ମୁମ୍ବାଇରେ ପହଂଚିଲା ଜୋନାସ ବ୍ରଦର୍ସ
ନୂଆଦିଲ୍ଲୀ : ଲୋଲାପାଲୋଜା ୨୦୨୪ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିପାଇଁ କେବଳ ବଲିଉଡ ନୁହେଁ ହଲିଉଡର ସେଲିବ୍ରେଟମାନେ ମଧ୍ୟ ପ୍ରସ୍ତୁତ ଥିବା ଦେଖାଯାଉଛି। ଏହି ସମୟରେ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନାସ, ତାଙ୍କ ଭାଇ କେଭିନ ଜୋନାସ ଏବଂ ଜୋ ଜୋନାସ ମୁମ୍ବାଇରେ ପହଞ୍ଚିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ପ୍ରିୟଙ୍କା ଚୋପ୍ରାଙ୍କ ବିଷୟରେ ସେମାନଙ୍କୁ ପଚାରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କିଛି ଲୋକ ସେମାନେ ପ୍ରିୟଙ୍କାଙ୍କ ଭଉଣୀ ମନ୍ନାରା ଚୋପ୍ରାଙ୍କ ପାଇଁ ‘ବିଗ୍ ବସ୍ ୧୭’ ଗ୍ରାଣ୍ଡ ଫାଇନାଲରେ ଯୋଗଦେବାକୁ ଆସିଛନ୍ତି ବୋଲି ଆଲୋଚନା କରୁଛନ୍ତି।