ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଅଫିସ ସମ୍ଭାଳିବାକୁ ଅକ୍ଷମ,ସେ ରାଜ୍ୟ କଣ ସମ୍ଭାଳିବେ ବୋଲି କଂଗ୍ରେସ ସାମ୍ବାଦିକ ସମିଳନୀରେ ପ୍ରଶ୍ନ ଉଠାଇଛି...

Jun 14, 2026 - 23:15
 6
ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଅଫିସ ସମ୍ଭାଳିବାକୁ ଅକ୍ଷମ,ସେ ରାଜ୍ୟ କଣ ସମ୍ଭାଳିବେ ବୋଲି କଂଗ୍ରେସ ସାମ୍ବାଦିକ ସମିଳନୀରେ ପ୍ରଶ୍ନ ଉଠାଇଛି...

ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଅଫିସ ସମ୍ଭାଳିବାକୁ ଅକ୍ଷମ,ସେ ରାଜ୍ୟ କଣ ସମ୍ଭାଳିବେ ବୋଲି କଂଗ୍ରେସ ସାମ୍ବାଦିକ ସମିଳନୀରେ ପ୍ରଶ୍ନ ଉଠାଇଛି...

ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା ଦାୟର କରାଯାଉ

ନବୀନଙ୍କୁ ବ୍ଲାକମେଲ କରିବା ପାଇଁ ଷଡଯନ୍ତ୍ର

ବଡ଼ ଆଶ୍ଚର୍ଯ୍ୟଜନକ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଫାଇଲ ଚୋରିହେବା ଏବଂ ଏହାକୁ ନେଇ ଥାନାରେ ଏତଲା ଦାୟର କରାଯିବା ପ୍ରସଙ୍ଗକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା l

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ଆଇନଜୀବୀ ଶିବାନନ୍ଦ ରାୟ ଯୋଗଦେଇ କହିଥିଲେ ଯେ, ପ୍ରକୃତରେ ଫାଇଲ ଚୋରୀ ହୋଇନାହିଁ l 

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଚୋରିହେବା ଅସମ୍ଭବ l ପୁଣି ମିଛଟାରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି l ତେବେ ଯାହାର ଦାୟିତ୍ୱରେ ଫାଇଲ ଥିଲା ତାଙ୍କ ନାମରେ ଏତଲା ଦିଆଗଲା ନାହଁ କାହିଁକି ବୋଲି ଶ୍ରୀ ରାୟ କହିଥିଲେ l

ସମ୍ମିଳନୀରେ ଉପସ୍ଥିତ ପିସିସି ମୁଖପାତ୍ର ଲଲାଟେନ୍ଦୁ ଦାସ କହିଥିଲେ, ଫାଇଲ ଚୋରୀ ହେବା ଏକ ନାଟକ l ଭିଡ଼ ହିଂସା, ହାଜତ ମୃତ୍ୟୁ, ଗଣ ଦୁଷ୍କର୍ମ ଓ ହତ୍ୟା ଆଦି ସରକାରଙ୍କ ବିଫଳତାରୁ ଲୋକଙ୍କ ଦୃଷ୍ଟି ଏଡାଇବା ପାଇଁ ଏହି ନାଟକ l 

ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି କରାଯାଇଛି, ଏହାର ଅର୍ଥ ଆମ ସାଥିରେ ରୁହନ୍ତୁ ଅବା ଗିରଫ ହୁଅନ୍ତୁ l ଏହା ସମ୍ପୂର୍ଣ ବ୍ଲାକମେଲ l

ତେବେ କଂଗ୍ରେସ ଦାବୀ କରୁଛି, ବିଜେପି ସରକାର ସମୟରେ ଯେତେ ତଦନ୍ତ କମିଶନ ବସିଛି ତାହା ସାର୍ବଜନୀନ କରାଯାଉ l 

ଫାଇଲ ହଜିବା କେଶରେ ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇ ତାଙ୍କ ନାମରେ ତଥା ଦାୟିତ୍ୱରେ ଥିବା ସମସ୍ତ ଅଫିସରଙ୍କ ନାମରେ ଏତଲା ଦାୟର କରାଯାଉ ବୋଲି ଶ୍ରୀ ଦାସ କହିଛନ୍ତି l

ପୁଣି କହିଛନ୍ତି ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଫାଇଲ ଚୋରୀହେବା ଓ ଏହାକୁ ନେଇ ଥାନାରେ ଏତଲା ଦେବା ଏକ ଲଜ୍ଜ୍ୟାଜନକ ଘଟଣା l 

ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଅଫିସ ସମ୍ଭାଳି ପାରୁନାହାନ୍ତି ସେ ପୁଣି ରାଜ୍ୟ କେମିତି ସମ୍ଭାଳିବେ ରାଜ୍ୟବାସୀ ବିଚାର କରନ୍ତୁ l