏକ ସାମୁଦି୍ରକ ଖାଦ୍ୟ ପ୍ରକି୍ରୟାକରଣ (ଚିଙ୍ଗୁଡ଼ି) କମ୍ପାନୀରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁଁ ସେମାନଙ୍କ ଅକାଳ ମୃତୁ୍ୟ ହୋଇଛି ।
ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଓ ହୃଦୟ ବିଦାରକ ଅଟେ ।
ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ୧୫ ଜଣ କାର୍ଯ୍ୟ ଅନ୍ୱେଷଣରେ ରାଜ୍ୟ ଛାଡ଼ି ପଳାଇବା ଓ ଅକାଳରେ ମୃତୁ୍ୟବରଣ କରିବାକୁ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତୀବ୍ର ପ୍ରତିକି୍ରୟା ପ୍ରକାଶ କରିଛନ୍ତି ।
ଉକ୍ତ ଘଟଣାରେ କେଉଁ ବିଭାଗର ଅଧିକାରୀ ମାନେ ଦାୟୀ, ସରକାରଙ୍କ ବିଫଳତା ଓ ପରବର୍ତ୍ତୀ ସମୟରେ ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହେବ, ତାହାର ଅନୁଧ୍ୟାନ ପାଇଁ ମାନ୍ୟବର ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି ।
ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ଉକ୍ତ କମିଟିର ସଦସ୍ୟ ଭାବେ ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ଶ୍ରୀ ବଦି୍ର ନାରାୟଣ ପାତ୍ର, ଚାନ୍ଦବାଲି ବିଧାୟକ ଶ୍ରୀ ବ୍ୟୋମକେଶ ରାୟ, ଭଣ୍ଡାରୀପୋଖରୀ ବିଧାୟକ ଶ୍ରୀ ସଞ୍ଜୀବ ମଲ୍ଲିକ, ଆନନ୍ଦପୁର ବିଧାୟକ ଶ୍ରୀ ଅଭିମନୁ୍ୟ ସେଠୀ, ସୋର ବିଧାୟକ ଶ୍ରୀ ମାଧବ ଧଡ଼ା, ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ଉପବାଚସ୍ପତି ଶ୍ରୀ ସାନନ୍ଦ ମାରାଣ୍ଡି, ପୂର୍ବତନ ସାଂସଦ ଶ୍ରୀ ମାଧବ ସର୍ଦ୍ଦାର, କେନ୍ଦୁଝର ବିଜେଡି ବିଧାୟିକା ପ୍ରାର୍ଥୀନି ଶ୍ରୀମତୀ ମୀନା ମାଝୀ, କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି ଶ୍ରୀ ଆଶିଷ ଚକ୍ରବର୍ତ୍ତୀ କେନ୍ଦୁଝର ଜିଲ୍ଲା ଗସ୍ତ କରି ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିବେ ।