ଲୋକଙ୍କ ସ୍ବର ଉଠାଇ ବିଜେପି ସରକାରରେ ଜଣେ ମହିଳା ସରପଞ୍ଚଙ୍କ ଉପରେ ହେଉଥ‌ିବା ଦମନଲୀଳାର ସାକ୍ଷୀ ରହୁଛି ଓଡ଼ିଶା।

Jun 14, 2026 - 23:13
 5
ଲୋକଙ୍କ ସ୍ବର ଉଠାଇ ବିଜେପି ସରକାରରେ ଜଣେ ମହିଳା ସରପଞ୍ଚଙ୍କ ଉପରେ ହେଉଥ‌ିବା ଦମନଲୀଳାର ସାକ୍ଷୀ ରହୁଛି ଓଡ଼ିଶା।

ଲୋକଙ୍କ ସ୍ବର ଉଠାଇ ବିଜେପି ସରକାରରେ ଜଣେ ମହିଳା ସରପଞ୍ଚଙ୍କ ଉପରେ ହେଉଥ‌ିବା ଦମନଲୀଳାର ସାକ୍ଷୀ ରହୁଛି ଓଡ଼ିଶା।

ମହାକାଳପଡ଼ା, ତିଖୂରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ଉପରେ ସର୍ବସମ୍ମୁଖରେ ସରକାରୀ କାର୍ଯ୍ୟାଳୟ ଭିତରେ ହୋଇଥିବା ଅକଥନୀୟ ଅତ୍ୟାଚାର ଗଣତନ୍ତ୍ର ରାଷ୍ଟ୍ରରେ କଦାପି ଶୋଭନୀୟ ନୁହେଁ। ମହିଳା ସରପଞ୍ଚଙ୍କ ସ୍ବର ଚାପିବା ପାଇଁ ବିଜେପି ସରକାର ସବୁ ସ୍ତରରେ କରୁଥିବା ହୀନ ଉଦ୍ୟମ ଜଳଜଳ ଦେଖାଯାଉଛି।

'ନାରୀ ଶକ୍ତି ବନ୍ଦନ' କହି ବଡ଼ ବଡ଼ କଥା କହୁଥିବା ବିଜେପିର ବାସ୍ତବରେ ଏହା କ'ଣ ନାରୀଙ୍କୁ ସମ୍ମାନ? ବିଜେପି ସରକାରରେ ଜଣେ ମହିଳା ସରପଞ୍ଚ ନିଜ ପଞ୍ଚାୟତର ଦାବି ଉଠାଇ ଯଦି ଏପରି ସ୍ଥିତିର ସାମ୍ନା କରୁଛି ତେବେ ରାଜ୍ୟରେ ଅଗଣିତ ମହିଳାଙ୍କ ସ୍ଥିତି କ'ଣ ତାହା ସ୍ପଷ୍ଟ ଅନୁମେୟ।

ବିଜେପି ନେତାମାନେ ବାରମ୍ବାର ସରକାରୀ କାର୍ଯ୍ୟାଳୟରେ ପଶି ଘଟାଇଥିବା ଅଭାବନୀୟ କାଣ୍ଡ ସାରା ଓଡ଼ିଶା ଦେଖୁଛି। ସେମାନଙ୍କ ଉପରେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? ବିଜେପି ଶାସନରେ ଆଇନ କ'ଣ ଅଲଗା ଅଲଗା?