ମୋଷ୍ଟ ୱାଣ୍ଟେଡ ମାଓବାଦୀ ଯାହାର ମୁଣ୍ଡ ଉପରେ ଥିଲା ୧ ର୍ପୁରସ୍କାର,ତାହାର ଖେଳ ହୋଇଛି ଖତର୍ମ କୋଟି ର୍ପୁରସ୍

Sep 16, 2025 - 09:10
 12
ମୋଷ୍ଟ ୱାଣ୍ଟେଡ ମାଓବାଦୀ ଯାହାର ମୁଣ୍ଡ ଉପରେ ଥିଲା ୧ ର୍ପୁରସ୍କାର,ତାହାର ଖେଳ ହୋଇଛି ଖତର୍ମ କୋଟି ର୍ପୁରସ୍

ନକ୍ସଲ ବିରୋଧୀ ଅଭିଯାନକୁ ଆଉ ଏକ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ ଜଣ କୁଖ୍ୟାତ ମାଓବାଦୀ। ଗୁଇନ୍ଦା ବିଭାଗ ସୂଚନା ଆଧାରରେ ଝାରଖଣ୍ଡର ହଜାରିବାଗ ଅନ୍ତର୍ଗତ କାରାଣ୍ଡି ଗାଁରେ ହୋଇଥ‌ିବା ସର୍ଚ୍ଚ ଅପରେସନ ଓ ପରେ ହୋଇଥ‌ିବା ଗୁଳି ବିନିମୟ ପରେ ଏପରି ସଫଳତା ମିଳିଛି। ନିହତ ମାଓବାଦୀଙ୍କ ମଧ୍ୟରେ ରହିଛି ସିପିଆଇ(ମାଓବାଦୀ)ର କେନ୍ଦ୍ରୀୟ କମିଟି ସଦସ୍ୟ ସହଦେବ ସୋରେନ ଓରଫ ପରବେଶ। ଏକାକ ହିଂସକାଣ୍ଡ ଓ ହମଲାରେ ସାମିଲ ଥ‌ିବା ସହଦେବକୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ଦୀର୍ଘ ଦିନ ହେଲା ପ୍ରୟାସ ଚାଲିଥିଲା।

 ତା' ମୁଣ୍ଡ ଉପରେ ମଧ୍ଯ ୧ କୋଟିର ପୁରସ୍କାର ରାଶି ରହିଥିଲା। ଏବେ ସେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି। ବିହାର-ଝାରଖଣ୍ଡ ସ୍ପେଶାଲ ଏରିଆ କମିଟି ସଦସ୍ୟ ରଘୁନାଥ ହେମ୍ବ୍ରମ ଓରଫ ଚଞ୍ଚଲର ଖେଳ ମଧ୍ୟ ଖତମ କରିଛନ୍ତି ସୁରକ୍ଷାକର୍ମୀ। ତା’ ମୁଣ୍ଡ ଉପରେ ୨୫ ଲକ୍ଷର ପୁରସ୍କାର ରହିଥ୍‌ଲା । ନିହତ ତୃତୀୟ ମାଓବାଦୀ ଜଣକ ହେଲେ ବୀରସେନ ଗାନଝୁ ଓରଫ ରାମଖେଲାୱନ। ସେ ଜୋନାଲ କମିଟି ସଦସ୍ୟ ଭାବେ କାମ କରୁଥିଲା |