ରାଜଧାନୀରେ କମିଲା ସୁନା ଦର

ଭୁବନେଶ୍ୱର : ସୁନା ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ଲଗାତାର ଭାବେ ସୁନା ଦର ବୃଦ୍ଧି ପାଉଥିଲା ବେଳେ ଏବେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଆସିଛି । ସୁନା ଦର ବୃଦ୍ଧି ପାଉଥିବାରୁ ଚିନ୍ତାରେ ପଡିଯାଇଥିଲେ ଗ୍ରାହକମାନେ । କିନ୍ତୁ ସୁନା ଦରରେ ଏହି ସାମାନ୍ୟ ପରିବର୍ତ୍ତନ ପାଇଁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୫,୮୭୦ ଟଙ୍କା ରହିଥିଲା ବେଳେ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୬୦,୩୮୦ ଟଙ୍କା ରହିଛି । ତେବେ ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୧୦୦ ତାଙ୍କ ରହିଥିଲା ବେଳେ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୬୦,୫୯୦ ଟଙ୍କା ରହିଥିଲା । ସେହିପରି କଟକରେ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଗ୍ରାମ ପିଛା ୬,୦୩୮ ଟଙ୍କା ରହିଛି । ଏଥିସହ ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୮୦ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୬୪୦ , ୧୦୦ ଗ୍ରାମ ପିଛା ୮,୦୦୦ ଓ ୧ କେଜି ପିଛା ୮୦,୦୦୦ ଟଙ୍କା ରହିଛି।

ରାଜଧାନୀରେ କମିଲା ସୁନା ଦର