ରାଜ୍ୟସଭା ନିର୍ବାଚନରେ ଧର୍ମନିରପେକ୍ଷ ଏକତାକୁ ସମର୍ଥନ ଘୋଷଣା କଲା ସି.ପି.ଆଇ.(ଏମ୍)...

Mar 5, 2026 - 17:15
 4
ରାଜ୍ୟସଭା ନିର୍ବାଚନରେ ଧର୍ମନିରପେକ୍ଷ ଏକତାକୁ ସମର୍ଥନ ଘୋଷଣା କଲା ସି.ପି.ଆଇ.(ଏମ୍)...

ରାଜ୍ୟସଭା ନିର୍ବାଚନରେ ଧର୍ମନିରପେକ୍ଷ ଏକତାକୁ ସମର୍ଥନ ଘୋଷଣା କଲା ସି.ପି.ଆଇ.(ଏମ୍)...

           

????ଓଡ଼ିଶା ରାଜ୍ୟସଭା ନିର୍ବାଚନର ଗୁରୁତ୍ୱପୂର୍ଣ୍ଣ ଏବଂ ମର୍ଯ୍ୟାଦା ଜନକ ଚତୁର୍ଥ ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ପ୍ରଖ୍ୟାତ ୟୁରୋଲୋଜିଷ୍ଟ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପ୍ରାର୍ଥୀତ୍ଵ କୁ ସମର୍ଥନ ଦେବାକୁ ସି.ପି.ଆଇ.(ଏମ୍) ରାଜ୍ୟ ସମ୍ପାଦକ ମଣ୍ଡଳୀ ସିଦ୍ଧାନ୍ତ ନେଇଛି। 

????ଡ଼ାକ୍ତର ହୋତା ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜେଡି ଓ କଂଗ୍ରେସ ଦଳର ସମର୍ଥନ ପାଇଛନ୍ତି। ତାଙ୍କ ବିରୋଧ ରେ ବିଜେପି ପ୍ରାୟୋଜିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ରହିଛନ୍ତି।

????ଏହି ନିର୍ବାଚନ କେବଳ ଗୋଟିଏ ସାଧାରଣ ରାଜ୍ୟସଭା ନିର୍ବାଚନ ନୁହେଁ; ଏହା ଧର୍ମନିରପେକ୍ଷତା, ଗଣତନ୍ତ୍ର ଓ ସମିଧାନକୁ ରକ୍ଷା କରିବା ପାଇଁ ଏକ ରାଜନୈତିକ ଓ ଆଦର୍ଶଗତ ସଂଗ୍ରାମ ବୋଲି ସି ପି ଆଇ (ଏମ୍) ବିଚାର କରେ।

????ଡା. ଦତ୍ତେଶ୍ୱର ହୋତା ଧର୍ମନିରପେକ୍ଷ ମୂଲ୍ୟବୋଧ, ଗଣତନ୍ତ୍ର ଓ ସାମ୍ବିଧାନିକ ମୂଲ୍ୟବୋଧକୁ ସୁରକ୍ଷା କରିବାର ଲଢେଇକୁ ଆଗେଇ ନେବା ପାଇଁ ପ୍ରାର୍ଥୀ ହୋଇଛନ୍ତି ।

????ବିଧାନସଭାରେ ତାଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ, ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ, ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଏବଂ ବରିଷ୍ଠ ସି ପି ଆଇ (ଏମ୍) ନେତା ତଥା ରାଜ୍ୟ ସଂମ୍ପାଦକମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସଙ୍କ ସମେତ ବହୁ ବରିଷ୍ଠ ରାଜନେତା ଏବଂ ବିଧାୟକ ମାନେ ଉପସ୍ଥିତ ଥିଲେ।

????ଏହା ଓଡ଼ିଶାର ସମକାଳୀନ ରାଜନୈତିକ ଇତିହାସରେ ଏକ ବିଶେଷ ଘଟଣା 

ବିଜେପି ପ୍ରାୟୋଜିତ ପ୍ରାର୍ଥୀଙ୍କ ବିରୋଧରେ ବୃହତ୍ତମ ବିରୋଧୀ ଦଳ ବିଜେଡି ଓ ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ସହିତ ବିଧାନସଭା ରେ ବଣାଇ ଆସନ କୁ ପ୍ରତିନିଧିତ୍ୱ କରୁଥିବା ସି ପି ଆଇ (ଏମ୍) ଏକାଠି ହୋଇ ଏହି ଲଢେଇକୁ ଆଗକୁ ନେଉଛନ୍ତି।

????ସି.ପି.ଆଇ.(ଏମ୍) ଓଡ଼ିଶା ବିଧାନସଭାରେ ବଣାଇ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ଏକମାତ୍ର ବିଧାୟକ କମ୍ରେଡ ଲକ୍ଷ୍ମଣ ମୁଣ୍ଡା ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ ଦେବା ପାଇଁ 

ସି. ପି. ଆଇ.(ଏମ୍) ରାଜ୍ୟ ସମ୍ପାଦକ ମଣ୍ଡଳୀ ଘୋଷଣା କରିଛି।

????ସି.ପି.ଆଇ.(ଏମ୍) ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସାମ୍ବିଧାନିକ ମୂଲ୍ୟବୋଧ,ସାମାଜିକ ନ୍ୟାୟ ଏବଂ ଓଡ଼ିଶାର ସ୍ୱାର୍ଥ କୁ ରକ୍ଷା କରିବା ପାଇଁ ଆଗକୁ ଆସିଥିବାରୁ ଅଭିନନ୍ଦନ ଜଣାଉଛି।

????ସି.ପି.ଆଇ.(ଏମ୍) ରାଜ୍ୟର ସମସ୍ତ ଧର୍ମନିରପେକ୍ଷ ବିରୋଧୀ ଦଳର ବିଧାୟକମାନଙ୍କୁ ନିବେଦନ କରୁଛି ଯେ, ଦେଶ ଓ ଓଡ଼ିଶାର ସ୍ୱାର୍ଥ ପାଇଁ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ସପକ୍ଷରେ ମତଦାନ କରନ୍ତୁ ଏବଂ ଧର୍ମନିରପେକ୍ଷତା, ଗଣତନ୍ତ୍ର ଓ ସାମ୍ବିଧାନିକ ମୂଲ୍ୟବୋଧକୁ ମଜବୁତ କରନ୍ତୁ।