ସଡ଼କ ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହେଲେ ମିଳିବ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକୁ ଚିକିତ୍ସା

Feb 26, 2026 - 17:14
 63
ସଡ଼କ ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହେଲେ ମିଳିବ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକୁ ଚିକିତ୍ସା

ସଡ଼କ ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହେଲେ ମିଳିବ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକୁ ଚିକିତ୍ସା

ଜିଲ୍ଲାସ୍ତରରେ ପ୍ରସ୍ତୁତି ନେଇ ଜିଲ୍ଲାପାଳମାନଙ୍କ ସହ ଆଲୋଚନା

ଭୁବନେଶ୍ବର, ତା-୨୫.୦୨.୨୦୨୬

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ କରିବା ଏବଂ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ରୋଡ୍ ଆକ୍ସିଡେଣ୍ଟ ଭିକ୍ତିମ୍ସ ହସ୍ପିଟାଲାଇଜେସନ ଆଣ୍ଡ ଆସ୍ୟୁର୍ଡ ଟ୍ରିଟମେଣ୍ଟ' ( ପିଏମ ରାହାତ ) ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ଓ ପରିବହନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଏନ.ବି.ଏସ୍ ରାଜପୁତ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ବଥ୍ ଏସ୍, ମିଶନ ନିର୍ଦ୍ଦେଶିକା, ଜାତୀୟ ସ୍ବାସ୍ଥ୍ୟ ମିଶନ ଡଃ. ବୃନ୍ଦା ଡି., ରାଜ୍ୟ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ଡିଜିପି (କ୍ରାଇମ ।ଇମ ବ୍ରାଞ୍ଚ ) 1 ବିନୟତୋଷ ମିଶ୍ରଙ୍କ ସମେତ ପରିବହନ ବିଭାଗ, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧୂକାରୀ ଏବଂ ରାଜ୍ୟର ସମସ୍ତ ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।

ଏହି ନୂତନ ଯୋଜନାରେ, ସଡ଼କ ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହୋଇଥ‌ିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭ ଦିନ ପର୍ଯ୍ୟନ୍ତ କିମ୍ବା ସର୍ବାଧୂକ ୧ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଏହି ବ୍ୟବସ୍ଥା ପ୍ରାଥମିକତା ଭିତ୍ତରେ କାର୍ଯ୍ୟକାରୀ ହେବ ଏବଂ ଏହାର ସମସ୍ତ ସମସ୍ତ ଖର୍ଚ୍ଚ ମୋଟର ଭେହିକିଲ ଆକ୍ସିଡେଣ୍ଟ ଫଣ୍ଡରୁ ଭରଣା କରାଯିବ । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ପହଁଚାଇବା ପାଇଁ ଏହାକୁ ୧୧୨ ০৬৯ ୧୧୨ ଜରୁରୀକାଳୀନ ସେବା ସହିତ ସଂଯୋଗ କରାଯାଇଛି, ଯାହାଫଳରେ ଘଟଣାସ୍ଥଳରେ ତୁରନ୍ତି ସହାୟତା ପହଞ୍ଚିପାରିବ । ତତ୍ ସହିତ ଏସଏମଏସ ଜରିଆରେ ଜରୁରୀ ସୂଚନା ଏବଂ ଚିକିତ୍ସାଧୀନଙ୍କ ପାଇଁ ହସ୍ପିଟାଲମାନଙ୍କୁ ନିର୍ଦ୍ଧାରିତ ସମୟ ଭିତରେ ଅର୍ଥ ପ୍ର ପ୍ରଦାନର ବ୍ୟବସ୍ଥା ରହିଛି । ଏ ସମ୍ପର୍କିତ ସଂସ୍ଥାଗତ ବ୍ୟବସ୍ଥା, ତଦାରଖ ଏବଂ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଯୋଜନାକୁ ସ୍ବଚ୍ଛ ତ୍ବରାନ୍ବିତ କରିବା ପାଇଁ ଏକ ସମନ୍ବିତ ଟେକ୍ନୋଲୋଜି ପ୍ଲାଟଫର୍ମ ବ୍ୟବହାର କରାଯାଉଛି । ପୋଲିସ ବିଭ ବିଭାଗ ପକ୍ଷରୁ ୨୪ ଘଣ୍ଟା ମଧ୍ୟରେ ଇ-ଡିଏଆର (ଇ-ଡିଏଆର) ପୋର୍ଟାଲରେ ଦୁର୍ଘଟଣାର ବିବରଣୀ ଦିଆଯିବ, ଯାହା ଆଧାରରେ ଚିକିତ୍ସାଳୟଗୁଡ଼ି ଗୁଡ଼ିକ ଟ୍ରାନଜାକ୍ସନ ମ୍ୟାନେଜମେଣ୍ଟ ସିଷ୍ଟମ ସିଷ୍ଟମ (ଟିଏମଏସ ) ଜରିଆରେ କ୍ଲେମ୍ ପ୍ରକ୍ରିୟା ଆରମ୍ଭ କରିବେ । ଯୋଜନାର ସଫଳ ପରିଚାଳନା ପାଇଁ ଏକ ସୁଦୃଢ଼ ପ୍ରାଶାସନିକ ବ୍ୟବସ୍ଥା ରହିଛି । ଜାତୀୟ ତୀୟ ସ୍ତରରେ ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ସଚିବ ପରିଚାଳନା କମିଟିର ମୁଖ୍ୟ ଥୂବା ବେଳେ ରାଜ୍ୟସ୍ତର ସ୍ମରରେ ମାନ୍ୟବର ମୁଖ୍ୟମନ୍ତ୍ର [ଖ୍ୟମନ୍ତ୍ରୀ/ ପରିବହନ ମନ୍ତ୍ରୀ/ ମୁଖ୍ୟ ଶାସନ ସଚିବଙ୍କ ଅଧୀନରେ ଜାତୀୟ ସଡକ ସୁରକ୍ଷା ପରିଷଦ କାର୍ଯ୍ୟ କରିବ । ସେହିପରି ଜିଲ୍ଲାସ୍ବରରେ ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ 'ଜିଲ୍ଲା ସଡକ ସୁରକ୍ଷା ସମିତି ' ଏହାର ତଦାରଖ କରିବେ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସାମିଲ ହୋଇଥ‌ିବା ଚିକିତ୍ସାଳୟ ସମେତ ଏହା ବ୍ୟତିରେକ ଯେଉଁ ଡାକ୍ତରଖାନାରେ ଜରୁରୀ କାଳୀନ

ଚିକିତ୍ସା ସୁବିଧା ରହିଛି,ସେସବୁ ଡାକ୍ଟରଖାନାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହୋଇପାରିବ । ଏଥିପାଇଁ ସମନ୍ବୟ ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ସଚିବ ଓ ପରିବହନ ବିଭାଗଙ୍କୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ବ୍ୟକ୍ତି ସେବା ପାଇବାରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ଜିଲ୍ଲାସ୍ତରୀୟ ଅଭିଯୋଗ ପ୍ରକୋଷ୍ଠରେ ଆବେଦ ଆବେଦନ କରାଯାଇପାରିବ ଏବଂ ଜିଲ୍ଲାପାଳ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପ୍ରତିଦିନ ସଡ଼କ ଦୁର୍ଘଟଣାରେ ପ୍ରାୟ ୧୬ ଜଣ ମୃତ୍ୟୁବରଣ କରୁଛନ୍ତି । ଏଣୁ ଏହି ହାର କମାଇବା ସରକାରଙ୍କ ପ୍ରାଥମିକତା ରହିଛି । 'ପିଏମ ରାହାତ' ଯୋଜନାରେ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତି ହସ୍ପିଟାଳ ହସ୍ପିଟାଲରେ ପହଁଚାଇ ଅବିଳମ୍ବେ ଚିକିତ୍ସା ଆରମ୍ଭ କଲେ ଏହି ସଂଖ୍ୟା ହ୍ରାସ ପାଇବ । ଏ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ, ପରିବହନ ବିଭାଗ ଏବଂ ପୁଲିସ୍ ପ୍ରଶାସନ ସମେତ ଜିଲ୍ଲାସ୍ତରରେ ପ୍ରସ୍ତୁତି ଓ ସଚେତନତା ସୃଷ୍ଟି ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।