ମୁଁ ରାଷ୍ଟ୍ରପତି ଭାବେ ବିଜୟୀ ନ ହୁଏ ତେବେ ରକ୍ତପାତ ହେବ : ଡୋନାଲ୍ଡ ଟ୍ରମ୍ପ
ଆମେରିକା : ନଭେମ୍ବରରେ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯାହା ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତାରିଖ ହେବାକୁ ଯାଉଛି। ତେବେ ଏହାକୁ ନେଇ ଆମେରିକା ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯଦି ନିର୍ବାଚନରେ ମୁଁ ରାଷ୍ଟ୍ରପତି ଭାବେ ବିଜୟୀ ନ ହୁଏ ତେବେ ରକ୍ତପାତ ହେବ। ଏହି ଦିନ ସମଗ୍ର ଦେଶ ପାଇଁ ରକ୍ତପାତର ଦିନ ହୋଇଯିବ ବୋଲି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଶନିବାର ଆମେରିକାର ଓହିଓରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଏପରି ଖୋଲା ଧମକ ଦେଇଛନ୍ତି ଟ୍ରମ୍ପ। ଟ୍ରମ୍ପ କହିଛନ୍ତି, ଯଦି ସେ ରାଷ୍ଟ୍ରପତି ପଦକୁ ନିର୍ବାଚିତ ନ ହୁଅନ୍ତି ତେବେ ଆମେରିକାର ଗଣତନ୍ତ୍ର ଶେଷ ହୋଇଯିବ। ଏହି ଦିନ ସମଗ୍ର ଦେଶରେ ରକ୍ତପାତ ହୋଇପାରେ। ସେ ଆହୁରି କହିଛନ୍ତି, ଚୀନ୍ ମେକ୍ସିକୋରେ କାର ତିଆରି କରି ଆମେରିକାରେ ବିକ୍ରି କରିବାକୁ ଚାହୁଁଛି। ଯଦି ମୁଁ ରାଷ୍ଟ୍ରପତି ଭାବେ ପୁଣି ଥରେ ନିର୍ବାଚିତ ହୁଏ, ତେବେ ଆମେରିକାରେ ଆମଦାନୀ ହୋଇଥିବା କୌଣସି ଯାନକୁ ଚୀନ ବିକ୍ରି କରିପାରିବ ନାହିଁ।